ନୂଆ ସଡ଼କ ସୁରକ୍ଷା ନିୟମ ନେଇ ସଚେତନତା

ବାରିପଦା ଅଫିସ,୬ା୯-କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି କରିଛନ୍ତି ା ଫଳରେ ବିନା ଲାଇସେନ୍ସ ଓ ହେଲମେଟରେ ଗାଡି ଚଳାଇବା ସହିତ ଅନ୍ୟାନ୍ୟ ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି। ଏଭଳି ବ୍ୟବସ୍ଥାକୁ ନେଇ ବାରିପଦା ସହରରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମୟୂରଭଞ୍ଜ ପୋଲିସ ପକ୍ଷରୁ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିଅର କଲେଜ ଓ ବାରିପଦା ଏମ୍‌କେସି ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଶୁଭଙ୍କର ସାହୁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଜିଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ସମ୍ମାନିତ ବକ୍ତା ଭାବେ ମୟୂରଭଞ୍ଜ ଉପଜିଲାପାଳ ତଥା ଆରଟିଓ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ, ସଦର ଏସଡିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକ ଓ ଅତିରିକ୍ତ ପରିବହନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ା ମୋଟରଯାନ ଉପରେ ପ୍ରଣୟନ କରାଯାଇଥିବା ନୂଆ ନିୟମ ସମ୍ପର୍କରେ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ ଜଣାଇଥିଲେ। ଇଂଲିଶ ଅଧ୍ୟାପିକା ଦେବସ୍ମିତା ପାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ତପସ୍ବିନୀ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରମାନଙ୍କୁ ନେଇ ଏକ ସଚେତନତା ରାଲି କଲେଜରୁ ବାହାରିଥିଲା ା ଜିଲା ଆରକ୍ଷୀ ଅଧୀକ୍ଷକ ଦାସ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଛାତ୍ରୀଛାତ୍ରମାନେ ହାତରେ ବିଭିନ୍ନ ନୂଆ ନିୟମ ଲାଗୁ ହୋଇଥିବା ପ୍ଲାକାର୍ଡ ଧରି ସହରରେ ଚଳପ୍ରଚଳ କରୁଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ। ଟାଉନ ଥାନା ଅଧିକାରୀ ଅଶୋକ ନାୟକଙ୍କ ସମେତ ବହୁ ପଦାଧିକାରୀ ଏଥିରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମହାଉସରୁ ଚୋରି : ୧୨ ଗିରଫ, ୯ ଗ୍ୟାସ ସିଲିଣ୍ଡର, ଲାପ୍‌ଟପ, ପାଣିପମ୍ପ ଜବତ

ବାରଙ୍ଗ,୯।୧୧(ଡି.ଏନ୍‌.ଏ.)- ଚନ୍ଦକା ଥାନା ଅନ୍ତର୍ଗତ ଏସ୍‌ଓଜି ନିକଟ ଏକ ଫାର୍ମହାଉସରୁ ଚୋରି ଅଭିଯୋଗରେ ପୋଲିସ ୧୨ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ପୋଲିସ...

ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ସୁଜାତା ପ୍ରଧାନ : ନିଜେ ଗଢ଼ିଛନ୍ତି ନିଜ ପରିଚୟ

ବନ୍ତଳା,୨ା୬- ସାତ ଭଉଣୀଭାଇଙ୍କ ମଧ୍ୟରୁ ସେ ହେଉଛନ୍ତି ପାଞ୍ଚ ନମ୍ବର। ଘର ବି ନିପଟ ମଫସଲି ଜଙ୍ଗଲ ଅଧ୍ୟୁଷିତ ଏକ ଗଁ। ରେ। ହେଲେ ଦୃଢ଼...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ପୁରୀ ଅଫିସ, ୨୭।୯: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠରେ ସର୍ଟଶର୍କିଟ ଯୋଗୁ ଏସିରୁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି।...

୪ ଶିଶୁ ଅପପୁଷ୍ଟିର ଶିକାର

କଳିଙ୍ଗନଗର,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି।...

ହକି ବିଶ୍ୱକପ୍‌ ଟ୍ରଫି ପରିକ୍ରମା, ପଲ୍ଲିଶ୍ରୀ ମେଳା ପାଇଁ ବୌଦ୍ଧ ଜିଲାପାଳ ସମ୍ବର୍ଦ୍ଧିତ

ବୌଦ୍ଧ,୨୫ା୨(ସ୍ବ.ପ୍ର.): ହକି ବିଶ୍ୱକପ୍‌ ଟ୍ରଫିର ଜିଲା ପରିକ୍ରମା ଏବଂ ବୌଦ୍ଧ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ସଫଳ ଆୟୋଜନ ପାଇଁ ବୌଦ୍ଧ ଜିଲାପାଳ ସତ୍ୟ ରଞ୍ଜନ...

ଜମି ହରାଇବା ଆଶଙ୍କାରେ ଚାଷୀ

କଳିଙ୍ଗନଗର,୫ା୨(ଡି.ଏନ.ଏ.): ଐତିହ୍ୟ ବ୍ୟାସସରୋବର ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରକିୟା ଆରମ୍ଭ ହୋଇଛି। ଏଥିଲାଗି ୨୯୪ ଏକର ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜିଲା ଖଣିଜ...

ଆଇଆଇଏଫ୍‌ଏଲ୍‌ ସଂସ୍ଥାରେ ଡକାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ମହାନଗରରେ ଏବେ ଆପରାଧୀକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡି ପଲ ସ୍କୁଲ ନିକଟରେ ଥିବା...

କମ୍ପାନୀରେ ନିଯୁକ୍ତି ନାଁରେ ମହିଳାଙ୍କୁ ଠକେଇ

ସେମିଳିଗୁଡ଼ା,୪ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା, ପଟ୍ଟାଙ୍ଗି ବ୍ଲକ ଓ ସୁନାବେଡ଼ା ମ୍ୟୁନିସପାଲିଟି ଅଞ୍ଚଳର ବହୁ ଯୁବତୀ, ମହିଳାଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକାଯାଇଥିବା ଅଭିଯୋଗ...

Advertisement
Archives

Model This Week