ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା କମିଛି

ଭଞ୍ଜନଗର,୧୩।୯(ଡି.ଏନ.ଏ.)- ନୂଆ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ବହୁତ କମିଛି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ନୂଆ ଆଇନକୁ ୩ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ବ୍ୟସ୍ତ ନହୋଇ ଗାଡ଼ିର ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିନିଅନ୍ତୁ। ହେଲ୍‌ମେଟ୍‌ ଏବଂ ସିଟ୍‌ ବେଲ୍ଟ ବ୍ୟବହାର କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ। ସ୍କୁଲ ଅଟୋ ସମେତ ବିଭିନ୍ନ ଗାଡ଼ିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କରାଯାଉଛି। ଯଦି ପ୍ରଶାସନ ନଜରକୁ ଆସେ ତେବେ ସମ୍ପୃକ୍ତ ଗାଡ଼ି ଚାଳକ ଏବଂ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜନସାଧାରଣଙ୍କ ହିତକୁ ଦେଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଉଛି। ତେଣୁ ସମସ୍ତଙ୍କ ସହଯୋଗ ଲୋଡ଼ା। ନିଶାସକ୍ତ ଗାଡ଼ି ଚାଳକ, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର, ବିନା ହେଲମେଟ୍‌ରେ ଯାତାୟାତ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆ ଆଇନ ଲାଗୁପରେ ଭଞ୍ଜନଗର ଉପଖଣ୍ଡର କୌଣସି ପେଟ୍ରୋଲ ଟାଙ୍କିରେ ଜଣେ ମଧ୍ୟ ବାଇକ୍‌ ଚାଳକଙ୍କୁ ବିନା ହେଲ୍‌ମେଟ୍‌ରେ ପେଟ୍ରୋଲ ଦିଆଯାଇନାହିଁ। ଚେରମାରିଆ, ଖଡ଼ଭାଗ, ଝଗଡ଼େଇ, ଦେଓଭୂମି ପ୍ରମୁଖ ସ୍ଥାନରେ ଥିବା ହମ୍ପ୍ସ ସମସ୍ୟାକୁ ଦୂର କରାଯାଇଛି। ଟ୍ରାଫିକ୍‌ ସମେତ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଠା ଚାଲିଛି। ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ଅପରାହ୍ନରେ ନୂଆ ମୋଟର ଯାନ ଆଇନ ଲାଗୁପରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବକ୍ତାମାନେ ତାହା ମତବ୍ୟକ୍ତ କରିଥିଲେ। ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଆର୍‌ଟିଓ ଶୁଭେନ୍ଦୁ ରୟ, ବିଇଓ ଏସ୍‌. ଧନଞ୍ଜୟ, ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ, ଜାତୀୟ ରାଜପଥ ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ପେଟ୍ରୋଲ ପମ୍ପ ମାଲିକ ସୁନୀଲ ପଟ୍ଟନାୟକ, ଘରୋଇ ବସ୍‌ ମାଲିକ ସଂଘ, ଅଟୋ ଚାଳକ ସଂଘର କର୍ମକର୍ତ୍ତାମାନେ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ ଓ ଶାଶୁ ଥାନାରେ ଅଟକ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଜଣେ ନବବଧୂଙ୍କୁ ଯୌତୁକ ବାବଦରେ ବାକି ଥିବା ୧୦ ହଜାର ଟଙ୍କା ପାଇଁ ହତ୍ୟା...

ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା

ଜଗତ୍‌ସିଂହପୁର ଅଫିସ,୮ା୧୧: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ବାତ୍ୟା ବୁଲ୍‌ବୁଲ୍‌ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା...

୮୫ ବର୍ଷ ବୟସରେ ବି ଚଳଚଞ୍ଚଳ ବେଳାଭୂମି ସଫେଇ ପାଇଁ ଶକୁବାଇ ସମ୍ମାନିତ

ପୁରୀ ଅଫିସ, ୩୦।୭: ପର୍ଯ୍ୟଟନ ସହର ପୁରୀକୁ ପ୍ରତ୍ୟହ ଦେଶ ବିଦେଶର ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସେବା...

ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି...

୬ କରୋନା ପଜିଟିଭ୍‌ଙ୍କ ସମ୍ପର୍କରେ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ୧୦୩ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ୪ ଜଣ

ଭୁବନେଶ୍ୱର,୫।୫(ବ୍ୟୁରୋ)-ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ୧୦୩, ୧୧୨, ୧୧୩, ୧୧୪, ୧୧୫, ୧୬୩ ନଂ କରୋନା ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ...

ବରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୬୯କୁ ବୃଦ୍ଧି, ଆଜି ୯୪ ଚିହ୍ନଟ

ବରଗଡ଼ ଅଫିସ,୪ା୧୦: ବରଗଡ଼ରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଜିଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରବିବାର ପୁଣି ୯୪ ଜଣ ଆକ୍ରାନ୍ତ ଚିହ୍ନଟ...

୪ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ସୁନ୍ଦରଗଡ଼,୧୮।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡାରେ ଗତ ୧୭ ତାରିଖରେ ଜଣେ ସ୍କ୍ରାପ୍‌ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଦାଦାବଟି ଦାବିକରି ପରେ...

ପୋଚ ନଷ୍ଟ କଲେ ଗାଁ ମହିଳା

ସମ୍ବଲପୁର,୯ା୫(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ମଦ କାରବାର ଦିନକୁ ଦିନ ବଢି ଚାଲିଛି । ସମ୍ବଲପୁର ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ...


Coronavirus Update

Archives

Model This Week

Why Dharitri