Posted inUncategorized

ନେତାଙ୍କ ନାଁରେ ଧମକାଉଛନ୍ତି ଡାକ୍ତର

ଜଗତ୍‌ସିଂହପୁର ଅଫିସ,୭ା୬: ଜଗତ୍‌ସିଂହପୁରରେ ଡାକ୍ତରମାନେ ନେତାଙ୍କ ନାଁ କହି କାମ ନ କରିବାକୁ ଧମକାଉଛନ୍ତି। ଏଭଳି ଅଭିଯୋଗ ଉଠାଇଛନ୍ତି ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ) ଅଜୟ କୁମାର ବୈଠାରୁ। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ସେ ଏଭଳି ଗୁରୁତର ପ୍ରସଙ୍ଗ ଉଠାଇଥିଲେ। ତେବେ ସିଡିଏମ୍‌ଓଙ୍କ ଏହି ଅଭିଯୋଗକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଉପସ୍ଥିତ ଏମ୍‌ପି ଓ ବିଧାୟକମାନେ। ସିଡିଏମ୍‌ଓଙ୍କ ପାଟିରୁ କଥା ନ ସରୁଣୁ ପ୍ରଥମେ ଆକ୍ରମଣାତ୍ମକ ଢଙ୍ଗରେ ଜବାବ ଦେଇଥିଲେ ଏମ୍‌ପି ରାଜଶ୍ରୀ ମଲ୍ଲିକ। ସେ କହିଲେ ଏସବୁ କହିବା ପାଇଁ ଏହା ପ୍ରକୃତ ଫୋରମ୍‌ ନୁହେଁ। ତଥାପି ମୋ ନାଁ ନେଇ କେହି ଏଭଳି ଧମକାଇଛନ୍ତି କି। ଆଉ ଯଦି କେଉଁ ନେତାଙ୍କ ନଁ। ନେଇ ଡାକ୍ତର ଧମକାଉଛନ୍ତି ସେମାନଙ୍କ ନଁା ଘୋଷଣା କରାଯାଉ। କେବଳ ଏମ୍‌ପି ନୁହନ୍ତି, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ପାଲଟା ପ୍ରଶ୍ନ କଲେ ଯେ, ଯଦି କେହି ନେତାଙ୍କ ନଁ। ନେଇ ଧମକାଉଥିଲେ ତେବେ କୌଣସି ନେତା କେବେ ଆପଣଙ୍କୁ ଏ ବାବଦରେ ପଚାରିଛନ୍ତି କି। ଯଦି ନଁ। ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଭଳି ଯୁକ୍ତିତର୍କ ମଧ୍ୟରେ ହଡ଼ବଡ଼େଇ ଯାଇଥିଲେ ସିଡିଏମ୍‌ଓ। ପରେ ଏଭଳି ପ୍ରସଙ୍ଗ ଉଠାଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ। ତଥାପି ଡାକ୍ତରମାନେ ଜଗତ୍‌ସିଂହପୁର ଜିଲାର ନୁହେଁ, ଅନ୍ୟ ନେତା ଓ ମନ୍ତ୍ରୀଙ୍କ ନଁ। ନେଇ ଧମକାଉଥିବା କହିଥିଲେ। ସେହିପରି ଏମ୍‌ପିଙ୍କ ସମେତ ଅନ୍ୟମାନେ ଜଳ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ଆଗରେ ବିଭାଗୀୟ ଅପାରଗତା ସମ୍ପର୍କରେ କହିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ କାମ ଅପେକ୍ଷା ଅଧିକ ଭାଷଣ ଦେଉଥିବାରୁ ଜିଲା ପ୍ରଗତିରେ ବାଧା ସୃଷ୍ଟି ହେଉଥିବା କହିଥିଲେ। ଡ୍ରେନେଜ୍‌ ସମସ୍ୟା, ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ, ନଦୀବନ୍ଧ ମରାମତି ଆଦି ପ୍ରସଙ୍ଗକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।
ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଜିଲା ମୁଖ୍ୟାଳୟରେ ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗପୁର ଓ ପାଣିସାଳିଆ ଡ୍ରେନେଜ୍‌ର ଏକାଧିକ ସ୍ଥାନରେ ପ୍ରତିବନ୍ଧକ ଥିବାରୁ ଜଳ ନିଷ୍କାସନ ହୋଇପାରୁନି। ସରକାରୀ ବାଳିକ ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ବସଷ୍ଟାଣ୍ଡ, ଥାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ସମେତ ବଡ ବଜାରରେ ଡ୍ରେନ୍‌ ସମସ୍ୟା ଯୋଗୁ ଅସୁବିଧା ହେଉଛି। ବିଧାୟକ ମୁଦୁଲି କହିଲେ ଯେ, ବସଷ୍ଟାଣ୍ଡ ବିଦ୍ୟୁତ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖ ବେସରକାରୀ ଜମି ଯୋଗୁ ଯଦି ଲୋକେ ଅସୁବିଧା ଭୋଗୁଛନ୍ତି, ତେବେ ଏହା ଉପରେ ବିଚାର କରାଯିବା ଦରକାର। ଏହି ଜମି ସରକାରଙ୍କ ହାତକୁ କିପରି ଆସିବ ସେନେଇ ପ୍ରକ୍ରିୟା ଆରମ୍ଭ କରାଯାଉ। ବୈଠକରେ ଜିଲାପାଳ ଗୁହା ପୁନମ ତାପସ କୁମାର ପୌରୋହିତ୍ୟ କରି କହିଲେ ଯେ, ସହର ମଧ୍ୟ ଦେଇ ଯାଇଥିବା କେନାଲ ଉଭୟ ପାର୍ଶ୍ୱରେ ରାସ୍ତା ଥିଲେ ସୁଦ୍ଧା ଗୋଟିଏ ପାର୍ଶ୍ୱରେ ଗାଡି ଚଳାଚଳରେ ବାଧା ଉପୁଜୁଛି। ତେଣୁ ଏହି ରାସ୍ତା ଦ୍ୱୟକୁ ୪ ଥାକିଆ କରିବାକୁ ଯୋଜନା ହେବ। କାର୍ଯ୍ୟରେ ଅବହେଳା କରିଥିବା ଆପାଦ ମିତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଳ ସମ୍ପଦ ଓ ଡ୍ରେନେଜ୍‌ ବିଭାଗ କାର୍ଯ୍ୟକୁ ନେଇ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏମ୍‌ପି ମଲ୍ଲିକ କହିଲେ ଯେ, ତିର୍ତ୍ତୋଲ ବ୍ଲକ କଟରା ଅଞ୍ଚଳର ୫/୬ଟି ଗାଁ ପଛୁଆ ପାଣି ଯୋଗୁ ପ୍ରତିବର୍ଷ ପ୍ରଭାବିତ ହେଉଛି। ଏ ସମ୍ପର୍କରେ ସେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରିଛନ୍ତି। ଏଥିସହ ସ୍ଲୁଇସ୍‌ ଗେଟ୍‌ କରିବାକୁ ତତ୍କାଳୀନ ବିଭାଗୀୟ ମନ୍ତ୍ରୀଙ୍କ ସହ କଥା ହୋଇ ଟେଣ୍ଡର ପର୍ଯ୍ୟନ୍ତ ଯାଇଥିଲେ। ହେଲେ ତାହା ଆଉ ଆଗାଉ ନ ଥିବାରୁ ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ। ଟେଣ୍ଡର ପରେ ମଧ୍ୟ ଠିକାଦାର କାମ ଆରମ୍ଭ କରିବାରେ ବିଳମ୍ବ କରୁଥିବାରୁ ଧାର୍ଯ୍ୟ ସମୟରେ କାମ ସରୁ ନ ଥିବ କହିଥିଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ବିଧାୟକ ମୁଦୁଲି ଡ୍ରେନେଜ୍‌ ସିଷ୍ଟମ୍‌ ପୁନରୁଦ୍ଧାର ଆଳରେ ଅର୍ଥ ବରବାଦ ହେଉଥିବା ଦର୍ଶାଇଥିଲେ। ସିଙ୍ଗାରପୁର-ଜୟତୋଳ ପର୍ଯ୍ୟନ୍ତ ପ୍ରାୟ ୫ କିମି ସଫେଇ ଆବଶ୍ୟକ ନ ଥିବାବେଳେ ତାହା କରାଯିବା ଆଳରେ ଅର୍ଥ ପାଣିରେ ପକାଯାଉଛି। ଜଳ ନିଷ୍କାସନ ହେଉ ନ ଥିବାରୁ ଏହି ୫ କିଲୋମିଟର ଏକ ହ୍ରଦର ଭ୍ରମ ସୃଷ୍ଟି କରୁଛି। ତେଣୁ ଏଥିପ୍ରତି ଧ୍ୟାନଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ବର୍ଷାଦିନେ କିପରି ନଦୀ, କେନାଲ ବନ୍ଧ ସୁରକ୍ଷିତ ରଖାଯାଇପାରିବ ତା’ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ଡେପୁଟି କଲେକ୍ଟର(ଜରୁରୀ) କଲ୍ୟାଣ ସୌରଭ ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?