ନୂଆ ଆଇଏମ୍‌ଏଫ୍‌ ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଶ୍ୱ ମୁଦ୍ରା ସହଯୋଗ, ଆର୍ଥିକ ସ୍ଥିରତା, ବିଶ୍ୱ ବାଣିଜ୍ୟକୁ ସୁଗମ, ନିଯୁକ୍ତିର ପ୍ରସାର ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ଦିଗରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଅହରହ କାର୍ଯ୍ୟ କରିଆସୁଛି। ୧୯୪୪ରେ ପ୍ରତିଷ୍ଠିତ ଏହି ବୃହତ୍‌ ଆର୍ଥିକ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡିସିଠାରେ ଅବସ୍ଥିତ। ୧୮୯ ରାଷ୍ଟ୍ର ଏହା ସହ ଅନୁବନ୍ଧିତ। ଏଭଳି ଏକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାକୁ ସୁପରିଚାଳନା କରୁଥିବା ମୁଖ୍ୟଙ୍କ କାର୍ଯ୍ୟଧାରା ଓ ନିଷ୍ପତ୍ତି ସର୍ବଦା ଚର୍ଚ୍ଚାରେ ରହିଥାଏ। ବୁଲଗେରୀୟ ଅର୍ଥନୀତିଜ୍ଞ କ୍ରିଷ୍ଟାଲିନା ଜର୍ଜିଭା ନିକଟରେ ଆଇଏମ୍‌ଏଫ୍‌ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଅକ୍ଟୋବର ପହିଲାରେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ନିଯୁକ୍ତି ନେଇ ଖବର ପ୍ରସାର ହେବା ପରେ ସେ କହିଛନ୍ତି, ବର୍ତ୍ତମାନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହତାଶଭାବ ସୃଷ୍ଟି କରିଥିବା ବେଳେ ବାଣିଜି୍ୟକ ଉତ୍ତେଜନା ଓ ଋଣଭାର ଯୋଗୁ ବହୁ ରାଷ୍ଟ୍ର ଚାପଗ୍ରସ୍ତ। ତେଣୁ ବିଶ୍ୱସ୍ତରରେ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ପଡ଼ିବ। ସେ କହିଛନ୍ତି, ଏଥିପାଇଁ ଏହାର ପାଣ୍ଠିକୁ ଅଧିକ ଓଜନିଆ କରିବା ସହ ସଦସ୍ୟ ରାଷ୍ଟ୍ରଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବେ।
କ୍ରିଷ୍ଟାଲିନା ବୁଲଗେରିଆର ସୋଫିଆଠାରେ ୧୩ ଅଗଷ୍ଟ ୧୯୫୩ରେ ଜନ୍ମଗ୍ରହଣ କରିଥିଲେ। ସିଭିଲ୍‌ ଇଞ୍ଜିନିୟରଙ୍କ କନ୍ୟା ଭାବେ ସେ ଖ୍ୟାତନାମ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଇଥିଲେ। ସୋଫିଆସ୍ଥିତ କାର୍ଲ ମାର୍କ୍ସ ହାୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନମିକ୍ସରୁ ରାଜନୈତିକ ଅର୍ଥନୀତି (ପଲିଟିକାଲ ଇକୋନୋମି) ଓ ସମାଜବିଜ୍ଞାନ ବିଷୟରେ ପାଠ ପଢ଼ିଥିଲେ। ୧୯୭୬ରେ ଡିଗ୍ରୀ ଶେଷ କରିବା ପରେ ସେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସ ଅଧ୍ୟୟନ କରି ବ୍ରିଟିଶ କାଉନ୍‌ସିଲ ସ୍କଲାର ଭାବେ ପରିଚିତ ହୋଇଥିଲେ। ପୁଞ୍ଜିବାଦ ଉପରେ ତାଙ୍କ ପରୀକ୍ଷାନିରୀକ୍ଷା ଗବେଷଣା ସନ୍ଦର୍ଭ ପ୍ରସ୍ତୁତିରେ ସହାୟକ ହୋଇଥିଲା। ନିଜର ପ୍ରତିଭା ବଳରେ କ୍ରିଷ୍ଟାଲିନା ବିଶ୍ୱ ବ୍ୟାଙ୍କ ଓ ୟୁରୋପୀୟ ସଂଘ (ଇୟୁ)ର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୧୯୯୩ରୁ ୨୦୧୦ ଯାଏ ବିଶ୍ୱବ୍ୟାଙ୍କ ଗ୍ରୁପ୍‌ରେ ଅନ୍ୟତମ ପ୍ରଭାବୀ ବ୍ୟକ୍ତି ହୋଇପାରିଥିବା କ୍ରିଷ୍ଟାଲିନା ୨୦୦୮ରେ ଏହାର ଭାଇସ୍‌ ପ୍ରେସିଡେଣ୍ଟ ଓ କର୍ପୋରେଟ୍‌ ସେକ୍ରେଟାରୀ ଭଳି ପଦବୀକୁ ଉନ୍ନୀତ ହୋଇଥିଲେ। ଏଥିସହିତ ସେ ବୁଲଗେରିଆସ୍ଥିତ ୟୁନିଭର୍ସିଟି ଅଫ୍‌ ନ୍ୟାଶନାଲ ଆଣ୍ଡ୍‌ ଓ୍ବାର୍ଲଡ୍‌ ଇକୋନୋମିରେ ଅର୍ଥନୀତି ବିଭାଗର ଆସୋସିଏଟ୍‌ ପ୍ରଫେସର ଭାବେ ଅଧ୍ୟାପନା କରିଥିଲେ। ୨୭ ସେପ୍ଟେମ୍ବର ୨୦୧୬ରେ ବୁଲଗେରିଆ ସରକାର କ୍ରିଷ୍ଟାଲିନାଙ୍କୁ ଜାତିସଂଘର ମହାସଚିବ ଲାଗି ମନୋନୀତ କରିଥିଲା। ହେଲେ ତାହା ଫଳପ୍ରଦ ହୋଇ ନ ଥିଲା। ତେବେ ଭାଗ୍ୟ ତାଙ୍କ ପାଇଁ ଅନ୍ୟ ଏକ ଉତ୍ତମ ପଦବୀ ସାଇତି ରଖିଥିଲା। ଜାନୁୟାରୀ ୨୦୧୭ରେ ସେ ଇୟୁର ବଜେଟ ପ୍ରସ୍ତୁତିର କମିଶନର୍‌ ଦାୟିତ୍ୱ ଛାଡ଼ି ବିଶ୍ୱବ୍ୟାଙ୍କର ସିଇଓ ଭାବେ ଯୋଗ ଦେଇଥିଲେ। କେବଳ ସେତିକି ନୁହେଁ, ଅର୍ଥନୀତି ଉପରେ ପ୍ରଗାଢ଼ ଜ୍ଞାନ ଯୋଗୁ କ୍ରିଷ୍ଟାଲିନାଙ୍କ ପାଇଁ ଆଇଏମ୍‌ଏଫ୍‌ ତା’ର ନିୟମାବଳୀରେ ପରିବର୍ତ୍ତନ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଆଇଏମ୍‌ଏଫ୍‌ର ମୁଖ୍ୟ ଜଣେ ୟୁରୋପୀୟ ରହିଆସିଛନ୍ତି ଓ ଏହାର ସର୍ବୋଚ୍ଚ ପଦବୀ ଲାଗି ଆବେଦନାକରୀଙ୍କ ବୟସସୀମା ୬୫ ରହିଥିଲା। ହେଲେ କ୍ରିଷ୍ଟାଲିନାଙ୍କ ନିମନ୍ତେ ଏଥିରେ ପରିବର୍ତ୍ତନ କରାଯାଇଥିଲା। ବିଶେଷକରି ଆଇଏମ୍‌ଏଫ୍‌ ଉପରେ ଫ୍ରାନ୍ସ ଚାପ ପକାଇଥିଲା। ଖ୍ରୀଷ୍ଟିନ ଲାଗାର୍ଡଙ୍କ ସ୍ଥାନରେ କ୍ରିଷ୍ଟାଲିନା ଆଇଏମ୍‌ଏଫ୍‌ ମୁଖ୍ୟ ପଦବୀରେ ବସିବାରେ ଏକ ବିକାଶୋନ୍ମୁଖୀ ଅର୍ଥନୀତିର ବ୍ୟକ୍ତି ହେବାକୁ ଯାଉଛନ୍ତି।
ଅର୍ଥନୀତି ସହ ରାଜନୀତିରେ ମଧ୍ୟ କ୍ରିଷ୍ଟାଲିନାଙ୍କ ପହୁଞ୍ଚ ରହିଆସିଛି। ୟୁରୋପୀୟ ସଂଘର କେତେକ ପଦବୀ ମଣ୍ଡନ ବେଳେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ସେ ଅଂଶବିଶେଷ ପାଲଟିଥିଲେ। ଆଇଏମ୍‌ଏଫ୍‌ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥନୈତିକ ବୈଷମ୍ୟ, ଜଳବାୟୁ ସଂକ୍ରାନ୍ତ ବିପଦ ସହ ଦ୍ରୁତ ବୈଷୟିକ ପରିବର୍ତ୍ତନକୁ ଆଖିଆଗରେ ରଖି ତାଙ୍କୁ ବିଭିନ୍ନ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ କିନୋ କିନୋଭ ଓ ଏକ ସନ୍ତାନକୁ ନେଇ କ୍ରିଷ୍ଟାଲିନାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri