Posted inଖେଳ

ନିସର୍ଗ କ୍ଷତିଗ୍ରସ୍ତଙ୍କୁ ଘର ତିଆରି କରିବାରେ ସହାୟତା କଲେ ଏହି ଭାରତୀୟ କ୍ରିକେଟର୍‌

ମୁମ୍ବାଇ, ୧୮।୬- ଚଳିତ ମାସ ପ୍ରାରମ୍ଭରେ ଘୂର୍ଣ୍ଣିଝଡ଼ ‘ନିସର୍ଗ’ ଯୋଗୁ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ରାଇଗଡ଼ ଜିଲାର ସମୁଦ୍ର କୂଳିଆ ଅଞ୍ଚଳ ଆଲିବଗ ନିସର୍ଗ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟାରେ ଏହି ଅଞ୍ଚଳରେ ଯେଉଁ ଲୋକଙ୍କ ଘର ଭାଙ୍ଗିରୁଜି ଯାଇଥିଲା ସେମାନଙ୍କୁ ଉଦୀୟମାନ ଭାରତୀୟ ଯୁବ କ୍ରିକେଟର୍‌ ପୃଥ୍ବୀ ଶ ପୁନଃନିର୍ମାଣରେ ସହାୟତାର ହାତ ବଢ଼ାଇଛନ୍ତି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅଧିନାୟକ ସହାୟତାର ହାତ ବଢ଼ାଇ ଯେଉଁ ମାନବିକତାର ପରିଚୟ ଦେଇଛନ୍ତି ସେଥିଲାଗି ତାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସା ସୁଅ ଛୁଟିଛି। ଲକ୍‌ ଡାଉନ୍‌ କାରଣରୁ ୨୦ ବର୍ଷୀୟ ପୃଥ୍ବୀ ଗଲା ୨ ମାସ ହେବ ଆଲିବାଗ୍‌ରେ ଫଶି ଯାଇଥିଲେ। ରିପୋର୍ଟ ଅନୁଯାୟୀ ଶ’ ଆଲିବାଗ୍‌ର ଧୋକଓ୍ବାଡେ ଗ୍ରାମବାସୀଙ୍କୁ ଘର ନିର୍ମାଣ ଲାଗି କିଛି ଆର୍ଥିକ ସହାୟତା କରିଛନ୍ତି। କରୋନା ଭାଇରସ୍‌ ଲାଗି ହୋଇଥିବା ଲକ୍‌ ଡାଉନ୍‌ ପାଇଁ ପ୍ରଥମେ ଏହି ଅଞ୍ଚଳର ବାସିନ୍ଦା ଘୋର ସଙ୍କଟ ମଧ୍ୟରେ ଥିଲେ। ବର୍ତ୍ତମାନ ଘୂର୍ଣ୍ଣିଝଡ଼ ନିସର୍ଗ ଯୋଗୁ ଏହି ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ସମାଜ ପ୍ରତି ପ୍ରତିବଦ୍ଧତା ଏବଂ ପରିପକ୍ୱତା ଦେଖି ପୃଥ୍ବୀଙ୍କ ବାପା ଖୁସି ଜାହିର କରିଛନ୍ତି। ପ୍ରାରମ୍ଭିକ ସମୟରେ ପୃଥ୍ବୀ ବହୁତ କଠିନ ସମୟର ସମ୍ମୁଖୀନ ହୋଇଛନ୍ତି। ଯାହାକି ତାଙ୍କୁ ଅଭାବୀ ଲୋକଙ୍କ ଦୁଃଖକୁ ବୁଝିବାକୁ ସକ୍ଷମ କରିଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଆଇପିଏଲ୍‌ ଆୟୋଜନ ହେବାର ସମ୍ଭାବନା ଥିବାରୁ ପୃଥ୍ବୀ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଇପିଏଲ୍‌ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ସିଜନରେ ୧୩୩ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟ୍‌ରେ ସେ ୩୫୩ ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ନିଲାମ ଇସ୍ତାନବୁଲରେ ହେବା ସମ୍ଭାବନା, ପସନ୍ଦ ତାଲିକାରେ ୨ ସହର…

ନୂଆଦିଲ୍ଲୀ,୨୬।୧୦ : ଆଇପିଏଲର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଚଳିତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଲାମର ସ୍ଥାନ...

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌...

କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…

ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ...

ଜୀବିତ ଅଛନ୍ତି ଦ ରକ୍‌

ଲଣ୍ଡନ,୧୬।୧୧- ପୂର୍ବତନ ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର ଦ ରକ୍‌ ଭାବେ ପରିଚିତ ଡ୍ବେନ ଜନସନ ଏବେ ଜୀବିତ ଅଛନ୍ତି। ଅପ୍‌କମିଂ ଫିଲ୍ମ ଶୁଟିଂବେଳେ ତାଙ୍କର ମୃତ୍ୟୁ ଘଟିଥିବା...

ସର୍ତ୍ତ ସହ ସାଲିସ କରିବାକୁ ରାଜି ନୁହନ୍ତି ହରେନ୍ଦ୍ର

ନୂଆଦିଲ୍ଲୀ,୧୨।୮(ପିଟି)- ହରେନ୍ଦ୍ର ସିଂ ଏବେ ମଧ୍ୟ ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଇଚ୍ଛୁକ ଅଛନ୍ତି। କିନ୍ତୁ ନିଜ ଆଡ଼ୁ ରଖିଥିବା ସର୍ତ୍ତ...

ଐତିହାସିକ ବିଜୟ ସହ ସୁପର-୧୨ରେ ନାମିବିଆ

ଶାରଜା,୨୨।୧୦: ଅଧିନାୟକ ଜେରାର୍ଡ ଏରାସମସଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ନାମିବିଆ ୮ ଉଇକେଟରେ ଅପେକ୍ଷାକୃତ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏହି ଐତିହାସିକ ବିଜୟ ସହ...

୩୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜ ଅଧିନାୟକ କିରେନ ପୋଲାର୍ଡଙ୍କ ଅର୍ଦ୍ଧଶତକ ଏବଂ ଡୱେନ ବ୍ରାଭୋଙ୍କ ସୁପର ବୋଲିଂ ୱେଷ୍ଟଇଣ୍ଡିଜ ଦଳ ଚତୁର୍ଥ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ରେ...

ଆଇସିସି ବିଶ୍ୱକପ ୨୦୨୩ : ଜିମ୍ବାଓ୍ବେର ଖେଳିବା ଆଶା କଷ୍ଟକର…

ହାରାରେ,୪।୭ : ଆଇସିସି ବିଶ୍ୱକପ ୨୦୨୩ ରେ ସ୍ଥାନ ପାଇବା ପାଇଁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରେ ଜିମ୍ବାୱେର ଆଶା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।...

Advertisement
Archives

Model This Week