ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬୦୦ ଚାରା ରୋପଣ

ରଣପୁର,୫।୮(ସ୍ବ.ପ୍ର.): ସ୍ବଚ୍ଛ ଓ ଉତ୍ତମ ପରିବେଶ ସ୍ଥାପନ ଲକ୍ଷ୍ୟରେ ଶ୍ମଶାନକୁ ସଫା କରି ଚାରା ରୋପଣ ପରେ ଏବେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନୟାଗଡ଼ ଜିଲା ଶରଣକୂଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ପଡ଼ିଥିବା ନୂଆ ଜଗନ୍ନାଥ ସଡ଼କ ନିକଟ ରଣପୁରଠାରୁ ପୁରୀ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଘାଟ ନିର୍ମାଣ ସେବା ସଂଘ, ରଣପୁର ପକ୍ଷରୁ ରବିବାର ୬୦୦ ଚାରା ରୋପଣ କରାଯାଇଛି। ସୋମବାର ପୁଣି ୪୦୦ ଚାରା ରୋପଣ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ସଂଘ ସଦସ୍ୟମାନେ ଏକ ମିନି ଟ୍ରକ ଯୋଗେ ନିମ୍ବ, ଚାକୁଣ୍ଡା ଆଦି ବିଭିନ୍ନ କିସମର ଗଛ ଚାରା ରୋପଣ କରିଥିଲେ। ସଦସ୍ୟମାନେ ପ୍ରତିବର୍ଷ ଭଳି ବୋଲ୍‌ବମ୍‌ରେ ନ ଯାଇ ଶ୍ମଶାନ ସଫେଇ କରି ଗଛ ସଂଖ୍ୟା ବୃଦ୍ଧି ନିମନ୍ତେ ଏ ବର୍ଷ କାର୍ଯ୍ୟ କରୁଛନ୍ତି। ସେହିପରି ଫନୀରେ ସମସ୍ତ ବୃକ୍ଷଲତା ନଷ୍ଟ ହୋଇଯାଇଥିବାରୁ ଉକ୍ତ ରାସ୍ତା ପାର୍ଶ୍ୱକୁ ସ୍ବଚ୍ଛ, ସୁନ୍ଦର ରଖିବା ନିମନ୍ତେ ଚାରା ରୋପଣ କରାଯାଇଛି। ଅନୁଷ୍ଠାନର ସଦସ୍ୟମାନେ ରକ୍ଷଣାବେକ୍ଷଣ ଆଦିର ହିସାବ ମଧ୍ୟ ରଖିବେ ବୋଲି କହିଛନ୍ତି। ଯେଉଁ ଗଛ ମରିଯିବ ସେହି ସ୍ଥାନରେ ନୂତନ ଚାରା ରୋପଣ କରାଯିବ ବୋଲି ସଂଘ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ, ୩୦।୬-କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ଏବଂ କ୍ଷୁଦ୍ର ମଧ୍ୟମଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରବିବାର ଜିଲା...

ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଆଗରେ ଲାଞ୍ଜିଆ ସୌରାଙ୍କ ଧାରଣା

ଗୁଣପୁର,୨୩ା୯(ଡି.ଏନ୍‌.ଏ.): ଆଦିମ ଜନଜାତି ଲାଞ୍ଜିଆ ସୌରା ବର୍ଗର ଲୋକଙ୍କ ଜୀବନ ଜୀବିକା, ସାମାଜିକ, ଆର୍ଥିକ, କୃଷି ଭିତ୍ତିକ ଉନ୍ନତି ସାଧନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର...

ପୁରସ୍କାର ପରେ ପରିଷ୍କାର ନାହିଁ

ଅନୁଗୋଳ ଅଫିସ,୧୮ା୧୧ – ସ୍ବଚ୍ଛ ପରିବେଶ ସହ ଅନ୍ୟ ଉନ୍ନତିକର କାର୍ଯ୍ୟ ପାଇଁ ଗତବର୍ଷ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା କାୟାକଳ୍ପ ପୁରସ୍କାର। ମୋଟ୍‌...

ଦୋଷୀଙ୍କୁ ୨୦ ବର୍ଷ ଜେଲ

ବାଲେଶ୍ୱର ଅଫିସ, ୩୧।୧: ଏକ ଶିଶୁକନ୍ୟା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ...

ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି...

ତୁଳସୀଙ୍କ ହାତ ଧରିବାକୁ ବାହାରିଲେ ଶ୍ରୀବଳଦେବ ଜୀଉ

ବାସୁଦେବପୁର, ୭।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଗୁଡ଼ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉ ତୁଳସୀ ଦେବୀଙ୍କ ହାତ ଧରିବେ। ବଳଦେବ...

ହସ ଫୁଟାଇଛି ମାଛଚାଷ

ଭୁବନ,୧୮।୨:  କରୋନା ଶିଖାଇଦେଇଛି ଜୀବନର ମହତ୍ତ୍ୱ ଏବଂ ଜୀବିକାର ଗୁରୁତ୍ୱ। କୋଭିଡ୍‌ ପରବର୍ତ୍ତୀ ସମୟରେ ସବୁଠାରୁ ବଡ଼ ଆହ୍ବାନ ସ୍ବାବଲମ୍ବୀ ହେବା ଏବଂ ନିଜ ଉଦ୍ୟମରେ...

ଜମାଖାତାରୁ ଟଙ୍କା ଉଠାଇବାକୁ ଦେଉନାହାନ୍ତି ବ୍ୟାଙ୍କ କର୍ମଚାରୀ

ନବରଙ୍ଗପୁର,୧୪।୯(ବି.ପ୍ର.) ଚାଷୀଙ୍କ ସହାୟତା ପାଇଁ ସରକାର ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ, ମଣ୍ଡିରେ ଧାନ ଦେବା ପରେ ସିଧାସଳଖ ଆକାଉଣ୍ଟକୁ ଟଙ୍କା ଦେଉଛନ୍ତି। ଚାଷୀଙ୍କୁ କାଳିଆ...

Advertisement
Archives

Model This Week