ନୀଳାଚଳ କାରଖାନାରେ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ମାମଲା: ଏସ୍‌ଆର୍‌ଏଲ୍‌ ତଥ୍ୟ ଭୁଲ ଥିଲା

ଯାଜପୁର ଅଫିସ, ୯ା୬- କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରେ କାର୍ଯ୍ୟରତ ୪୦ବର୍ଷରୁ କମ୍‌ ନିୟମିତ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୮ପ୍ରତିଶତ ଫୁସ୍‌ଫୁସ୍‌ ଜନିତ ରୋଗ (ଆରଏଲଡି-ରେଷ୍ଟ୍ରିକ୍ଟିଭ ଲଙ୍ଗ୍‌ସ ଡିଜିଜ) ରେ ଆକ୍ରାନ୍ତ ଥିବା ଏସ୍‌ଆର୍‌ଏଲ୍‌ ପାଥୋଲାବ ଦେଇଥିବା ରିପୋର୍ଟ ଭୁଲ ଥିଲା ବୋଲି ଏନ୍‌ଆଇଏଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଏସ୍‌ଆର୍‌ଏଲ୍‌(ସୁପର ରେଲିଗେୟାର ଲାବୋରେଟୋରୀ)ର ପିଏଫଟି (ସ୍ପାଇରୋମେଟ୍ରିକ ନାମକ ଏକ ଯନ୍ତ୍ର)ରେ ଅସ୍ବାଭାବିକ ଫଳାଫଳ ବାହାରୁଥିଲା ବୋଲି ଏନ୍‌ଆଇଏନଏଲର ଜେନେରାଲ ମ୍ୟାନେଜର ସିରିଶ ମହାପାତ୍ର ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ବିଜ୍ଞପ୍ତିରେ ସେ ଆହୁରି ଦର୍ଶାଇଛନ୍ତି ଯେ, କଳିଙ୍ଗନଗର ଶିିଳ୍ପାଞ୍ଚଳରେ ବାର୍ଷିକ ୧.୧ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ବିତ ଷ୍ଟିଲ ପ୍ଲାଣ୍ଟରେ ପ୍ରାୟ ୩,୫୦୦ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟରତ। ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ବ୍ୟବଧାନରେ କରାଯାଇଥାଏ। ୨୦୧୮-୧୯ ଆର୍ଥିକ ବର୍ଷରେ ଏସ୍‌ଆର୍‌ଏଲ୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ସ୍ବାସ୍ଥ୍ୟ ପରୀକ୍ଷା ୨୦୧୮ ଜୁନ୍‌ ଓ ଜୁଲାଇ ମାସରେ ହୋଇଥିଲା। ଆରଏଲଡି ପାଇଁ ପିଏଫ୍‌ଟି ପରୀକ୍ଷା ପ୍ରାଥମିକ ଭାବେ ହୋଇଥାଏ। ତେଣୁ ପୁନର୍ବାର ପିଏଫ୍‌ଟି ପରୀକ୍ଷା କରିବାକୁ ଏସଆର୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏପରି କି ଏଓ୍‌ଆର୍‌ଏଲ୍‌କୁ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ । ତେଣୁ ଏନେଇ କୌଣସି ତଥ୍ୟ କିମ୍ବା ଦସ୍ତାବିଜ ଅମୂଳକ ଭାବେ ଗ୍ରହଣ କରାଯାଇପାରେ ବୋଲି ଏନ୍‌ଆଇଏନ୍‌ଏଲ୍‌ କର୍ତ୍ତୃପକ୍ଷ ନିଜର ସ୍ପଷ୍ଟୀକରଣରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କାରଖାନା ପରିସରରେ ପ୍ରଦୂଷଣ ସମ୍ପର୍କରେ ଜାଣିବାକୁ ଏୟାର ଏମ୍ବିନେଣ୍ଟ କ୍ବାଲିଟି ମନିଟରିଂ ଷ୍ଟେଶନ ଏବଂ କଣ୍ଟିନିୟସ ଏମିସନ ମନିଟରିଂ ଷ୍ଟେଶନ ସ୍ଥାପନ ହୋଇଛି। ଏହା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର ଯନ୍ତ୍ର ସହିତ ସଂଯୋଗ ହୋଇଛି ା ଏସ୍‌ପିସିବି କର୍ତ୍ତୃପକ୍ଷ ଏନ୍‌ଆଇଏନ୍‌ଏଲ୍‌ ସହିତ ଯୋଗାଯୋଗରେ ରହି ପ୍ରଦୂଷଣ ମାନ ଉପରେ ସନ୍ତୁଷ୍ଟ ଅଛନ୍ତି ବୋଲି ଜେନେରାଲ ମ୍ୟାନେଜର ମହାପାତ୍ର କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏସ୍‌ଆରଏଲ୍‌ ଏକ ଅର୍ନ୍ତଜାତୀୟ ଲାବୋରେଟୋରୀ ସଂସ୍ଥା। ସାରା ଭାରତ ବର୍ଷରେ ଏହାର ୩୬୮ଟି ଶାଖା ରହିଥିବାବେଳେ ୫ହଜାରରୁ ୧୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ଗୁରୁଗ୍ରାମ୍‌ରେ ରହିଛି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କ ବୃତ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏସଆରଏଲକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଗତ ବର୍ଷ ଜୁନ୍‌ ଓ ଜୁଲାଇରେ ହୋଇଥିବା ବୃତ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷାରେ ଯଦି ଏଭଳି ତ୍ରୁଟି ରହିଥିଲା, ତେବେ ଏଯାବତ ୨ୟ ଥର ପାଇଁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କାହିଁକି କରାଯାଇ ନାହିଁ। ଯାହାକି କର୍ମଚାରୀମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ବଢ଼ାଉଛି ବୋଲି ଅନେକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଧରିତ୍ରୀରେ ଗତ ୭ତାରିଖରେ ୭୮ପ୍ରତିଶତ କର୍ମଚାରୀ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏଥିରେ ଏନ୍‌ଆଇଏନ୍‌ଏଲ୍‌ର ସମୁଦାୟ ୧୮୭ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ୧୪୭ଜଣ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା ା ମାତ୍ର ଏସ୍‌ଆର୍‌ଏଲ୍‌ର ପିଏଫଟି ଯନ୍ତ୍ରରେ ତ୍ରୁଟି ରହିଥିବାରୁ ଭୁଲ୍‌ ରିପୋର୍ଟ ପ୍ରକାଶ ପାଇଥିବା ଏନ୍‌ଆଇଏନ୍‌ଏଲ୍‌ କର୍ତ୍ତୃପକ୍ଷ ପରୋକ୍ଷରେ ସୂଚନା ଦେଇଛନ୍ତି । ଏନେଇ ଏସ୍‌ଆର୍‌ଏଲ୍‌ର ମାର୍କେଟିଂ ଅଫିସର ସୁଶିଲ କୁମାର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ଏନ୍‌ଆଇଏନ୍‌ଏଲ୍‌ ତରଫରୁ ସେମାନଙ୍କ ନିକଟକୁ ୨ୟ ଥର ବୃତ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଯୋଗାଯୋଗ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri