ନିଶା ସେବନ ଓ ଯୁବ ସମାଜ

ରାଧାମୋହନ ମହାପାତ୍ର
ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ରାଷ୍ଟ୍ରର ବିକାଶରେ ସେମାନଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ରାଷ୍ଟ୍ରର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିର ଆବଶ୍ୟକତା ଉପଲବ୍ଧି କରାଯାଏ। କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ଅବଶ୍ୟମ୍ଭାବୀ। ଆଦର୍ଶ କ୍ଷେତ୍ରରେ ପରିଚାଳିତ ଯୁବଗୋଷ୍ଠୀ କର୍ମ କ୍ଷେତ୍ରରେ କଠୋର ପରିଶ୍ରମ କରି ଗୋଟିଏ ଜାତିର ଜାତୀୟ ଜୀବନକୁ ପରିପୁଷ୍ଟ କରନ୍ତି। ଯୁଦ୍ଧଭୂମିରେ ନିଜ ଜୀବନକୁ ବାଜି ଲଗାଇ ଦେଶର ନିରାପତ୍ତା ତଥା ସାର୍ବଭୌମତ୍ୱ ରକ୍ଷା କରନ୍ତି, ରାଷ୍ଟ୍ରର ଗୌରବମୟ ଐତିହ୍ୟ ଏବଂ ପରମ୍ପରା, ସଂସ୍କୃତିର ସଂରକ୍ଷଣ କରନ୍ତି। ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିରୋଧରେ ଏକତ୍ରିତ ହୋଇ ଦୃଢ଼ହସ୍ତରେ ପ୍ରତିହତ କରିବା ପାଇଁ ସେମାନେ ହୋଇଥାନ୍ତି ସଙ୍କଳ୍ପବଦ୍ଧ। ଯେକୌଣସି ରାଷ୍ଟ୍ରର ସ୍ବାଧୀନତା ଆନ୍ଦୋଳନ କିମ୍ବା ନ୍ୟାୟ ପାଇଁ ଗଣଆନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ରୁଷିଆ, ଆମେରିକା, ଲଣ୍ଡନ ପରି ବୃହତ୍‌ ରାଷ୍ଟ୍ରଠାରୁ ଆରମ୍ଭକରି ବାଂଲାଦେଶ, ପାକିସ୍ତାନ, ମ୍ୟାନ୍‌ମାର ଏବଂ ଶ୍ରୀଲଙ୍କା ଭଳି କ୍ଷୁଦ୍ରରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ରାଷ୍ଟ୍ରରେ ଏହି ଯୁବଗୋଷ୍ଠୀର ଭୂମିକା ଅତୁଳନୀୟ। ଭାରତବର୍ଷର ସ୍ବାଧୀନତା ସଂଗ୍ରାମରେ ଯେଉଁମାନେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ତତ୍କାଳୀନ ଯୁବଗୋଷ୍ଠୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ୍‌ ସିଂ, ଉଦ୍ଦାମ ସିଂ, ସୁଖଦେବ, ବାଘା ଯତୀନ, ଚନ୍ଦ୍ରଶେଖର ଆଜାଦ ପ୍ରମୁଖ ଯୁବ ବିପ୍ଳବୀମାନେ ଜଣେ ଜଣେ ଥିଲେ ବିପ୍ଳବର ଲେଲିହାନ ଅଗ୍ନିଶିଖା। ସ୍ବାମୀ ବିବେକାନନ୍ଦ ଯୁବଶକ୍ତିର