Posted inଖେଳ

ନିଷ୍ପତ୍ତି ବଦଳାଇଲା ବିସିସିଆଇ; କ୍ଷମା ମାଗିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୫।୮(ପି.ଟି.)- ଟିମ୍‌ ଇଣ୍ଡିଆ ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ କ୍ଷମା ମାଗିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ନିଷ୍ପତ୍ତି ବଦଳାଇଛି। ଫଳରେ ସୁବ୍ରମଣ୍ୟମ ଚଳିତ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ପୂର୍ବପରି ଦାୟିତ୍ୱ ବଜାୟ ରଖିବା ସ୍ପଷ୍ଟ ହୋଇଛି। କାରିବିୟାନସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ, ଏଥିରେ କ୍ଷୁବ୍ଧ ହୋଇ ବିସିସିଆଇ ତାଙ୍କୁ ପ୍ରଥମେ ସ୍ବଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ନିଜ ଆଚରଣ ପାଇଁ ସୁବ୍ରମଣ୍ୟମ ନିଃସର୍ତ୍ତ କ୍ଷମା ମାଗିବା ପରେ ବୋର୍ଡ ନିଷ୍ପତ୍ତି ବଦଳାଇଛି। ଭାରତୀୟ କ୍ରିକେଟରେ ପ୍ରଥମଥର ପାଇଁ ଏଭଳି ବିଡମ୍ବନା ଦେଖିବାକୁ ମିଳିଥିଲା। ଗସ୍ତ ଅଧାରୁ ଟିମ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ବଦେଶ ଫେରିଆସିବାକୁ କୁହାଯାଇଥିଲା। କ୍ଷମାପ୍ରାର୍ଥନା କରିବା ପରେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ ତାଙ୍କୁ ତାଗିଦ୍‌ ଓ ସତର୍କ କରାଇବା ସହ ପୂର୍ବପରି ଦାୟିତ୍ୱ ବହନ କରିବାକୁ ସୁଯୋଗ ଦେଇଛନ୍ତି। ଏବେ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂରା କରିବେ ବୋଲି ବିନୋଦ ସ୍ପଷ୍ଟ କରିଛନ୍ତି।
ଗୁୟାନା ଓ ତ୍ରିନିଦାଦ ଏବଂ ଟବାଗୋସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିବାରୁ ସେ କ୍ଷମା ମାଗିଛନ୍ତି ବୋଲି କହିଥିଲେ। ଷ୍ଟ୍ରେସ୍‌ ତଥା ଚାପ କାରଣରୁ ସେ ଏଭଳି ଭୁଲ କରିଛନ୍ତି ବୋଲି କହିଥିଲେ। ୫୨ ବର୍ଷୀୟ ସୁବ୍ରମଣ୍ୟମ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କର ପୂର୍ବତନ କୋଚ୍‌ ହିସାବରେ ବେଶ୍‌ ଜଣାଶୁଣା। ସେ ୭୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୫୮ଟି ଉଇକେଟ ଅକ୍ତିଆର କରିଛନ୍ତି।
ଆଇସିସି ଦିନିକିଆ ବିଶ୍ୱକପ୍‌ ପରେ ସୁବ୍ରମଣ୍ୟମ ଏବଂ ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ ସହଯୋଗୀ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ୪୫ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏହି ପଦବୀଗୁଡ଼ିକ ଲାଗି ସାନି ସାକ୍ଷାତ୍‌କାର ପ୍ରକ୍ରିୟା ଚାଲିଛି। ଭାରତୀୟ କ୍ରିକେଟ ଖେଳାଳିଙ୍କୁ ନେଇ ‘ଜଳ ସଂରକ୍ଷଣ’ ବିଷୟକ ଏକ କ୍ଷୁଦ୍ର ବିଜ୍ଞାପନର ଶୁଟିଂ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ବିସିସିଆଇ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜରେ ଅବସ୍ଥାପିତ ହାଇକମିଶନର ଦୁଇ ଉଚ୍ଚ ପଦାଧିକାରୀଙ୍କୁ ସୂଚାଇ ଦିଆଯାଇଥିଲା ଯେ, ଟିମ୍‌ ଇଣ୍ଡିଆର ପ୍ରଶାସନିକ ଅଧିକାରୀ ସୁବ୍ରମଣ୍ୟମଙ୍କ ସହ ଯୋଗାଯୋଗ କଲେ ଶୁଟିଂ ପାଇଁ ଖେଳାଳିଙ୍କ ସହାୟତା ମିଳିଯିବ। ମାତ୍ର ଗୁୟାନା ଏବଂ ତ୍ରିନିଦାଦ୍‌ ଏବଂ ଟବାଗୋସ୍ଥିତ ଭାରତୀୟ ହାଇକମିଶନ କାର୍ଯ୍ୟାଳୟର ଦୁଇ ଉଚ୍ଚ ପଦାଧିକାରୀ ଯେତେବେଳେ ସୁବ୍ରମଣ୍ୟମଙ୍କ ସହିତ ଯୋଗାଯୋଗ କଲେ, ସେତେବେଳେ ମୋତେ ବାରମ୍ବାର କାହିଁକି କଲ୍‌ କରୁଛ ବୋଲି ସେ କହି ଦୁର୍ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

