ନୂଆ ମୋଟର ଯାନ ଆଇନ ଭୟ: ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ଗଣିଆ,୭ା୯(ଡି.ଏନ.ଏ.): ଗତ ସେପ୍ଟେମ୍ବର ୧ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଚେକିଂ, ବ୍ଲକିଂ ଓ ଧରପଗଡକୁ ଜୋରଦାର କରାଯାଇଛି ା ନୂଆ ଆଇନ ଅନୁଯାୟୀ ୧୦ ଗୁଣା ଅଧିକ ଜରିମାନା ଆଦାୟ ହେଉଥିବାରୁ ବାଇକ୍‌ ଆରୋହୀଙ୍କଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ୍‌ ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ା କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ଥିଲେ ମଧ୍ୟ ଲୋକେ ସେମାନଙ୍କ ବାଇକ୍‌ ବାହାର କରୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେତେକ ଘରୋଇ ଯାତ୍ରୀବାହୀ ବସ୍‌ ମାଲିକ ବସ୍‌ଗୁଡିକ ଯାଉଥିବା ରୁଟ୍‌ରେ ଚଳାଚଳ ବନ୍ଦ କରିଦେଇଛନ୍ତି। ଫଳରେ ଗତ ୨ଦିନ ଧରି ଦୂରସ୍ଥାନକୁ ଯିବାକୁ ଥିବା ବହୁ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୟାଗଡ଼ ଜିଲା ଗଣିଆ ଅଞ୍ଚଳରେ ଏହିଭଳି ସମସ୍ୟା ଦେଖିବାକୁ ମଳିଛି ା ପ୍ରତ୍ୟହ ସକାଳୁ ବ୍ଲକର ଛାମୁଣ୍ଡିଆଠାରୁ ଭୁବନେଶ୍ୱର ୨ଟି ଘରୋଇ ଯାତ୍ରୀବାହୀ ବସ୍‌ ଚଳାଚଳ କରିଥାଏ। ହେଲେ କିଛିଦିନ ହେଲା ବସ୍‌ଗୁଡିକ ଚଳାଚଳ କରୁ ନ ଥିବାରୁ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳକୁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ରାଜିଙ୍ଗି ଯାଉଥିବା ଏକମାତ୍ର ଘରୋଇ ବସରେ ଯାତ୍ରୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ା ଧରପଗଡ ଭୟରେ କେତେକ ଯାତ୍ରୀବାହୀ ଅଟୋ ଚଳାଚଳ କରୁ ନ ଥିବା ବେଳେ ଆଉ କେତେକ ଅଟୋ ୩ଜଣରୁ ଅଧିକ ଯାତ୍ରୀ ବସାଉ ନ ଥିବା ଦେଖାଯାଉଛି। ସେହିପରି କେତେକ ବାଇକ୍‌ ଆରୋହୀ ପୁରୁଣା ହେଲ୍‌ମେଟଗୁଡିକୁ ସଜାଡୁଥିବା ବେଳେ ଆଉ କେତେକ ନୂଆ ହେଲ୍‌ମେଟ କିଣିବା ପାଇଁ ଦୋକାନରେ ଗହଳି ଲଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ପୁଣି ପ୍ରଶ୍ନପତ୍ର ଲିକ୍‌: ୨ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତରମନ୍ତରରେ ପେପର ଲିକ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ, ଉତ୍ତରାଖଣ୍ଡରେ ଆଉ ଏକ ପେପର ଲିକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟରେ…

ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri