ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ପରିବାର ୫ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନୋଜ ନାୟକ(୨୫)। ଆହତମାନେ ହେଲେ ବିଜୁ ନାୟକ, ସ୍ତ୍ରୀ ଗେଲି ନାୟକ, ମା’ ଇନ୍ଦୁ ନାୟକ, ବାପା ଉଲା ନାୟକ ଏବଂ ଅନ୍ୟ ପରିବାରର ପୁନିଆ ନାୟକ। ତେବେ ଖବରପାଇ ସୋରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିଭଳି ୪ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିବା ସୂଚନା ମିଳିଛି। ଉଭୟ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସୁଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri