ନୂଆ ନିୟମକୁ ଠିକାଦାରଙ୍କ ବିରୋଧ: ୨୦ରୁ ସରକାରୀ କାର୍ଯ୍ୟ ବନ୍ଦ ଚେତାବନୀ

ଢେଙ୍କାନାଳ ଅଫିସ, ୧୬।୧୧ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ପାଇଁ ଲାଗୁ ହୋଇଥିବା ନିୟମକୁ ଠିକାଦାରମାନେ ବିରୋଧ କରିଛନ୍ତି। ଦାବିପୂରଣ ନ ହେଲେ ଆସନ୍ତା ୨୦ ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଢେଙ୍କାନାଳ ଜିଲା ଠିକାଦାର କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି।
ସଂଘ ସଭାପତି ସୁଧାଂଶୁ ଧଳ, ସମ୍ପାଦକ ଜି. ପରମେଶ୍ୱର ରାଓ କହିଛନ୍ତି, ଲଘୁ ଖଣିଜ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି। ଠିକାଦାରମାନେ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଥିବା ବାଲି, ଗୋଡି, ମାଟି ଆଦି ସାମଗ୍ରୀ ଉପରେ ଟ୍ରାଞ୍ଜିଟ୍‌ ପାସ୍‌ର ବ୍ୟବସ୍ଥା ରହିଛି। କିନ୍ତୁ ସରକାରୀସ୍ତରରେ ଏହି ପାସ୍‌ କିଏ ଦେବ ସେ ସମ୍ପର୍କରେ ସ୍ପଷ୍ଟ କରାଯାଇନାହିଁ। ଫଳରେ ଠିକାଦାରଙ୍କ ବିଲ୍‌ରୁ ଏହା ବାଦ୍‌ ପଡ଼ିବା ଆଶଙ୍କା ଦେଖାଦେଇଛି। ସେହିପରି ପେଟ୍ରୋଲ ସମେତ ଅନ୍ୟ ନିର୍ମାଣ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ବଢ଼ିଚାଲିଛି। ସେହି ଅନୁପାତରେ କାର୍ଯ୍ୟର ମୂଲ୍ୟ ବଢୁନାହିଁ। ଏଥିରେ ଠିକାଦାରମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ତୁରନ୍ତ ସମାଧାନ କରିବାକୁ ସଂଘ ପକ୍ଷରୁ ଶନିବାର ୫ଦଫା ଦାବିପତ୍ର ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବଙ୍କୁ ପ୍ରଦାନ କରାଯିବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଅଲ୍‌ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏଶନର ନିଷ୍ପତ୍ତି ଅନୁଯାୟୀ ସରକାରୀ ନିର୍ମାଣ କାମ ବନ୍ଦ କରାଯିବ ବୋଲି ସଂଘ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସରକାର’କୁ ମାନୁନାହାନ୍ତି

ଢେଙ୍କାନାଳ ଅଫିସ, ୨୦।୩:‘ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ...

ଐତିହାସିକ ରଞ୍ଜାଗୋଳ ରଜ: ଜମୁଛି ଭିଡ଼, ବଢୁଛି ଉତ୍ସାହ

ସାତମାଇଲ, ୧୬।୬(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଆରମ୍ଭ ହୋଇଛି ଐତିହାସିକ ରଜ ମହୋତ୍ସବ ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ୨୦୦ବର୍ଷ ପୁରୁଣା...

କାର୍ଯ୍ୟାଦେଶ, ପଟ୍ଟା ବଣ୍ଟନ : ‘ଲାଞ୍ଚକୁ ପ୍ରଶ୍ରୟ ଦିଆଯିବନାହିଁ ’

କାମାକ୍ଷାନଗର,୮।୮(ଡି.ଏନ.ଏ.)  ମୁଣ୍ଡ ଉପରେ ଛାତ ପରିବାରକୁ ସୁରକ୍ଷିତ ରଖେ। ଏହାକୁ ହୃଦୟଙ୍ଗମ କରିଛନ୍ତି ଏବେକାର ସରକାର। ଜନସାଧାରଣଙ୍କ ସୁଖସୁବିଧା ଲାଗି ଆବାସ ଯୋଜନା କାର୍ଯ୍ୟକାରୀ କରାଯାଇଛି।...

ପ୍ଲାଷ୍ଟିକ୍‌ ମୁକ୍ତହେବ ଇକୋ ସେନ୍‌ସିଟିଭ୍‌ ଜୋନ୍‌

ଢେଙ୍କାନାଳ ଅଫିସ, ୧୮।୧୧: ପ୍ଲାଷ୍ଟିକମୁକ୍ତ ହେବ ଢେଙ୍କାନାଳ ଜିଲାର ଇକୋ ସେନ୍‌ସିଟିଭ୍‌ ଜୋନ୍‌ (ସମ୍ବେଦନଶୀଳ ପରିବେଶ ଅଞ୍ଚଳ)। କପିଳାସ ଅଭୟାରଣ୍ୟ ସୀମାଠାରୁ ୫୦୦ ମିଟର ସମେତ...

କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହେଲ୍‌ଥ ସେଣ୍ଟର

ଢେଙ୍କାନାଳ ଅଫିସ, ୧୪।୪ ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି ଜିଲାସ୍ତରୀୟ କୋଭିଡ୍‌ ହେଲ୍‌ଥ ସେଣ୍ଟର। ରାଜ୍ୟ ସରକାର...

ହାତୀ ଆକ୍ରମଣରେ ଜଣେ ଗୁରୁତର

କାମାକ୍ଷାନଗର,୧୭।୧୨(ଡି.ଏନ୍‌.ଏ): ଢେଙ୍କାନାଳ ଜିଲା କଙ୍କଡାହାଡ଼ କରଡ଼ାପାଳ ଗ୍ରାମର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମହାନ୍ତ ଦେହୁରୀ (୬୫)। ସନ୍ଧ୍ୟାରେ...

ପାଣିରେ ବୁଡ଼ିଛି ପାଚିଲା ଧାନ

ଢେଙ୍କାନାଳ ଅଫିସ, ୬।୧୨:  ଗଭୀର ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ଜଓ୍ବାଦ’। ଓଡ଼ିଶା ଉପରୁ ଯଦିଓ ବାତ୍ୟା ଭୟ ଟଳିଛି, ହେଲେ ସାମୁଦ୍ରିକ...

ଢେଙ୍କାନାଳ ଏଲ୍‌ଆଇସି ଅଫିସରେ ଚାଞ୍ଚଲ୍ୟ: ହଠାତ୍‌ ଫୁଟିଲା ଗୁଳି

ଢେଙ୍କାନାଳ ଅଫିସ,୧୪।୧୦: ଢେଙ୍କାନାଳ ସହରାଞ୍ଚଳସ୍ଥିତ ରଥଗଡ଼ା ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) କାର୍ଯ୍ୟାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏଲ୍‌ଆଇସି କାର୍ଯ୍ୟାଳୟରୁ ଆକ୍ସିସ...

Advertisement
Archives

Model This Week