ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ କେନ୍ଦ୍ର ଘୋଷଣା ଲଶଗି ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ହେଲେ ଏହାର ଆଶାନୁରୂପ ବିକାଶ ହୋଇ ନାହିଁ ା ଏହି ପରିପ୍ରେକ୍ଷୀରେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ସହ ଜଳ ବିଭାଜିକା ପ୍ରକଳ୍ପ ଓ ବନ ବିଭାଗର ଏକ ପ୍ରତିନିଧି ଦଳ ଏହି ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଉକ୍ତ ଜଳପ୍ରପାତ ଏକ ନୂଆ ରୂପ ନେଇ ବିକଶିତ ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।
ପାହାଡ ଓ ଜଙ୍ଗଲ ଦେଇ ବୋହି ଯାଉଥିବା ଏକ ଝରଣା ପ୍ରାୟ ୧୫ ଫୁଟ୍‌ ନିମ୍ନକୁ ଲମ୍ଫ ଦେଇ ମନୋରମ ଜଳ ପ୍ରପାତ ସୃଷ୍ଟି କରିଛି। ଜିଲା ମୁଖ୍ୟାଳୟଠାରୁ ଜଳପ୍ରପାତର ଦୂରତା ପ୍ରାୟ ୧୨ କି.ମି. ହେବ। ଏହି ପର୍ଯ୍ୟଟନ କେନ୍ଦ୍ରର ବିକାଶ କରିବା ପାଇଁ ଜିଲା ପରିଷଦ ଅଧ୍ୟକ୍ଷା ପାତ୍ର ପୂର୍ବରୁ ଜିଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ଅସୁରଖୋଲ ଜଳପ୍ରପାତର ଭିତ୍ତିଭୂମି ବିକାଶ କରାଗଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇ ପାରିବ। ଏହାଦ୍ୱାରା ଅଞ୍ଚଳର ମଧ୍ୟ ସମନ୍ବିତ ବିକାଶ ହୋଇପାରିବ। ଉକ୍ତ ସ୍ଥାନରେ ବନୀକରଣ କରାଗଲେ ଏହାର ଶୋଭାବର୍ଦ୍ଧନ ହେବ। ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ବୁଲିବାକୁ ଆସି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିପାରବେ ବୋଲି ସେ ଦର୍ଶାଇଥିଲେ । ତଦନୁଯାୟୀ ଅଧ୍ୟକ୍ଷା ପାତ୍ରଙ୍କ ସମେତ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଦାସ, ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ଏହାର କିଭଳି ବିକାଶ କାର୍ଯ୍ୟ କରାଯିବ ତାହା ଦେଖି ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିକୁଦାରେ ମାଙ୍କଡ଼ ମଡ଼କ, ଚିନ୍ତାରେ ପ୍ରାଣୀପ୍ରେମୀ

ଜଗତ୍‌ସିଂହପୁର ଅଫିସ,୧ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଦ୍ଧିସାହି ଗାଁର ଗୋପାଳସାହିରେ ମାଙ୍କଡ଼ ମଡ଼କ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ...

ଖଡ଼ିଆଳ ବିଧାନସଭା: ଆଗେଇଲା ବିଜେଡି

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ଚତୁର୍ତ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୬୮୨୯ ଭୋଟ...

୮୩୧ ପଡ଼ାଗ୍ରାମକୁ ନାହିଁ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟର ୮୩୧ ପଡ଼ାଗ୍ରାମ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ଆଲୁଅରୁ ବଞ୍ଚତ୍ତ । ସାଉଥ୍‌କୋ ଅଧୀନସ୍ଥ ଗଜପତି ଜିଲାର ୪୪୭ଟି ଗ୍ରାମ ଏବେ ବି ଅନ୍ଧାରରେ ଥିବାବେଳେ...

ରାଜ୍ୟରେ ପୁଣି ୧୭ଜଣଙ୍କ ଜୀବନ ନେଲା କରୋନା: ୧୪ଶହ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଶନିବାରୁ ପୁଣି କରୋନାଜନିତ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି। ଶୁକ୍ରବାର କରୋନାରେ ୧୫ଜଣଙ୍କ...

ଆଜିଠାରୁ ପୁଣି ବର୍ଷା : ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ଦୁଇଦିନ ଧରି ପାଗ ଶୁଖିଲା ରହିବା...

‘ଚଳଚ୍ଚିତ୍ର ଜଗତରେ ବୃହତ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆଗକୁ ପୁଣି ଥରେ ନୂଆ ରୂପରେ ଝଲସିବ କଳିଙ୍ଗ ଷ୍ଟୁଡିଓ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟୁଡିଓର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି।...

କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କୃଷକ ସଂଗଠନ ଗୁଡ଼ିକର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ, ଘରୋଇ ସ୍କୁଲ,...

ରାଜଧାନୀରୁ ପୁଣି ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍‌

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ...

Advertisement
Archives

Model This Week