ନେତାଙ୍କ ନାଁରେ ଧମକାଉଛନ୍ତି ଡାକ୍ତର

ଜଗତ୍‌ସିଂହପୁର ଅଫିସ,୭ା୬: ଜଗତ୍‌ସିଂହପୁରରେ ଡାକ୍ତରମାନେ ନେତାଙ୍କ ନାଁ କହି କାମ ନ କରିବାକୁ ଧମକାଉଛନ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ଅଜୟ କୁମାର ବୈଠାରୁ। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ସେ ଏଭଳି ଗୁରୁତର ପ୍ରସଙ୍ଗ ଉଠାଇଥିଲେ। ତେବେ ସିଡିଏମ୍‌ଓଙ୍କ ଏହି ଅଭିଯୋଗକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଉପସ୍ଥିତ ଏମ୍‌ପି ଓ ବିଧାୟକମାନେ। ସିଡିଏମ୍‌ଓଙ୍କ ପାଟିରୁ କଥା ନ ସରୁଣୁ ପ୍ରଥମେ ଆକ୍ରମଣାତ୍ମକ ଢଙ୍ଗରେ ଜବାବ ଦେଇଥିଲେ ଏମ୍‌ପି ରାଜଶ୍ରୀ ମଲ୍ଲିକ। ସେ କହିଲେ ଏସବୁ କହିବା ପାଇଁ ଏହା ପ୍ରକୃତ ଫୋରମ୍‌ ନୁହେଁ। ତଥାପି ମୋ ନାଁ ନେଇ କେହି ଏଭଳି ଧମକାଇଛନ୍ତି କି। ଆଉ ଯଦି କେଉଁ ନେତାଙ୍କ ନଁ। ନେଇ ଡାକ୍ତର ଧମକାଉଛନ୍ତି ସେମାନଙ୍କ ନଁା ଘୋଷଣା କରାଯାଉ। କେବଳ ଏମ୍‌ପି ନୁହନ୍ତି, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ପାଲଟା ପ୍ରଶ୍ନ କଲେ ଯେ, ଯଦି କେହି ନେତାଙ୍କ ନଁ। ନେଇ ଧମକାଉଥିଲେ ତେବେ କୌଣସି ନେତା କେବେ ଆପଣଙ୍କୁ ଏ ବାବଦରେ ପଚାରିଛନ୍ତି କି। ଯଦି ନଁ। ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଭଳି ଯୁକ୍ତିତର୍କ ମଧ୍ୟରେ ହଡ଼ବଡ଼େଇ ଯାଇଥିଲେ ସିଡିଏମ୍‌ଓ। ପରେ ଏଭଳି ପ୍ରସଙ୍ଗ ଉଠାଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ତଥାପି ଡାକ୍ତରମାନେ ଜଗତ୍‌ସିଂହପୁର ଜିଲାର ନୁହେଁ, ଅନ୍ୟ ନେତା ଓ ମନ୍ତ୍ରୀଙ୍କ ନଁ। ନେଇ ଧମକାଉଥିବା କହିଥିଲେ। ସେହିପରି ଏମ୍‌ପିଙ୍କ ସମେତ ଅନ୍ୟମାନେ ଜଳ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ଆଗରେ ବିଭାଗୀୟ ଅପାରଗତା ସମ୍ପର୍କରେ କହିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ କାମ ଅପେକ୍ଷା ଅଧିକ ଭାଷଣ ଦେଉଥିବାରୁ ଜିଲା ପ୍ରଗତିରେ ବାଧା ସୃଷ୍ଟି ହେଉଥିବା କହିଥିଲେ। ଡ୍ରେନେଜ୍‌ ସମସ୍ୟା, ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ, ନଦୀବନ୍ଧ ମରାମତି ଆଦି ପ୍ରସଙ୍ଗକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।
ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଜିଲା ମୁଖ୍ୟାଳୟରେ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗପୁର ଓ ପାଣିସାଳିଆ ଡ୍ରେନେଜ୍‌ର ଏକାଧିକ ସ୍ଥାନରେ ପ୍ରତିବନ୍ଧକ ଥିବାରୁ ଜଳ ନିଷ୍କାସନ ହୋଇପାରୁନି। ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ବସଷ୍ଟାଣ୍ଡ, ଥାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ସମେତ ବଡ ବଜାରରେ ଡ୍ରେନ୍‌ ସମସ୍ୟା ଯୋଗୁ ଅସୁବିଧା ହେଉଛି। ବିଧାୟକ ମୁଦୁଲି କହିଲେ ଯେ, ବସଷ୍ଟାଣ୍ଡ ବିଦ୍ୟୁତ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖ ବେସରକାରୀ ଜମି ଯୋଗୁ ଯଦି ଲୋକେ ଅସୁବିଧା ଭୋଗୁଛନ୍ତି, ତେବେ ଏହା ଉପରେ ବିଚାର କରାଯିବା ଦରକାର। ଏହି ଜମି ସରକାରଙ୍କ ହାତକୁ କିପରି ଆସିବ ସେନେଇ ପ୍ରକ୍ରିୟା ଆରମ୍ଭ କରାଯାଉ। ବୈଠକରେ ଜିଲାପାଳ ଗୁହା ପୁନମ ତାପସ କୁମାର ପୌରୋହିତ୍ୟ କରି କହିଲେ ଯେ, ସହର ମଧ୍ୟ ଦେଇ ଯାଇଥିବା କେନାଲ ଉଭୟ ପାର୍ଶ୍ୱରେ ରାସ୍ତା ଥିଲେ ସୁଦ୍ଧା ଗୋଟିଏ ପାର୍ଶ୍ୱରେ ଗାଡି ଚଳାଚଳରେ ବାଧା ଉପୁଜୁଛି। ତେଣୁ ଏହି ରାସ୍ତା ଦ୍ୱୟକୁ ୪ ଥାକିଆ କରିବାକୁ ଯୋଜନା ହେବ। କାର୍ଯ୍ୟରେ ଅବହେଳା କରିଥିବା ଆପାଦ ମିତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଳ ସମ୍ପଦ ଓ ଡ୍ରେନେଜ୍‌ ବିଭାଗ କାର୍ଯ୍ୟକୁ ନେଇ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏମ୍‌ପି ମଲ୍ଲିକ କହିଲେ ଯେ, ତିର୍ତ୍ତୋଲ ବ୍ଲକ କଟରା ଅଞ୍ଚଳର ୫/୬ଟି ଗାଁ ପଛୁଆ ପାଣି ଯୋଗୁ ପ୍ରତିବର୍ଷ ପ୍ରଭାବିତ ହେଉଛି। ଏ ସମ୍ପର୍କରେ ସେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରିଛନ୍ତି। ଏଥିସହ ସ୍ଲୁଇସ୍‌ ଗେଟ୍‌ କରିବାକୁ ତତ୍କାଳୀନ ବିଭାଗୀୟ ମନ୍ତ୍ରୀଙ୍କ ସହ କଥା ହୋଇ ଟେଣ୍ଡର ପର୍ଯ୍ୟନ୍ତ ଯାଇଥିଲେ। ହେଲେ ତାହା ଆଉ ଆଗାଉ ନ ଥିବାରୁ ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ। ଟେଣ୍ଡର ପରେ ମଧ୍ୟ ଠିକାଦାର କାମ ଆରମ୍ଭ କରିବାରେ ବିଳମ୍ବ କରୁଥିବାରୁ ଧାର୍ଯ୍ୟ ସମୟରେ କାମ ସରୁ ନ ଥିବ କହିଥିଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ବିଧାୟକ ମୁଦୁଲି ଡ୍ରେନେଜ୍‌ ସିଷ୍ଟମ୍‌ ପୁନରୁଦ୍ଧାର ଆଳରେ ଅର୍ଥ ବରବାଦ ହେଉଥିବା ଦର୍ଶାଇଥିଲେ। ସିଙ୍ଗାରପୁର-ଜୟତୋଳ ପର୍ଯ୍ୟନ୍ତ ପ୍ରାୟ ୫ କିମି ସଫେଇ ଆବଶ୍ୟକ ନ ଥିବାବେଳେ ତାହା କରାଯିବା ଆଳରେ ଅର୍ଥ ପାଣିରେ ପକାଯାଉଛି। ଜଳ ନିଷ୍କାସନ ହେଉ ନ ଥିବାରୁ ଏହି ୫ କିଲୋମିଟର ଏକ ହ୍ରଦର ଭ୍ରମ ସୃଷ୍ଟି କରୁଛି। ତେଣୁ ଏଥିପ୍ରତି ଧ୍ୟାନଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ବର୍ଷାଦିନେ କିପରି ନଦୀ, କେନାଲ ବନ୍ଧ ସୁରକ୍ଷିତ ରଖାଯାଇପାରିବ ତା’ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଡେପୁଟି କଲେକ୍ଟର(ଜରୁରୀ) କଲ୍ୟାଣ ସୌରଭ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri