ନୋଟିସ୍‌ ପରେ ଦୋକାନ ସ୍ଥାନାନ୍ତର କଲେ ବ୍ୟବସାୟୀ

ଆନନ୍ଦପୁର,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକ ରାସ୍ତା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟା ନେଇ ସରକାରୀ ଜାଗାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ ନିମନ୍ତେ ମଙ୍ଗଳବାର ପୌରପରିଷଦ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ନୋଟିସ୍‌ ଜରିଆରେ ଆଗାମୀ ୨୪ ଘଣ୍ଟା ଭିତରେ ବ୍ୟବସାୟ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଗୁରୁବାର ସକାଳେ ପୌରପରିଷଦ ପକ୍ଷରୁ ବ୍ରିଜଛକ ଠାରେ ସରକାରୀ ଜାଗାରେ ଜବର ଦଖଲ କରିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଉଚ୍ଛେଦ କରାଯିବ। ଏଥିପାଇଁ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହିତ ୬ ଜଣ ମାଜିଷ୍ଟ୍ରେଟ୍‌, ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନର ଉଚ୍ଛେଦକୁ ନେଇ ସଜବାଜ ପରେ ବ୍ୟବସାୟୀମାନେ ନିଜେ ନିଜେ ବ୍ୟବସାୟ ପ୍ରତିଷ୍ଠାନକୁ ଭାଙ୍ଗି ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ଦେଖାଯାଇଛି। ଏହି ଉଚ୍ଛେଦରେ ଅନ୍ୟୁନ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ପ୍ରଭାବିତ ହେବେ। ଅନ୍ୟପକ୍ଷରେ ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତିକୁ ବ୍ୟବସାୟୀମାନେ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ବ୍ରିଜଛକରେ ଉଚ୍ଛେଦ କରାଯାଇଥିବାବେଳେ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଇଥିଲା। ପୁନର୍ବାର ସଂପୃକ୍ତ ବ୍ୟବସାୟୀମାନେ ବ୍ରିଜଛକରେ ନିଜର ବ୍ୟବସାୟ ଆରମ୍ଭ କରିବା ନେଇ ସ୍ଥାନୀୟ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାସ୍ତା କାର୍ଯ୍ୟକୁ ଖୁବ୍‌ଶୀଘ୍ର ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନିକସ୍ତରରେ ଉଚ୍ଛେଦ ପ୍ରକ୍ରିୟା ଜୋର୍‌ଦାର କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

ରାଜଧାନୀର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଲୋକ…

ନୂଆଦିଲ୍ଲୀ,୧୫।୭: ନୋଏଡାର ସେକ୍ଟର ୬୬ରେ ଏକ କୋଠାର ବେସମେଣ୍ଟରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବାଇକ୍ ଜଳିବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ବର୍ତ୍ତମାନ…

ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ…

ଜିମ୍‌ରେ ଜେଜେବାପା: ବଡି ଓ ଫିଟ୍‌ନେସ୍ ଦେଖି ତାଟକା ହେଲେ ସୋସିଆଲ ମିଡିଆ ୟୁଜର୍ସ, VIDEO ଦେଖିଲେ ଆପଣ ବି…

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ ମଜାଦାର ହୋଇଥିବା ବେଳେ କିଛି ଭିଡିଓ ଦେଖିଲେ ଆଖି ଖୋସି…

ପ୍ରେମରେ ଉବୁଟୁବୁ ଶେହନାଜ: କହୁ କହୁ କହିଦେଲେ…

ଆଜିକାଲି ପ୍ରେମରେ ଉବୁଟୁବୁ ହେଉଛନ୍ତି ଅଭିନେତ୍ରୀ ଶେହନାଜ ଗିଲ। ସିଦ୍ଧାର୍ଥ ଶୁକ୍ଲାଙ୍କ ଯିବା ପରେ ଶେହନାଜ ଏବେ ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି। ଏହାକୁ ନେଇ…

କାର ଭିତରୁ ରାଇଫଲ ସହ ୯୩ ହଜାର ଜବତ: ୩ ଜଣଙ୍କୁ କୋର୍ଟଚାଲାଣ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଚେକିଂ ଚାଲିଥିବା ସମୟରେ ଗତକାଲି ଏକ ବେଆଇନ ଦେଶୀ ବନ୍ଧୁକ ସହ ୯୩ ହଜାର ଜବତ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri