ନୋତ୍ର ଦେମ୍‌ଙ୍କ ପାଇଁ ପ୍ରେମ

ଦେବଦତ୍ତ ପଟ୍ଟନାୟକ
ନୋତ୍ର ଦେମ୍‌ (notre dame) ମାନେ ଫ୍ରେଞ୍ଚ ଭାଷାରେ ଆଓ୍ବାର ଲେଡି ବା ମଦର ମେରୀ। ପ୍ୟାରିସ୍‌ର ଚର୍ଚ୍ଚଗୁଡ଼ିକରେ ଏହି ଲୋକପ୍ରିୟ ନାମଟି ପ୍ରଭୁ ଯିଶୁଙ୍କ ମାଆ ମେରୀଙ୍କୁ ବୁଝାଏ। ମଧ୍ୟଯୁଗୀୟ ୟୁରୋପ ଇତିହାସରେ କ୍ୟାଥୋଲିକ୍‌ ସମ୍ପ୍ରଦାୟରେ ମା’ ମେରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ବାଇବେଲର ନୂତନ ନିୟମରେ ଅଛି- ବିବାହ ପୂର୍ବରୁ ମେରୀଙ୍କୁ କୁହାଯାଇଥିଲା ଯେ, ସେ ଈଶ୍ୱରଙ୍କ ଦ୍ୱାରା ବଛାଯାଇଛନ୍ତି ଏବଂ ତାଙ୍କ ଗର୍ଭରୁ ଈଶ୍ୱରପୁତ୍ର ଏ ପୃଥିବୀରେ ଜନ୍ମଗ୍ରହଣ କରିବେ। କୁମାରୀ ହୋଇଥିଲେ ମଧ୍ୟ ସେ ଗର୍ଭଧାରଣ କଲେ ଏବଂ ପ୍ରଭୁ ଯିଶୁଙ୍କୁ ଜନ୍ମଦେଲେ। କୁମାରୀ ମାତୃତ୍ୱ ଚିନ୍ତାଧାରା ହେଉଛି ଖ୍ରୀଷ୍ଟଧର୍ମରେ ଅତି ମହତ୍ତ୍ୱପୂର୍ଣ୍ଣ। ଏହା ପ୍ରଭୁ ଯିଶୁଙ୍କୁ ଖ୍ରୀଷ୍ଟ ଭାବରେ ପ୍ରତିଷ୍ଠିତ କରେ, ଯେ କି ମାନବସମାଜକୁ ଆଲୋକିତ କରିବା ପାଇଁ ଈଶ୍ୱରଙ୍କ ଦ୍ୱାରା ବଛାଯାଇଥିବା ମଣିଷ ଏବଂ ଯିଏ ମଣିଷର ପାପକ୍ଷମା ପାଇଁ ଆବିର୍ଭୂତ ହୋଇଛନ୍ତି। ଅନେକ ପଣ୍ଡିତ ଯିଶୁଙ୍କୁ ଏ ପୃଥିବୀରେ ୨୦୦୦ ବର୍ଷ ତଳେ ଆତଯାତ ହେଉଥିବା ଜଣେ ଐତିହାସିକ ମଣିଷ ଭାବେ ଅଭିହିତ କରୁଥିବା ବେଳେ ସେ ଜଣେ କୁମାରୀଠାରୁ ଜନ୍ମଲାଭ କରିଥିବାର କିମ୍ବଦନ୍ତୀ ବା ଲୋକକଥାକୁ ନେଇ ଖ୍ରୀଷ୍ଟିଆନ ଜଗତରେ ସେ ଲୋକପ୍ରିୟ। କୁମାରୀଠାରୁ ଜନ୍ମଲାଭ କରିବାର ଚିନ୍ତାଧାରା ଇସଲାମୀୟ ପରମ୍ପରାରେ ମଧ୍ୟ ରହିଛି।
ପ୍ରାୟ ଦେଢ଼ହଜାର ବର୍ଷ ତଳେ ରୋମ୍‌ ସାମ୍ରାଜ୍ୟ ଖ୍ରୀଷ୍ଟବାଦକୁ ନିଜର ସରକାରୀ ଧର୍ମ ଭାବେ ଗ୍ରହଣ କରିନେଲା। ଏହାଦ୍ୱାରା ଜନସମାଜକୁ ଏକସୂତ୍ରରେ ଗୁନ୍ଥାଯାଇପାରିବ ବୋଲି ସେମାନଙ୍କର ବିଶ୍ୱାସ ଥିଲା। ତା’ପରେ ପରେ ଆଉ ଏକ ଚିନ୍ତାଧାରା ଜାଗ୍ରତ ହେଲା ଯେ ଯିଶୁଙ୍କ ପରି ମେରୀଙ୍କୁ ମଧ୍ୟ ସମ୍ମାନ ଦିଆଯିବା ଉଚିତ, କାରଣ ସେ ଜଣେ ସାଧାରଣ ନାରୀ ନୁହନ୍ତି, ସେ ହେଉଛନ୍ତି ଈଶ୍ୱରଙ୍କ ଜନନୀ। ମା’ ମେରୀଙ୍କ ଉପାସନା ହଉଛି ମୂଳତଃ କ୍ୟାଥୋଲିକ୍‌ ସମ୍ପଦ୍ରଦାୟର ପରମ୍ପରା। ଏହାର ୫୦୦ ବର୍ଷ ପରେ ସୃଷ୍ଟି ହୋଇଥିବା ପ୍ରେଟେଷ୍ଟାଣ୍ଟ ସମ୍ପ୍ରଦାୟ ଏହାକୁ ମାନନ୍ତି ନାହିଁ। ସେମାନେ ଈଶ୍ୱର ଓ ପ୍ରଭୁ ଯିଶୁଙ୍କ ଉପାସନା ଉପରେ ଗୁରୁତ୍ୱ ଦିଅନ୍ତି। କାରଣ ସେମାନଙ୍କ ଯୁକ୍ତି ଅନୁସାରେ କୁମାରୀ ମାଆଙ୍କ ଉପାସନା କରିବା ବିଷୟରେ ବାଇବେଲରେ କିଛି ଉଲ୍ଲେଖ ନାହିଁ। ଏହା ମିଶରୀୟ ଦେବୀ ଆଇସିସ୍‌ ଓ ତାଙ୍କ ପୁତ୍ର ହୋରସ୍‌ଙ୍କ ପୂଜା କରିବା ପରମ୍ପରାରୁ ଆସିଛି।
ପ୍ରାୟ ହଜାରେ ବର୍ଷ ତଳେ ଯେତେବେଳେ ଜେରୁଜେଲମ୍‌ର ପବିତ୍ର ଭୂମିକୁ ନିଜ କବ୍‌ଜାକୁ ଆଣିବା ପାଇଁ ଖ୍ରୀଷ୍ଟିଆନ୍‌ ଓ ଇସ୍‌ଲାମୀ ସମ୍ପ୍ରଦାୟ ଭିତରେ ଧର୍ମଯୁଦ୍ଧ ଚାଲିଲା, ସେତେବେଳେ ଅସ୍ତ୍ରଶସ୍ତ୍ର ଓ ସାଞ୍ଜୁରେ ସୁସଜ୍ଜିତ ଅନେକ ବୀର ଯୋଦ୍ଧା ସେମାନଙ୍କ ପ୍ରେମିକାମାନଙ୍କ ତରଫରୁ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ଶତ୍ରୁମାନଙ୍କୁ ପରାସ୍ତ କରିଥିବାର ବହୁ ରୋମାଞ୍ଚଭରା କାହାଣୀ ଶୁଣିବାକୁ ପାଉ। କିନ୍ତୁ ସେମାନଙ୍କ ପ୍ରେମ ଥିଲା ‘ବିଶୁଦ୍ଧ’, ଆତ୍ମିକ ଓ ଦେହବର୍ଜିତ, ଯେଉଁଥିରେ ଲେଶମାତ୍ର କାମଗନ୍ଧ ନ ଥିଲା। ଏହି ଶୁଦ୍ଧ ପ୍ରେମର ଚିନ୍ତାଧାରା, ଯେଉଁଥିରେ ଜଣେ ପୁରୁଷ ଜଣେ ମହିଳାଙ୍କ ତରଫରୁ ତାଙ୍କ ପ୍ରତି ସମ୍ପୂର୍ଣ୍ଣଭାବେ ଉତ୍ସର୍ଗୀକୃତ ହୋଇ ନିଃସର୍ତ୍ତଭାବେ ଯୁଦ୍ଧ କରିଥିଲେ, ତାହା ସେ ସମୟରେ ଅତ୍ୟନ୍ତ ଲୋକପ୍ରିୟ ଥିଲା। ଖ୍ରୀଷ୍ଟୀୟ ସନ୍ନ୍ୟାସୀମାନେ ଏହି ଆଦର୍ଶକୁ ଗ୍ରହଣ କରିନେଇଥିଲେ। ସେମାନେ ବୀର ଟେମ୍ପ୍ଲାର (ବୀର ଧର୍ମଯୋଦ୍ଧା)ଙ୍କ ପରି ମା’ ମେରୀ (ଆଓ୍ବାର ଲେଡି ବା ନୋତ୍ର ଦେମ୍‌)ଙ୍କ ତରଫରୁ ପବିତ୍ର ଭୂମିର ସୁରକ୍ଷା ପାଇଁ ଯୁଦ୍ଧ କଲେ। ଏହି ଆଦର୍ଶକୁ ୦୦୭ ଫିଲ୍ମଗୁଡ଼ିକରେ ଗ୍ରହଣ କରାଯାଇଛି, ଯେଉଁଥିରେ ଜେମ୍ସ ବଣ୍ଡ୍‌ ରାଣୀଙ୍କ ପାଇଁ ଓ ଦେଶ ପାଇଁ ଯାହାକିଛି କରିବା ଲାଗି ପ୍ରସ୍ତୁତ।
ଉକ୍ତ ଧର୍ମଯୁଦ୍ଧ ସମୟରେ ପ୍ୟାରିସ୍‌ରେ ମା’ ମେରୀ, ପ୍ରଭୁ ଯିଶୁ ଓ ଈଶ୍ୱରଙ୍କ ପାଇଁ ପ୍ରସିଦ୍ଧ ନୋତ୍ର ଦେମ୍‌ ଚର୍ଚ୍ଚ ନିର୍ମିତ ହୋଇଥିଲା। ପ୍ରାୟ ୩୦୦ ବର୍ଷ ତଳେ ସ୍ବାଧୀନତା ଓ ସମାନତା ଉପରେ ଗୁରୁତ୍ୱ ଦେଇଥିବା ଫରାସୀ ବିପ୍ଳବ ପରେ ରାଜାମାନଙ୍କର ସ୍ବର୍ଗୀୟ ଅଧିକାର ଆଉ ରହିଲା ନାହିଁ। ସେତେବେଳେ ଏହି ଚର୍ଚ୍ଚକୁ ହେତୁବାଦୀ ଓ ଧର୍ମନିରପେକ୍ଷ ଶକ୍ତି ଆଉ ପବିତ୍ର ପୀଠ ବୋଲି ମାନିଲେ ନାହିଁ। ସେମାନେ ଏଠାରୁ ମା’ ମେରୀଙ୍କ ବିଗ୍ରହଟିକୁ କାଢ଼ିଦେଇ ତା’ ସ୍ଥାନରେ ଲେଡି ଅଫ୍‌ ଜଷ୍ଟିସ୍‌ ମୂର୍ତ୍ତି ସ୍ଥାପନ କଲେ। ବାଇବେଲରେ ବର୍ଣ୍ଣିତ ରାଜାମାନଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡକାଟ କରାଗଲା କାରଣ ସେମାନଙ୍କୁ ସ୍ଥାନୀୟ ରାଜା ବୋଲି ମନେକରାଯାଉଥିଲା, ଯେଉଁମାନଙ୍କୁ ବିପ୍ଳବୀମାନେ ଘୃଣା କରୁଥିଲେ। ପରେ ଚର୍ଚ୍ଚଟିକୁ ପୁଣି ପାଦ୍ରିମାନଙ୍କୁ ହସ୍ତାନ୍ତର କରାଗଲା ଏବଂ ସେବେଠାରୁ ଏହା କେବଳ ଫ୍ରାନ୍ସର ନୁହେଁ, ବରଂ ସମଗ୍ର ୟୁରୋପୀୟ କ୍ୟାଥୋଲିକ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ଭାବେ ଗ୍ରହଣ କରାଯାଇ ଆସୁଛି।
(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।)
ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri