ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପରିବାର ୫ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନୋଜ ନାୟକ(୨୫)। ଆହତମାନେ ହେଲେ ବିଜୁ ନାୟକ, ସ୍ତ୍ରୀ ଗେଲି ନାୟକ, ମା’ ଇନ୍ଦୁ ନାୟକ, ବାପା ଉଲା ନାୟକ ଏବଂ ଅନ୍ୟ ପରିବାରର ପୁନିଆ ନାୟକ। ତେବେ ଖବରପାଇ ସୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିଭଳି ୪ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବା ସୂଚନା ମିଳିଛି। ଉଭୟ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସୁଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ସଂକ୍ରମଣ ନିରୋଧୀ ୩ ଶହ ପିପିଇ ପ୍ରଦାନ

ବଲାଙ୍ଗୀର ଅଫିସ,୨୮ା୪- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାକୁ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌ଙ୍କ ସକାଶେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ୩...

୬ ସାହିରେ ଘଟ ପରିକ୍ରମା: ମନମୋହୁଛି ରଥ, କଳାକୁଞ୍ଜ

ବ୍ରହ୍ମପୁର ଅଫିସ, ୨୭ା୪- ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଶୁକ୍ରବାର ୨୮ ଦିନରେ ପହଞ୍ଚିଛି। ଆଉ ୩ ଦିନ ପରେ ମା’ଙ୍କ ବାହୁଡାଣୀ...

କୋରାପୁଟରେ କଫି ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍‌ଘାଟନ ନେଇ ସମସ୍ତ ପ୍ରସ୍ତୁତି ଶେଷ

କୋରାପୁଟ,୧୦।୯(ସ୍ବ.ପ): କୋରାପୁଟ ଚନ୍ଦନ ପୋଖରୀ ନିକଟରେ ଥିବା କଫି ପ୍ରକ୍ର୍ରିୟାକରଣ କେନ୍ଦ୍ର ଆସନ୍ତା ବୁଧବାର ଉଦ୍‌ଘାଟିତ ହେବାର ରହିଛି। ଏଥିନିମନ୍ତେ କୋରାପୁଟ ଆଇଟିଡିଏ ପକ୍ଷରୁ ସମସ୍ତ...

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ...

ପେଟ୍ରୋଲ ପମ୍ପ୍‌ରେ ବୋମାମାଡ଼: ଦୁର୍ବୃତ୍ତ ଫେରାର

ନୟାଗଡ଼ ଅଫିସ, ୧୫।୧: ସାମାନ୍ୟ ବଚସାରୁ ବିବାଦ। ପରେ ଉତ୍ତେଜିତ ହୋଇ ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ନୟାଗଡ ଜିଲା ଖଣ୍ଡପଡା ଥାନା ସିଙ୍ଗାପଡା ଥାନା...

ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ

ବଲାଙ୍ଗୀର ଅଫିସ୍‌,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍‌ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ...

ଭିଜିଲାନ୍ସ ଜାଲରେ କୋଟିପତି ନିଲମ୍ବିତ ଯୋଗାଣ ଅଧିକାରୀ

ଭୁବନେଶ୍ୱର(ସତ୍ୟଜିତ୍‌ ରାଉତ)/ନିମାପଡ଼ା(ବିଚିତ୍ରାନନ୍ଦ ସାହୁ), ୧୭ା୬: ସରକାରୀ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ବ୍ରଜେନ୍ଦ୍ର କୁମାର ନାୟକ ଭିଜିଲାନ୍ସ...

ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ...

Advertisement
Archives

Model This Week