NEET Leak; ରାଜନାଥଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ଘୋଷଣା କରି କହିଲେ….

ନୂଆଦିଲ୍ଲୀ, ୨୮।୫: NEET ପେପର୍ ଲିକ୍ ବିବାଦ ପରେ, କେନ୍ଦ୍ର ସରକାର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁରକ୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ବିଚାର…

ଇସ୍ତଫା ଦେବା ପରେ କେତେ ପେନସନ ପାଇବେ ସିଦ୍ଦାରାମାୟା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳେ ଜାଣନ୍ତୁ…

ବେଙ୍ଗାଲୁରୁ, ୨୮।୫: କର୍ନାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୈତିକ ସସ୍‌ପେନ୍ସ ଏବେ ଶେଷ ହୋଇଛି। ସୂତ୍ର ଅନୁସାରେ ସିଦ୍ଦାରାମାୟା ଆଜି ଇସ୍ତଫା ଦେଇପାରନ୍ତି। ଏହି ସମୟରେ, ସିଦ୍ଦାରାମାୟା…

ରାତିରେ ନିଦ ହେଉନି କି? ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଆଜିକାଲି ବହୁତ ଲୋକ ଅନିଦ୍ରାରେ ପୀଡ଼ିତ। ବିଳମ୍ବିତ ରାତିରେ ଚେଇଁବା, ବାରମ୍ବାର ଉଠିବା ଏବଂ ସକାଳେ କ୍ଳାନ୍ତ ଅନୁଭବ କରିବା ଏକ ସାଧାରଣ କଥା ହୋଇଗଲାଣି। ସ୍ବାସ୍ଥ୍ୟ…

ପାଣି ପାଇଁ ମହାସଂଗ୍ରାମ: ପିଏଚଡି କାର୍ଯ୍ୟାଳୟ ଘେରିଲେ ମହିଳା, ବିଭାଗୀୟ ଅଧିକାରୀ ଦେଲେ ଏମିତି ପ୍ରତିଶ୍ରୁତି

ଛତ୍ରପୁର,୨୮।୫ (ଦିଲ୍ଲୀପ ସାମଲ): “ପାଣି ଟୋପେ ପାଇଁ ଜୀବନ ବିକଳ, ପ୍ରଶାସନ କିନ୍ତୁ ନିଦାବିଷ୍ଣୁ।” ଏଭଳି ଏକ ଚରମ ଅସନ୍ତୋଷ ପ୍ରକାଶ କରି ଆଜି ଛତ୍ରପୁର ପୌର…

କ୍ଷମତା ହସ୍ତାନ୍ତର ଘୋଷଣା କଲେ ସିଦ୍ଦାରାମାୟା , କହିଲେ-ରାହୁଲ ଗାନ୍ଧୀ ଯାହା କହିବେ ମୁଁ ତାହା କରିବି…

ବେଙ୍ଗାଲୁରୁ, ୨୮।୫: କର୍ନାଟକ କଂଗ୍ରେସ ସରକାର ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା କ୍ଷମତା ହସ୍ତାନ୍ତର ଏବେ ପଥ ପରିଷ୍କାର କରିଛି। ସୂତ୍ର ଅନୁଯାୟୀ, ଦିଲ୍ଲୀରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଦେଢ ବର୍ଷ ସରକାରରେ ଏତେ ଦେଶ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ, ଜାଣିଲେ ତାଜୁବ ହେବେ…

ଓ଼୍ବାଶିଂଟନ,୨୮।୫: ରାଷ୍ଟ୍ରପତି ହେବା ପରଠାରୁ, ଟ୍ରମ୍ପ ଦେଶଗୁଡ଼ିକର ଏକ ଆଶ୍ଚର୍ଯ୍ୟଜନକ ତାଲିକା ପ୍ରସ୍ତୁତ କରିଛନ୍ତି ଯେଉଁ ଦେଶଗୁଡ଼ିକୁ ସେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି ଏବଂ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri