ନିସାହା ଗୁରୁବାରୀକୁଁ ସାହାଯ୍‌ର ହାତ୍‌ ବଢ଼ାଲେ ବିଡିଓ

କେସିଙ୍ଗା, ୩୦।୧୧ (ଡି.ଏନ.ଏ.)-  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୁନମାଠ ପଁଚେତ୍‌ ଅଧୀନ ମୁଣ୍ଡାପଡ଼ାର ନିସାହା ବିଧବା ମହିଲା ଗୁରୁବାରୀ ରଣା(୬୦)କୁଁ କେସିଙ୍ଗା ବିଡିଓ ଭୀମସେନ ଶବର ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ସେ ଅନେକ ଦିନ୍‌ ହେଲା ରୋଗ୍‌ ଲାଗି ବଡ଼ା ଗୁଲ୍‌ଗୁଲା ହେଉଥିଲେ।
ସୂଚନା ଅନ୍‌ସାରେ ମୁଣ୍ଡାପଡ଼ା ଗଁାର ଗୁରୁବାରୀ ରଣା ୫ ଦିନ୍‌ ତଲେ ଆପ୍‌ନେ ସତୃଘନ ରଣାକୁଁ ହରେଇଛନ୍‌। ଆପ୍‌ନେର ଶୁଧିକାଯ୍‌ ବି ନୁହେ ସରେ। ଇଆଡ଼େ ନିଜେ ଗୁରୁବାରୀ ଅନେକ୍‌ ଦିନୁ ରକତ୍‌ କମଜୁରୀ ରୋଗ୍‌ରେ ପଡ଼ିଛନ୍‌। ରୋଗ୍‌ରେ ସେ ଛଟ୍‌ପଟ ହେଉଥିଲେ ବି ଡୁଂଗି ଦେଖ୍‌ବାକେ ଘରେ କେହି ନାଇଁ। ଗଲା ଗୁରୁବାର ଗୁରୁବାରୀ ରୋଗ୍‌ ବେମାରୀରେ ବିଛୋ ହେଇ ଚିକିଛା ଲାଗି ବଡ଼ାଦୁଖେ ବସରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁହୁଁଚିଥିଲେ। ଇଆଡ଼େ ଚିକିଛା କରାବାକେ ହାତେ ଫଟା କଉଡ଼ିଟେ ନାଇଁ। ନୁନମାଠ ପଁଚେତ୍‌ ସରପଁଚ୍‌କଁର ଆପ୍‌ନେ ଅକ୍ଷୟ ରଣା ଇ ଖବର ପାଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁହୁଁଚିଥିଲେ। ସେ ଗୁରୁବାରୀକଁର ଦୁଖ୍‌ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକଁୁ ଜନେଇଥିଲେ। ଖବର ପାଇ ବିଡିଓ ଡାକ୍‌ତରଖାନାରେ ପୁହୁଁଚି ଗୁରୀବାରୀକଁର ପ୍ରାଥମିକ ଚିକିଛା କରାବାର ସଂଗେ ୧୦୮ ଆମ୍ବୁଲାନ୍ସରେ ଭବାନୀପାଟଣା ଜିଲା ମୁଖିଆ ଡାକ୍‌ତରଖାନାକେ ପଠେଇଥିଲେ। ବିଡିଓ ଗୁରୁବାରୀକୁଁ ଚିକିଛା ଲାଗି ୨ ହଜାର ଟଁକା ବି ସାହାଯ୍‌ ଦେଇଥିଲେ। ସେନ୍‌ତା ରକତ୍‌ କମଜୁରି ଦୂର କରବାର ଲାଗି ଉଷୋକଷା ଆର ଆର୍‌ଥିକ ସାହାଯ୍‌ ଯୁଗେଇ ଦେବାକେ ବିଡିଓ ଗୁରୁବାରୀକୁଁ କଥା ଦେଇଥିବାର ଜନାଯାଇଛେ। ଇ ସମିଆରେ ବ୍ଲକର ଉନିଆ କରମଚାରୀକଁର ସଂଗେ ରୋଗୀ କଲ୍ୟାଣ ସମିତିର ସଭାନେତ୍‌ରୀ ସରିତା ସିନ୍ଦୁର ବି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୧ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri