Posted inଖେଳ

ନୂଆ ଉପାୟରେ ଗ୍ରୀଷ୍ମ ପ୍ରବାହକୁ ରୋକିବେ ଟୋକିଓ ଅଲିମ୍ପିକ୍ସ ଆୟୋଜକ

ଟୋକିଓ,୧୩।୯(ଏଏଫ୍‌ପି) : ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଇଭେଣ୍ଟବେଳେ ଗ୍ରୀଷ୍ମ ପ୍ରବାହକୁ ରୋକିବା ପାଇଁ କୃତ୍ରିମ ବରଫ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି। କନୋଇଂ ଟେଷ୍ଟ ଇଭେଣ୍ଟରେ ବରଫ ବର୍ଷା ପରୀକ୍ଷା କରାଯାଇଛି। ଗତ କିଛି ସପ୍ତାହ ହେଲା ଦେଶରେ ପ୍ରବଳ ଗରମ ସହ ହ୍ୟୁମିଡିଟି ମଧ୍ୟ ଅଧିକ ରହିଛି। ହେଲେ ଶୁକ୍ରବାର ଜାପାନ ରାଜଧାନୀରେ ତାପମାତ୍ରା ହ୍ରାସ ପାଇଛି। ଏହା ଟୋକିଓବାସୀଙ୍କ ସହ ଆଗାମୀ ରଗ୍‌ବୀ ବିଶ୍ୱକପ୍‌ ଲାଗି ପ୍ରସ୍ତୁତ ହେଉଥିବା ଖେଳାଳିଙ୍କୁ ଆଶ୍ୱସ୍ତି ଦେଇଛି। ଅତ୍ୟଧିକ ଗରମ ପ୍ରବାହକୁ ରୋକିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ ବୋଲି ୨୦୨୦ ଆୟୋଜକ କମିଟିର ଟାକା ଓକୁମୁରା କହିଛନ୍ତି। ତେବେ କୃତ୍ରିମ ବରଫ ବର୍ଷା ଦ୍ୱାରା ପୂରା ପରିବେଶକୁ ଥଣ୍ଡା କରିହେବ ନାହିଁ। କିନ୍ତୁ ଉପସ୍ଥିତ ଦର୍ଶକ ଓ ଆଥ୍‌ଲେଟ ରିଫ୍ରେସ ହୋଇପାରିବେ ବୋଲି ସେ କହିଛନ୍ତି। ଏଥିନେଇ ଗେମ୍‌ର ବଜେଟ ବୃଦ୍ଧି ପାଇବ। ଆୟୋଜକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଟୋକିଓ ଆୟୋଜକଙ୍କୁ ନିକଟରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବେକ ଭୂୟସି ପ୍ରଶଂସା କରି କହିଥିଲେ, ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଥିବାବେଳେ ଟୋକିଓ ଅଧିକ ପ୍ରସ୍ତୁତ ଅଛି। କିନ୍ତୁ ଅତ୍ୟଧିକ ଗରମ ଆୟୋଜକଙ୍କ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ହେଉଛି, ଅଲିମ୍ପିକ୍ସ ଇଭେଣ୍ଟବେଳେ ହେଲେ ଆଥଲେଟ, ଦର୍ଶକ ଓ ଭଲୁଣ୍ଟରଙ୍କ ସମସ୍ୟା ବଢ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ଭଲ ପ୍ରାରମ୍ଭ ଦେଲେ ଧାଓ୍ବନ

ମୁମ୍ବାଇ, ୧୪।୧- ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍‌ ହାରି ବ୍ୟାଟିଂ...

ଭାରତୀୟ ସେଲିଂ ଟିମ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ, ୧୪।୭(ପି.ଟି.)- ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ପାଇଁ ଭାରତର ପ୍ରଥମ ପ୍ରତିନିଧି ଦଳ ଭାବେ ସେଲିଂ...

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌...

ପିଙ୍କ୍‌ ବଲ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି

ମୁମ୍ବାଇ,୨୦।୧୧(ପି.ଟି.)- ଇଡେନ ଗାର୍ଡେନ୍ସଠାରେ ଖେଳାଯିବାକୁ ଥିବା ଐତିହାସିକ ପିଙ୍କ୍‌ ବଲ ଟେଷ୍ଟର ପ୍ରଥମ ୪ ଦିନର ଟିକେଟ ବିକ୍ରି ହୋଇଯାଇଛି ବୋଲି ବିସିସିଆଇ କ୍ରିକେଟ ସଭାପତି...

ଏଏଫ୍‌ସି ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ଆଶାଲତା

କୁଆଲାଲମ୍ପୁର, ୧୫ା୧୧ (ପି.ଟି.)-ଡିସେମ୍ବର ୨ରେ ହଂକଂସ୍ଥିତ କନ୍‌ଭେନ୍‌ଶନ ଆଣ୍ଡ୍‌ ଏକ୍‌ଜିିବିଶନ ସେଣ୍ଟରରେ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ) ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଏହି...

ଦଶନ୍ଧିର ଶ୍ରେଷ୍ଠ ଦଳ ଘୋଷଣା କଲା ଆଇସିସି, କୋହଲିଙ୍କୁ ପ୍ରତ୍ୟେକ ଦଳରେ ସ୍ଥାନ

ଦୁବାଇ,୨୭।୧୨: ଚଳିତ ଦଶନ୍ଧିର ପ୍ରତ୍ୟେକ ଫର୍ମାଟ ପାଇଁ ରବିବାର ଶ୍ରେଷ୍ଠ ଦଳ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଟି୨୦ ଓ ଦିନିକଆ ଫର୍ମାଟରେ...

ପାକିସ୍ତାନକୁ ହରାଇଲା ଜିମ୍ବାଓ୍ବେ

ହାରାରେ,୨୪।୪: ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଲୋ- ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଜିମ୍ବାଓ୍ବେ ଭ୍ରମଣକାରୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।...

ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମିକାଙ୍କୁ ପ୍ରପୋଜ୍‌

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା...

Advertisement
Archives

Model This Week