ନିୟମିତ ଦିଆଯିବ କରୋନା ସମ୍ପର୍କିତ ତଥ୍ୟ

ଅନୁଗୋଳ ଅଫିସ୍‌, ୧୭।୩

ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ସୋମବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କୋର୍ଟରୁମ୍‌ ଠାରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତେ ଧୈର୍ଯ୍ୟର ସହିତ କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ସହଯୋଗ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଜିଲାରେ ଏହି ସଂକ୍ରମଣର ଚିହ୍ନଟ କି ସନ୍ଦିଗ୍ଧ ନ ଥିଲେ ମଧ୍ୟ ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହରରେ ଥିବା ଇକୋ ପାର୍କରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ତାଲା ପକାଇଛନ୍ତି। ସେହିପରି ସହରରେ ଥିବା ସପିଂ ମଲଗୁଡ଼ିକୁ ମଧ୍ୟ ପୋଲିସ ସନ୍ଧ୍ୟାରେ ବନ୍ଦ କରାଯାଇଥିବା ସୂଚନା ମିଳିଛି।
ଜିଲାର ପ୍ରତି ପଞ୍ଚାୟତର ଯେ କୌଣସି ଏକ ଉଚ୍ଚ ବିଦ୍ୟାଳୟର ପୃଥକ ଗୃହରେ ଆବଶ୍ୟକ ଶୌଚାଳୟ, ବିଦ୍ୟୁତ୍‌ ସେବା, ପାନୀୟ ଜଳ ଯୋଗାଣ ଓ ହାତଧୁଆ ଉପକରଣ ରଖାଯିବ। ଏଥିସହ ପ୍ରତି ବ୍ଲକରେ ଜରୁରିକାଳୀନ ପଞ୍ଚାୟତ ସମିତି ବୈଠକ ଡକାଇ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କରୋନା ନେଇ ସଚେତନ କରାଯିବ ବୋଲି ଜିଲାପାଳ କହିଥିଲେ। ସେହିଭଳି ପଞ୍ଚାୟତ ସମିତି ବୈଠକ ସରିବା ପରେ ପ୍ରତି ପଞ୍ଚାୟତରେ ମଧ୍ୟ କରୋନା ସମ୍ପର୍କିତ ବୈଠକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଧୀନରେ ସରପଞ୍ଚ, ସମତିସଭ୍ୟ ଓ ୱାର୍ଡ ମେମ୍ବରଙ୍କୁ ନେଇ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ସରପଞ୍ଚ, ୱାର୍ଡମେମ୍ବର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଗ୍ରାମାଞ୍ଚଳକୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ବିଦେଶରେ ରହି ଘରକୁ ଫେରୁଥିବା ଲୋକମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ସହ ସେମାନଙ୍କ ନାମ, ବୟସ, ଟେଲିଫୋନ ନମ୍ବର ସଂଗ୍ରହ କରି ଜିଲାପାଳ କିମ୍ବା ଉପଜିଲାପାଳ ନଚେତ ବିଡିଓଙ୍କୁ ପ୍ରଦାନ କରିବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଜିଲାରେ ହେଉଥିବା ମେଳା ଓ ମହୋତ୍ସବ ଗୁଡ଼ିକୁ ବନ୍ଦ କରାଯିବା ସହ ଦୋଳ ମେଲଣ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ହେଉଥିବା ଅପପ୍ରଚାର ଓ ଗୁଜବ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲାରେ କରୋନା ସଂକ୍ରମଣ ସମ୍ପର୍କରେ ନିୟମିତ ଭାବେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯିବାକୁ ଜିଲାପାଳ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏକ ଟୋଲ ଫ୍ରି ନମ୍ବର ଦିଆଯିବ ବୋଲି ଜିଲାପାଳ କହିଥିଲେ। ଜିଲାର ବିଭିନ୍ନ ବଜାର, ହାଟ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜନସାଧାରଣଙ୍କ ଭିଡ଼ ଜମୁଥିବାରୁ କିଭଳି ଏହାକୁ କମ୍‌ କରାଯିବ ତାହା ଉପରେ ବିଚାର କରାଯିବ ବୋଲି ଜିଲାପାଳ କହିଥିଲେ। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଥିବାବେଳେ ବିନା ଅନୁମତିରେ କେହି ସଦର ମହକୁମା ଛାଡ଼ି ଯାଇପାରିବେ ନାହିଁ ବୋଲି ଜିଲାପାଳ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଉପଜିଲାପାଳ ବାସୁଦେବ ଶତପଥୀ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀଙ୍କ ସମେତ ଜିଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ମଧ୍ୟରେ ଡିଜିପି ଜବାବ ଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୬ା୧୨:ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ମହିଳା ହିଂସା ସମ୍ପର୍କିତ ମାମଲାଗୁଡ଼ିକର ପଞ୍ଜୀକରଣ ପାଇଁ ରାଜ୍ୟରେ ଇ-ଏଫ୍‌ଆଇଆର୍‌ ବ୍ୟବସ୍ଥା ପ୍ରଚଳନ ପାଇଁ ହାଇକୋର୍ଟ ଗୁରୁତ୍ୱାରୋପ...

ବିଧାନସଭାରେ ପାରିତ ହେଲା ପାଇକ ବିଦ୍ରୋହ ସଂକଳ୍ପ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ପାଇକ ବିଦ୍ରୋହକୁ ପ୍ରଥମ ଜାତୀୟ ସ୍ବାଧୀନତା ସଂଗ୍ରାମ ଦାବି ପୁଣି ଜୋର ଧରିଛି। ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା ପାଇଁ ମଙ୍ଗଳବାର ବିଧାନସଭାରେ ପାଇକ...

୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିବା...

ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୭।୧୦(ବ୍ୟୁରୋ): ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ। ଏହାକୁ ନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନା ଅନୁଯାୟୀ, ନିର୍ବାଚନ ପାଇଁ ଅକ୍ଟୋବର ୧୪...

କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ...

ସଂଖ୍ୟା ନୁହେଁ, ଶିକ୍ଷା ପରିସର ବଢ଼ାଅ

ଅନୁଗୋଳ ଅଫିସ, ୨୩।୧୧: ୨୦ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ରବିବାର କିଛିଟା ପରିବର୍ତ୍ତନ କରାଯାଇଛି। ଶିକ୍ଷାର...

ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ

ଚିତ୍ରଡ଼ା,୧ା୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ଶିମିଳିପାଳରେ ଫ୍ଲାଗ୍‌ମାର୍ଚ୍ଚ

ବାରିପଦା ଅଫିସ,୧୨।୩ ଶିମିଳିପାଳ ଅଭୟାରଣ୍ୟରେ ଶିକାର ରୋକିବା ଓ ବନାଗ୍ନିରୁ ସୁରକ୍ଷା ଯୋଗାଇବା ପାଇଁ ବନ ବିଭାଗ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ ଏବଂ କମ୍ବିଂ ଅପରେଶନ ଆରମ୍ଭ...

Advertisement
Archives

Model This Week