ନୂତନ ଶିକ୍ଷାନୀତି ଓ୍ବେବ୍‌ସାଇଟ୍‌ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ୱର, ୧୨। ୯ (ବ୍ୟୁରୋ):  ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ ‘My NEP’ ପ୍ରତିଯୋଗିତାର ଓ୍ବେବ୍‌ସାଇଟ୍‌ ‘www.mynep.in’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ଶୁକ୍ରବାର ରାଜଭବନ ପରିସରରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜାତୀୟ ଶିକ୍ଷା ନୀତିକୁ ଗୁରୁତ୍ୱାରୋପ କରିବା ସହ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଦେଶରେ ହେଉଥିବା ଏହି ସୂର୍ଯ୍ୟୋଦୟ ସାରା ବିଶ୍ୱକୁ ଆଲୋକିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଜାତୀୟ ଶିକ୍ଷାନୀତି – ୨୦୨୦ ନିମନ୍ତେ ଆରମ୍ଭ ହୋଇଥିବା ଏହି ଜନଜାଗରଣ ପାଇଁ ବିଦ୍ୟା ଭାରତୀ ଓ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।
ପ୍ରତିଯୋଗିତା ପାଇଁ ‘www.mynep.in’ରେ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ଏହା ୨୪ ତାରିଖରେ ଶେଷ ହେବ। ୨୫ ତାରିଖ ଅର୍ଥାତ୍‌ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନ୍‌ଲାଇନ ମାଧ୍ୟମରେ ସୋସିଆଲ ମିଡ଼ିଆ, ଓ୍ବେବ୍‌ସାଇଟ୍‌ www.mynep.in ଓ My NEPରେ ଲୋକପ୍ରିୟ ଆକର୍ଷକ ପ୍ରତିଯୋଗିତାମାନ ଆୟୋଜନ ହେବ। ୧୩ଟି ଭାଷା ଓ ୪ଟି ଉପବିଷୟରେ ଏହି ପ୍ରତିଯୋଗିତା ହେବ। ଏହାକୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥିବାବେଳେ ଅକ୍ଟୋବର ୫ରେ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଧ୍ୟବସାୟ, ଉଦ୍ୟମ ବଳରେ ସବୁ କାର୍ଯ୍ୟ ସମ୍ଭବ’

ତିହିଡ଼ି, ୧୬।୭ (ଡି.ଏନ.ଏ.)- ଅଳ୍ପ ପୁଞ୍ଜି ଓ ସୀମିତ ଭିତ୍ତିଭୂମିରେ ଛତୁଚାଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସ୍ବାବଲମ୍ବୀ କରିପାରିବ। ଏଭଳି ବିଶ୍ୱାସ ନେଇ ୬ବର୍ଷ...

ରେଳପଥ ଐତିହ୍ୟକୁ ନେଇ ହେବ ସଂଗ୍ରହାଳୟ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର...

୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ

ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି...

କୋଭିଡ୍‌ ଚିକିତ୍ସାକୁ ଦୃଢ଼ୀଭୂତ କରିବା ପାଇଁ ମକ୍‌ ଡ୍ରିଲ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ବାସ୍ଥ୍ୟସେବାକୁ ଦୃଢ଼ୀଭୂତ କରିବା ସହ ସ୍ବାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଶଟ୍‌ଡାଉନ୍‌ରେ ଖାଁ ଖାଁ ରାଜଧାନୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଶନିବାର ସୁଦ୍ଧା ଚିହ୍ନଟ ହେଲେଣି ମୋଟ ୨,୭୮୧ କରୋନା ସଂକ୍ରମିତ। କେବଳ ୬ ଦିନରେ ଏହି ସଂଖ୍ୟା ୮୩୩ ବୃଦ୍ଧି ପାଇଛି। ବଢ଼ୁଥିବା...

ଅମରେଶ ହତ୍ୟା ମାମଲା : ରାଜଧାନୀ ବାହାରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : ଏୟାରଫିଲ୍ଡ ଥାନା ଅଧୀନ ଭୀମଟାଙ୍ଗିସ୍ଥିତ ଏକାମ୍ର କଲେଜ ପଛପଟେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଆଉ ଜଣଙ୍କୁ ସ୍ବତନ୍ତ୍ର ସ୍କ୍ବାଡ୍‌...

ରାଜ୍ୟରେ ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫ ା୧୧(ବ୍ୟୁରୋ)- ରାଜ୍ୟରେ ଗୁରୁବାର ଆଉ ୧୪୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲଶ୍ୱରରୁ ୧୧୦,...

ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନ ଥିବାରୁ ଉତ୍ତେଜନା

ବାହାନଗା, ୬ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଥିବା ଏକମାତ୍ର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏଠାରେ ଡାକ୍ତର ନ ଥିବାରୁ...

Play 250+ Trending Games
Archives

Model This Week

Why Dharitri