ନୋଟ୍‌ ବଦଳ ପାଇଁ କମିଶନ ୨ଲକ୍ଷ ଠକେଇ: ୪ ଗିରଫ

କଟକ ଅଫିସ,୯ା୧୨: ପୁରୀସ୍ଥିତ ଏକ ମଠର କର୍ମଚାରୀ ପରିଚୟ ଦେଇ ନୋଟ୍‌ ଏକ୍ସଚେଞ୍ଜ କରିବା ପାଇଁ କମିଶନ ଦେବାକୁ କହି ୨ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ୪ ଆନ୍ତଃଜିଲା ଠକଙ୍କୁ ଚାଉଳିଆଗଞ୍ଜ ପୋଲିସ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ଅଧୀନ ବୁଢ଼ାପଡ଼ାର ମନୋଜ ପଟ୍ଟନାୟକ ଓରଫ ଇଟୁ, ଅନିଲ କୁମାର ଭୋଇ, ଭୂତମୁଣ୍ଡାଇ ପିପଳ ଗ୍ରାମର ପ୍ରଦୀପ ସାମନ୍ତରାୟ ଓରଫ ଟୁକୁନା ଓ ଏରସମା ବ୍ଲକ ଅଧୀନ ପାଲିକଣ୍ଟାର ବାସିନ୍ଦା ତଥା କଟକ ସିଡିଏ ସେକ୍ଟର-୮ରେ ରହୁଥିବା ଈଶାନ ଦାସ। ପୋଲିସ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଓ ଗୋଟିଏ ବ୍ୟାଗ ଭର୍ତ୍ତି କାଗଜ ବିଡା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲା ତରିକୁଦ ଅଞ୍ଚଳର ସରୋଜ କୁମାର ମହାନ୍ତିଙ୍କୁ ଗତ ଅଗଷ୍ଟ ମାସରେ ଜଣେ ଅଜଣା ବ୍ୟକ୍ତି ଫୋନ କରିଥିଲେ। ନିଜକୁ ଦୀପକ ଓ ସେ ପୁରୀର ଏକ ପ୍ରତିଷ୍ଠିତ ମଠର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ତାଙ୍କ ମଠକୁ ଦାନ ସୂତ୍ରରେ ଲକ୍ଷାଧିକ ଟଙ୍କା ଆସିଥିବାବେଳେ ସବୁତକ ୫୦ ଓ ୧୦୦ ଟଙ୍କିଆ ନୋଟ୍‌। ବ୍ୟାଙ୍କ ଏତେ ପରିମାଣର ୫୦/୧୦୦ ଟଙ୍କିଆ ନୋଟ୍‌ ନେବାକୁ ମନା କରୁଥିବାରୁ ଏହା ପରିବର୍ତ୍ତେ ୧୦ପ୍ରତିଶତ କମିଶନ ଜରିଆରେ ୨୦୦୦ ଟଙ୍କିଆ ନୋଟ୍‌ ଦେବା ପାଇଁ ସରୋଜଙ୍କୁ କହିଥିଲେ। ଫଳରେ ୨ ଲକ୍ଷ ଟଙ୍କାର ନୋଟ୍‌ ବଦଳ କରିବା ପାଇଁ ସରୋଜ ତାଙ୍କ କଥାରେ ରାଜି ହୋଇଥିଲେ। ଗତ ଅଗଷ୍ଟ ୪ ତାରିଖରେ ବିରିବାଟୀ ସ୍ଥିତ ତାରିଣୀ ମନ୍ଦିର ପାଖରେ ଟଙ୍କା ଅଦଳବଦଳ କରାଯାଇଥିଲା। ତିନି ଜଣ ବ୍ୟକ୍ତି ଆସି ପ୍ରଥମେ ସରୋଜଙ୍କୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ ଦେବା ସହ ସେଥିରେ ୨ଲକ୍ଷ ୨୦ ହଜାର ଟଙ୍କା ଥିବା ତାଙ୍କୁ କହିଥିଲେ। ବଦଳରେ ସରୋଜ ସେମାନଙ୍କୁ ୨ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ନୋଟ ଭର୍ତ୍ତି ବ୍ୟାଗ ଦେଇଥିଲେ। ତେବେ ସରୋଜ ଘରକୁ ଫେରି ଉକ୍ତ ବ୍ୟାଗ ଖୋଲି ଦେଖିଲା ବେଳକୁ ସେଥିରେ ଟଙ୍କା ବଦଳରେ କାଗଜବିଡ଼ା ଥିବା ଜାଣିଥିଲେ। ଏହା ପରେ ସେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୨୩୬/୧୯) ରୁଜୁ କରିଥିଲା।
ଏହି ଟଙ୍କା ଅଦଳବଦଳ ପଛରେ ଏକ ବଡ ର଼୍ୟାକେଟ କାମ କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୋଲିସ ମନୋଜଙ୍କୁ ପ୍ରଥମେ ଚିହ୍ନଟ କରିଥିଲା। ମନୋଜ ସରୋଜଙ୍କ ବନ୍ଧୁ ଥିଲେ। ମନୋଜ ହିଁ ସରୋଜଙ୍କ ମୋବାଇଲ୍‌ ନମ୍ବର ତାଙ୍କ ସାଥୀମାନଙ୍କୁ ଦେଇ ଏହି ଠକେଇ କରିବାରେ ସହଯୋଗ କରିଥିଲେ। ପୋଲିସ ମନୋଜଙ୍କୁ ଜେରା କରିବା ପରେ ଶନିବାର ଅନ୍ୟ ତିନି ଅଭିଯୁକ୍ତ ଅନିଲ, ଟୁକୁନା ଓ ଇଶାନଙ୍କୁ ଗିରଫ କରିଥିଲା। ସେମାନେ ଦୀର୍ଘଦିନ ହେବ ଏହି ର଼୍ୟାକେଟ୍‌ ଚଳାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ସାଇନବୋର୍ଡରେ ଲେଖାଥିବା ମାଲିକଙ୍କ ଫୋନ ନମ୍ବର ଆଣି ଏଭଳି କାରବାର କରୁଥିଲେ। କେଉଁଠି ୧୦ ପ୍ରତିଶତ, ଆଉ କେଉଁଠି ୨୦ ପ୍ରତିଶତ ଅଧିକ କମିଶନ୍‌ର ଲୋଭ ଦେଖାଇ ଲୋକମାନଙ୍କୁ ନିଜ ଜାଲରେ ଫସାଇଥିଲେ। ପରେ ଚତୁରତାର ସହ କାଗଜବିଡା ଧରାଇ ଅସଲି ନୋଟ୍‌ ନେଇ ଫେରାର ହୋଇଯାଉଥିଲେ। ଏହାପୂର୍ବରୁ ଅଭିଯୁକ୍ତମାନେ ସମାନ ଢଙ୍ଗରେ ତାଳଚେରର ଜିତେନ୍ଦ୍ର ସେଠୀଙ୍କୁ କଟକ ନଖରା ପାଖକୁ ଡାକି ୧ଲକ୍ଷ ଟଙ୍କା ଠକି ନେଇଥିଲେ। ସେହିପରି ପାରାଦୀପର ଭରତ ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍‌ସିବି ମେଡିକାଲ ପାଖକୁ ଡାକି ୧ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଯାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri