ନିଷ୍କାସିତ ହୋଇପାରୁନି ନର୍ଦ୍ଦମା, ବର୍ଷା ଜଳ: ପଦକ୍ଷେପ ନ ହେଲେ ଆନ୍ଦୋଳନ ଚେତାବନୀ

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.)-ମନ୍ଦିର ଉନ୍ନତି ନାମରେ ଦେବୋତ୍ତର ବିଭାଗ ବିଭିନ୍ନ ସ୍ଥାନରେ ଥିବା ଦେବୋତ୍ତର ଜାଗାକୁ ବିକ୍ରିକରି ଦେବା ଯୋଗୁ ଏହା କଣ୍ଟିଲୋ ଗ୍ରାମବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ା କାରଣ ଏହି ଭୂମିକୁ ଲୋକେ କ୍ରୟ କରି ଖାଲ, ଢିପ ଓ ସମତୁଲ କରିଦେବା ଫଳରେ ବର୍ଷା ଜଳ ଠିକ୍‌ ଭାବେ ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ଜମା ହୋଇରହୁଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହେଉଛି ା ଅପରପକ୍ଷରେ ରାସ୍ତାର ନିଚ୍ଚ(ତଳିଆ ଅଞ୍ଚଳ)ରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ଥିବା ସ୍ଥାନରେ ଜଳ ଜମିରହିବା ଫଳରେ ଏହା କର୍ମଚାରୀ ଓ ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନ କଣ୍ଟିଲୋ ବିଦ୍ୟୁତ୍‌ ସେକ୍ସନ ଉପଭୋକ୍ତାମାନଙ୍କ ପାଇଁ ବିପଜ୍ଜନକ ପାଲଟିଛି। କଣ୍ଟିିଲୋ ପ୍ରାଣୀ ଚିକିତ୍ସାଳୟ ପରିସର ତଥା ରାସ୍ତାପାର୍ଶ୍ୱସ୍ଥ ବିଦ୍ୟୁତ୍‌ ଡିଷ୍ଟ୍ରିବ୍ୟୁଶନ ଟ୍ରାନ୍ସଫର୍ମର, ସବ୍‌ଷ୍ଟେଶନ ବିଭାଗୀୟ କର୍ମଚାରୀଙ୍କ ପ୍ରତି ସମସ୍ୟା ପାଲଟିଛି। ପ୍ରକାଶଯୋଗ୍ୟ, କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ପାଟଣା, ମେଡିକାଲ ଛକ, ଛାମୁପାଟଣା, ସେବକ ସାହି, ମଝିସାହି ପାଟଣା ଓ ହାଟମୁଣ୍ଡ ପାଟଣା ଗ୍ରାମର ୨ଶହରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କ ପାଇଁ ପ୍ରାଣୀ ଚିକିତ୍ସାଳୟ, ବାଳିକା ପ୍ରାଥମିକ ବିଦ୍ୟାଳୟଠାରୁ ସରକାରୀ ଡାକ୍ତରଖାନା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାପାର୍ଶ୍ୱରେ ଏକ ସବ୍‌ଷ୍ଟେଶନ ବସିଛି ା ଏଥିରେ ଦୁଇଟି ୧ଶହ କେଭି ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର ବସାଯାଇଛି ା ତେବେ ଏହା ରାସ୍ତା ପତ୍ତନଠାରୁ ନିଚ୍ଚା ସ୍ଥାନରେ ଓ ପ୍ରାଣୀ ଚିକିତ୍ସାଳୟ ପରିସରରେ ରହିଛି ା ନୀଳମାଧବ ଜୀଉ ମନ୍ଦିର, ମଝିସାହି ପାଟଣା ଓ ହାଟମୁଣ୍ଡ ପାଟଣାରୁ ବହି ଆସୁଥିବା ବର୍ଷାଜଳ ବିଶେଷ କରି ଗ୍ରାମର ନର୍ଦ୍ଦମା ପାଣି ରାସ୍ତାକଡ଼ରେଥିବା ଏକ ଖାଲୁଆ ଜାଗାକୁ ନିଷ୍କାସିତ ହୋଇଥାଏ ା ସମ୍ପୃକ୍ତ ଜାଗାକୁ ଦେବୋତ୍ତର ବିଭାଗ ବିକ୍ରି କରିଦେବା ପରେ ବିଭିନ୍ନ କାରଣରୁ ଏଠାରୁ ପାଣି ବାହାରି ରାସ୍ତା ଏବଂ ଅନ୍ୟାନ୍ୟ ସ୍ଥାନରେ ଜମା ହୋଇରହୁଛି। ସବ୍‌ଷ୍ଟେଶନ ଅଞ୍ଚଳଟି ବର୍ତ୍ତମାନ ଘାସବୁଦା ଏବଂ ଗଛଲତାରେ ପୂର୍ଣ୍ଣ ହୋଇଥିବାରୁ ଫିଉଜ୍‌ ପକାଇବାକୁ ଆସୁଥିବା କର୍ମଚାରୀମାନେ ହଇରାଣ ହେଉଛନ୍ତି। ଏଠାରେ ବିଷାକ୍ତ ସର୍ପ, ସରୀସୃପ ଆଦି ଚଳପ୍ରଚଳ ହେଉଥିବାରୁ ଜନସାଧାରଣ ଓ କର୍ମଚାରୀଙ୍କ ପାଇଁ ଆତଙ୍କର କାରଣ ପାଲଟିଛି। ଏହାର ପ୍ରତିକାର ପାଇଁ ଖଣ୍ଡପଡ଼ା ଫେଡ଼କୋ ଏସ୍‌ଡିଓ ଇଂ. ସୁଧାଂଶୁ ଶେଖର ସାହାଣୀଙ୍କୁ ଯୋଗାଯୋଗ କରିବା ପରେ ସେ ଏହି କାର୍ଯ୍ୟ ସେସୁର ବୋଲି ମତ ଦେଇଥିବାବେଳେ ସେସୁ କନିଷ୍ଠ ଯନ୍ତ୍ରୀ ଇଂ. ରମେଶ ଚନ୍ଦ୍ର ସାହୁ ଉକ୍ତ ମେଣ୍ଟେନାନ୍ସ କାର୍ଯ୍ୟ ଫେଡ଼କୋର ବୋଲି କହି ପରସ୍ପରକୁୁ ଦୋଷାରୋପ କରିଥିଲେ ା ପ୍ରଦୂଷିତ ପରିବେଶକୁ ସଜାଡିବା କାର୍ଯ୍ୟର ଦାୟିତ୍ୱ ସମସ୍ତେ ନେବା ଉଚିତ। ତେବେ ଦେବୋତ୍ତର ବିଭାଗ, ସେସୁ, ବିଦ୍ୟୁତ୍‌ ବିଭାଗ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ସମ୍ପୃକ୍ତ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri