ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରୁ ଏକ ନୂଆ ଫଟୋ ଦର୍ଶକଙ୍କ ସାମ୍ନାକୁ ଆସିଛି।

ଏହି ଫଟୋ ରିସେପ୍‌ଶନ ସମୟର। ଫଟୋରେ ସ୍ବାମୀ ନିଖିଲ ଜୈନଙ୍କ ସହ ନୁସରତ୍‌ ରୋମାଣ୍ଟିକ୍‌ ପୋଜ୍‌ ଦେଇଛନ୍ତି। ଏହି ଫଟୋରେ ଦୁହେଁ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ନୁସରତ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଏଥିରେ ସ୍ବାମୀଙ୍କ ଉଦ୍ଦେଶ୍ୟରେ ଏକ କ୍ୟାପଶନ ମଧ୍ୟ ଲେଖିଛନ୍ତି, ଯେତେବେଳେ ମୁଁ ଆଖି ବନ୍ଦ କରୁଛି ସେତେବେଳେ ତୁମ ହୃଦୟରେ ଥିବା ପ୍ରେମର ପରିଭାଷାକୁ ବୁଝିପାରୁଛି। ତୁମେ ମୋ’ ଜୀବନକୁ ବଦଳାଇ ଦେଇଛ।’ ପାର୍ଟିରେ ନୁସରତ ମେରୁନ୍‌ କଲରର ଏକ ଲେହେଙ୍ଗା ସହିତ ହେଭି ଜୁଏଲାରୀ ପିନ୍ଧି ଖୁବ୍‌ ସୁନ୍ଦର ଲାଗୁଥିଲେ। ନିଖିଲ ମଧ୍ୟ କିଛି କମ୍‌ ଲାଗୁ ନ ଥିଲେ। ବ୍ଲାକ୍‌ କଲରର ଶେରଓ୍ବାନୀ ପିନ୍ଧି ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ।

ଏହି ପାର୍ଟିରେ ମିମି ଚକ୍ରବର୍ତ୍ତୀ, ମମତା ବାନାର୍ଜୀ ଯୋଗ ଦେଇଥିଲେ। କହିରଖୁଛୁ, ବିବାହ ପରେ ଏମ୍‌ପି ଭାବେ ଶପଥ ନେବା ପାଇଁ ନୁସରତ୍‌ ସଂସଦରେ ପହଞ୍ଚିଥିଲେ। ସେଠାରୁ ଫେରି ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଗୁଡ଼ିକୁ ଫ୍ୟାନମାନେ ଖୁବ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ...

ପ୍ରେମରେ ପଡିଛନ୍ତି ‘ପୁଷ୍ପା’ ଫେମ୍‌ ରଶ୍ମିକା

ସାଉଥ ସିନେମା ସୁପରଷ୍ଟାର୍‌ ରଶ୍ମିକା ମନ୍ଦାନା ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହସ ହସ ଚେହେରା ଦର୍ଶକଙ୍କୁ ପସନ୍ଦ ଆସିଥାଏ। ‘ପୁଷ୍ପା’ ଫିଲ୍ମରେ ଚମତ୍କାର ଅଭିୟନ...

କବିତା ପଢ଼ିଲେ ଆରାଧ୍ୟା, ମା-ଜେଜେ ବାପାଙ୍କ ସହ ତୁଳନା କଲେ ପ୍ରଶଂସକ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ ଆରାଧ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାର କିଡ୍‌ଙ୍କ ମଧ୍ୟରୁ ଜଣେ। ମାତ୍ର ୧୦ ବର୍ଷ ବୟସରେ...

ରାନୁ ମଣ୍ଡଳଙ୍କ ପରେ ଏବେ ଭାଇରାଲ ହେଉଛି ଜଣେ ଟ୍ରକ ଡ୍ରାଇଭରଙ୍କ ଭିଡିଓ

ମୁମ୍ବାଇ: ସୋସିଆଲ ମିଡିଆରେ ଅଧିକାଂଶ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହା...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କୋମାକୁ ଚାଲିଗଲେ ପ୍ରଶଂସକ

ମୁମ୍ବାଇ: ବିଗ୍‌ବସ୍‌-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ଫଟୋ ଶେୟାର...

ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର

ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ...

ଅମିତାଭଙ୍କ ଘରେ ଭଡ଼ାରେ ରହିବେ ଏହି ଅଭିନେତ୍ରୀ

ବମ୍ବେ: ଘର ଖୋଜୁଥିଲେ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସେନନ। ଚାରିଆଡେ ଖୋଜି ଖୋଜି ଥକି ଯାଇଥିଲେ ହେଁ ମନଲାଖି ଘର ଖଣ୍ଡିଏ ମିଳୁ ନ ଥିଲା।...

ଗର୍ଭବତୀ ଅଛନ୍ତି କି ସୋନମ!

ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟ ଏକ ବର୍ଷ ପରେ ଭାରତ ଫେରିଛନ୍ତି। ସୋନମ ବିମାନବନ୍ଦରରେ ତାଙ୍କ ପିତା ଅଭିନେତା ଅନିଲ କପୁରଙ୍କୁ ଦେଖିବା ପରେ...

Advertisement
Archives

Model This Week