ନୋଟ୍‌ ବଦଳ ପାଇଁ କମିଶନ ୨ଲକ୍ଷ ଠକେଇ: ୪ ଗିରଫ

କଟକ ଅଫିସ,୯ା୧୨: ପୁରୀସ୍ଥିତ ଏକ ମଠର କର୍ମଚାରୀ ପରିଚୟ ଦେଇ ନୋଟ୍‌ ଏକ୍ସଚେଞ୍ଜ କରିବା ପାଇଁ କମିଶନ ଦେବାକୁ କହି ୨ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ୪ ଆନ୍ତଃଜିଲା ଠକଙ୍କୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ଅଧୀନ ବୁଢ଼ାପଡ଼ାର ମନୋଜ ପଟ୍ଟନାୟକ ଓରଫ ଇଟୁ, ଅନିଲ କୁମାର ଭୋଇ, ଭୂତମୁଣ୍ଡାଇ ପିପଳ ଗ୍ରାମର ପ୍ରଦୀପ ସାମନ୍ତରାୟ ଓରଫ ଟୁକୁନା ଓ ଏରସମା ବ୍ଲକ ଅଧୀନ ପାଲିକଣ୍ଟାର ବାସିନ୍ଦା ତଥା କଟକ ସିଡିଏ ସେକ୍ଟର-୮ରେ ରହୁଥିବା ଈଶାନ ଦାସ। ପୋଲିସ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଓ ଗୋଟିଏ ବ୍ୟାଗ ଭର୍ତ୍ତି କାଗଜ ବିଡା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲା ତରିକୁଦ ଅଞ୍ଚଳର ସରୋଜ କୁମାର ମହାନ୍ତିଙ୍କୁ ଗତ ଅଗଷ୍ଟ ମାସରେ ଜଣେ ଅଜଣା ବ୍ୟକ୍ତି ଫୋନ କରିଥିଲେ। ନିଜକୁ ଦୀପକ ଓ ସେ ପୁରୀର ଏକ ପ୍ରତିଷ୍ଠିତ ମଠର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ମଠକୁ ଦାନ ସୂତ୍ରରେ ଲକ୍ଷାଧିକ ଟଙ୍କା ଆସିଥିବାବେଳେ ସବୁତକ ୫୦ ଓ ୧୦୦ ଟଙ୍କିଆ ନୋଟ୍‌। ବ୍ୟାଙ୍କ ଏତେ ପରିମାଣର ୫୦/୧୦୦ ଟଙ୍କିଆ ନୋଟ୍‌ ନେବାକୁ ମନା କରୁଥିବାରୁ ଏହା ପରିବର୍ତ୍ତେ ୧୦ପ୍ରତିଶତ କମିଶନ ଜରିଆରେ ୨୦୦୦ ଟଙ୍କିଆ ନୋଟ୍‌ ଦେବା ପାଇଁ ସରୋଜଙ୍କୁ କହିଥିଲେ। ଫଳରେ ୨ ଲକ୍ଷ ଟଙ୍କାର ନୋଟ୍‌ ବଦଳ କରିବା ପାଇଁ ସରୋଜ ତାଙ୍କ କଥାରେ ରାଜି ହୋଇଥିଲେ। ଗତ ଅଗଷ୍ଟ ୪ ତାରିଖରେ ବିରିବାଟୀ ସ୍ଥିତ ତାରିଣୀ ମନ୍ଦିର ପାଖରେ ଟଙ୍କା ଅଦଳବଦଳ କରାଯାଇଥିଲା। ତିନି ଜଣ ବ୍ୟକ୍ତି ଆସି ପ୍ରଥମେ ସରୋଜଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଦେବା ସହ ସେଥିରେ ୨ଲକ୍ଷ ୨୦ ହଜାର ଟଙ୍କା ଥିବା ତାଙ୍କୁ କହିଥିଲେ। ବଦଳରେ ସରୋଜ ସେମାନଙ୍କୁ ୨ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ନୋଟ ଭର୍ତ୍ତି ବ୍ୟାଗ ଦେଇଥିଲେ। ତେବେ ସରୋଜ ଘରକୁ ଫେରି ଉକ୍ତ ବ୍ୟାଗ ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ବଦଳରେ କାଗଜବିଡ଼ା ଥିବା ଜାଣିଥିଲେ। ଏହା ପରେ ସେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୨୩୬/୧୯) ରୁଜୁ କରିଥିଲା।
ଏହି ଟଙ୍କା ଅଦଳବଦଳ ପଛରେ ଏକ ବଡ ର଼୍ୟାକେଟ କାମ କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୋଲିସ ମନୋଜଙ୍କୁ ପ୍ରଥମେ ଚିହ୍ନଟ କରିଥିଲା। ମନୋଜ ସରୋଜଙ୍କ ବନ୍ଧୁ ଥିଲେ। ମନୋଜ ହିଁ ସରୋଜଙ୍କ ମୋବାଇଲ୍‌ ନମ୍ବର ତାଙ୍କ ସାଥୀମାନଙ୍କୁ ଦେଇ ଏହି ଠକେଇ କରିବାରେ ସହଯୋଗ କରିଥିଲେ। ପୋଲିସ ମନୋଜଙ୍କୁ ଜେରା କରିବା ପରେ ଶନିବାର ଅନ୍ୟ ତିନି ଅଭିଯୁକ୍ତ ଅନିଲ, ଟୁକୁନା ଓ ଇଶାନଙ୍କୁ ଗିରଫ କରିଥିଲା। ସେମାନେ ଦୀର୍ଘଦିନ ହେବ ଏହି ର଼୍ୟାକେଟ୍‌ ଚଳାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ସାଇନବୋର୍ଡରେ ଲେଖାଥିବା ମାଲିକଙ୍କ ଫୋନ ନମ୍ବର ଆଣି ଏଭଳି କାରବାର କରୁଥିଲେ। କେଉଁଠି ୧୦ ପ୍ରତିଶତ, ଆଉ କେଉଁଠି ୨୦ ପ୍ରତିଶତ ଅଧିକ କମିଶନ୍‌ର ଲୋଭ ଦେଖାଇ ଲୋକମାନଙ୍କୁ ନିଜ ଜାଲରେ ଫସାଇଥିଲେ। ପରେ ଚତୁରତାର ସହ କାଗଜବିଡା ଧରାଇ ଅସଲି ନୋଟ୍‌ ନେଇ ଫେରାର ହୋଇଯାଉଥିଲେ। ଏହାପୂର୍ବରୁ ଅଭିଯୁକ୍ତମାନେ ସମାନ ଢଙ୍ଗରେ ତାଳଚେରର ଜିତେନ୍ଦ୍ର ସେଠୀଙ୍କୁ କଟକ ନଖରା ପାଖକୁ ଡାକି ୧ଲକ୍ଷ ଟଙ୍କା ଠକି ନେଇଥିଲେ। ସେହିପରି ପାରାଦୀପର ଭରତ ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍‌ସିବି ମେଡିକାଲ ପାଖକୁ ଡାକି ୧ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନ ଜିତିବା ନେଇ କର୍ମୀଙ୍କୁ ପାଠ ପଢ଼ାଇଲେ ଶିକ୍ଷାମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ଦଳୀୟ ନେତୃବୃନ୍ଦ ଜୋରଦାର ରଣନୀତି ଚଳାଇଛନ୍ତି। ଏନେଇ ପ୍ରମୁଖ...

ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

ଟିକିରି,୨୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ସିରିପାଇ ପଞ୍ଚାୟତ ଅନ୍ତର୍ଗତ ବାହାରଦୁଲକି ଗ୍ରାମରେ ଧାରୁଆ ଅସ୍ତ୍ରରେ ବୃଦ୍ଧାଙ୍କ ତଣ୍ଟି କାଟି ସୁନାଚେନ୍‌ ଲୁଟ ଘଟଣାର ପର୍ଦ୍ଦାଫାସ...

ବନବାସୀଙ୍କ ଖାଦ୍ୟ କାଇ, କୁରୁକୁଟି

କେନ୍ଦୁଝର, ୧୬ା୧୨ (ସ୍ବ.ପ୍ର)-ବିଚିତ୍ର ଏ ଦୁନିଆ । ବଣଜଙ୍ଗଲ ସମସ୍ତଙ୍କ ପାଇଁ ଭରି ଦେଇଛି ଖାଦ୍ୟ । ବନବାସୀ ମାନେ ଜଙ୍ଗଲରୁ ସଂଗୃହୀତ ଫଳମୂଳ ଖାଇବା...

ବିଜୟ ପରେ ପରସ୍ପରକୁ ଅଭିନନ୍ଦନ

ଭୁବନେଶ୍ୱର,୨୪-୫- (ବ୍ୟୁରୋ):ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ନିର୍ବାଚିତ ହୋଇଛନ୍ତି। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୫ମ ଥର ପାଇଁ ବିଜୟୀ ହୋଇଛନ୍ତି। ରାଜ୍ୟର...

ରାଜଧାନୀରେ ଧାନ ଢାଳି ପ୍ରତିବାଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନିକୁ ନେଇ ଚାଷୀ କ୍ଷୁବ୍ଧ। ଏ ନେଇ ଦୀର୍ଘଦିନ ହେବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାର...

ନକଲି ଚାଷୀଙ୍କଠାରୁ ଧାନକିଣା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ଜିଲାର ବିଭିନ୍ନ ଧାନମଣ୍ଡିରେ ନକଲି ଚାଷୀ ଧାନ ବିକ୍ରି କରୁଛନ୍ତି। ଏଭଳି ଅଭିଯୋଗ ବହୁ ପୁରୁଣା ହୋଇଥିଲେ ହେଁ ପ୍ରଶାସନର ଲଗାମ...

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଭାଜପା: ବାପାଙ୍କ ପରେ ପୁଅକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ଜଗତ୍‌ସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି।...

୫୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ ଅଫିସ,୨୪ା୨:ଜଗତସିଂହପୁର ଜିଲା ଚକ୍ରଧରପୁର ଫାଣ୍ଡିରେ ୨୦୦୫ରେ ଘଟିଥିବା ଗୁଳିକାଣ୍ଡରେ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାୟ ପ୍ରଦାନ...

Advertisement
Archives

Model This Week