ବଳିଷ୍ଠ ପ୍ରତୀକ। ଯୁବକ ଭିତରେ ରହିଛି ଅଫୁରନ୍ତ ଶକ୍ତି। କେବଳ ରଷ୍ଟ୍ର ନୁହେଁ, ସମାଜ ଓ ପରିବାରର ଯୁବକ ହେଉଛି ସାହାଭରସା। ଯୁବପୁତ୍ରର ଉନ୍ନତିରେ ମାତାପିତା ହୁଅନ୍ତି ଗର୍ବିତ। ଏକ ରଙ୍ଗିନ ଭବିଷ୍ୟତର ସେମାନେ ସ୍ବପ୍ନ ଦେଖନ୍ତି। କିନ୍ତୁ ପୁତ୍ର ବିପଥଗାମୀ ହେଲେ ସେମାନଙ୍କ ସବୁ ସ୍ବପ୍ନ ଚୂର୍‌ମାର୍‌ ହୋଇଯାଏ; ହତାଶାର ଦୀର୍ଘଶ୍ୱାସ ବାହାରି ଆସେ ମାତାପିତାଙ୍କ ହୃଦୟରୁ।
ପୁତ୍ର ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା। ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି। ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ମାନସିକ ଅବସାଦ ଦୂର କରିବା ଆଳରେ ଯୁବଗୋଷ୍ଠୀ ପାଲଟିଛି ସମ୍ପୂର୍ଣ୍ଣ ନିଶାସକ୍ତ। ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟିଯାଉଛି।
ନିଶାର ପରିସର ଖୁବ୍‌ ବ୍ୟାପକ। ଦେଶୀ ମଦ, ଗଞ୍ଜେଇ, ଅଫିମ, ତାଡି, ବିଡି ଏବଂ ଭାଙ୍ଗଠାରୁ ଆରମ୍ଭକରି ହେରୋଇନ୍‌, ଚରସ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଗଣିତ ଶିକ୍ଷିତ ଯୁବତୀଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ। ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଦାରୁଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡୁନାହାନ୍ତି। ନିଶା ଖର୍ଚ୍ଚ ମେଣ୍ଟାଇବା ପାଇଁ କେତେକେ ଘୃଣ୍ୟ ଚୌର୍ଯ୍ୟବୃତ୍ତି ଆଦରି ନେଉଛନ୍ତି। କେତେକେ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। ଅନେକ ଶିକ୍ଷିତ ଯୁବତୀ ବିଳାସମୟ ହୋଟେଲରେ ରାତି ବିତାଇ ନିଜର ନିଶା ଅଭ୍ୟାସକୁ ଜାରି ରଖୁଛନ୍ତି। ଏହିଭଳି ଅନେକ ଅସାମାଜିକ ଘୃଣ୍ୟ ଘଟଣା ବିଭିନ୍ନ ଖବରକାଗଜ ଓ ଟିଭି ନ୍ୟୁଜ୍‌ ଚ୍ୟାନେଲରେ ଦେଖିବାକୁ ମିଳୁଛି। ପୋଲିସ ଚଢ଼ଉ ବେଳେ ନିଶାଗ୍ରସ୍ତ ଯୁବତୀଯୁବକଙ୍କ ଅଶ୍ଳୀଳ ଚିତ୍ର ଅତ୍ୟନ୍ତ ଘୃଣ୍ୟ। ନିଶାଗ୍ରସ୍ତ ଯୁବଗୋଷ୍ଠୀ କେବଳ ନିଜ ପରିବାରର ପଦମର୍ଯ୍ୟାଦା ଭୂଲୁଣ୍ଠିତ କରୁନାହାନ୍ତି ବରଂ ସେମାନେ ଯକ୍ଷ୍ମା, କର୍କଟ, କିଡ୍‌ନୀ, ଲିଭର ଇତ୍ୟାଦି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି। ମାତାପିତାଙ୍କ ଆଶା-ଆକାଙ୍‌କ୍ଷାକୁ ଧୂଳିସାତ୍‌ କରୁଛନ୍ତି। ସାମାଜିକ, ପାରିବାରିକ ଶୃଙ୍ଖଳାକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷତି ଓ ଆୟୁଷ କ୍ଷୟର ପଥ ପରିଷ୍କାର କରୁଛନ୍ତି। ନିଶା ଏପରି ଏକ ଜିନିଷ, ଯେଉଁଥିରେ ଥରେ ଗୋଡ଼ ଦେଲେ ସୁଧୁରିବା ମୁସ୍କିଲ। ସ୍ବାଧୀନ ଭାରତରେ ନିଶା ନିବାରଣ ପାଇଁ ସରକାରୀ ସ୍ତରରେ ଆଇନ ପ୍ରଣୀତ ହୋଇଛି। ଭାରତର କେତେକ ରାଜ୍ୟ ମଦ ଦୋକାନ ନିଷିଦ୍ଧ କରିଛନ୍ତି। କିନ୍ତୁ ଏହି ନିଷେଧାଦେଶ ଗୋଟିଏ କି ଯୋଡିଏ ରାଜ୍ୟରେ ଜାରି କଲେ ବିଶେଷ ଫଳପ୍ରଦ ହେବ ନାହିଁ। କାରଣ ଅନ୍ୟ ରାଜ୍ୟରୁ ଚୋରାଚାଲାଣରେ ମଦ ପରିବହନ ହେଉଛି। ଅନେକ ରାଜ୍ୟ ରାଜସ୍ବ ଆଳରେ ମଦ ଦୋକାନ ଖୋଲୁଛନ୍ତି। କିନ୍ତୁ ରାଜ୍ୟ ରାଜ୍ୟ ଆଇନ ମଧ୍ୟରେ ଅସମାନତା ଅଧିକ ମଦ ପାଇଁ ପ୍ରୋତ୍ସାହନ ଯୋଗାଉଛି।
ଅଧୁନା ସମାଜରେ ବହୁସଂଖ୍ୟକ ମଣିଷ ନିଶାସକ୍ତ। ନିଶା ସେବନର କୁପ୍ରଭାବ ସମ୍ବନ୍ଧରେ ଅଧିକ ଜନସଚେତନତା ସୃଷ୍ଟି ହେବା ଦରକାର। କେବଳ ତମାଖୁ ସେବନ ମାରାତ୍ମକ ବୋଲି ଦ୍ରବ୍ୟ ଉପରେ ଲେଖି ଛାପି ଦେଲେ ଯଥେଷ୍ଟ ନୁହେଁ। ମଦ ବୋତଲରେ କୌଣସି ଚେତାବନୀ ନାହିଁ। ରେଡିଓ, ଦୂରଦର୍ଶନ, ଖବରକାଗଜ, ପତ୍ରପତ୍ରିକା ପ୍ରଭୃତି ଗଣମାଧ୍ୟମରେ ନିଶା ସେବନର କୁପ୍ରଭାବ ବିଷୟରେ ଅଧିକ ପ୍ରଚାର ପ୍ରସାର ହେବା ଆବଶ୍ୟକ। ଯୁବପିଢ଼ି କୁସଙ୍ଗରେ ନ ପଡ଼ି ସତ୍‌ସଙ୍ଗରେ ବ୍ରତୀ ହେବା ଆବଶ୍ୟକ। ଏଥିପାଇଁ ମାତାପିତା ତଥା ଅଭିଭାବକ ଯତ୍ନବାନ ହେବା ଜରୁରୀ। ନିଶା ସେବନରୁ ମୁକ୍ତହୋଇ ଯୁବସମାଜ ତା’ର ତେଜ, ଔଜ୍ଜ୍ୱଲ୍ୟରେ ଜାଜ୍ୱଲ୍ୟମାନ ହେଉ ଓ ତା’ର କାର୍ଯ୍ୟାବଳୀ ଦ୍ୱାରା ପରିବାର, ସମାଜ ଓ ରାଷ୍ଟ୍ରର ଗର୍ବଗୌରବ ସାଜୁ। ଏହା ହିଁ ସବୁରି କାମନା।
ବୁଦ୍ଧେଶ୍ୱରୀ, ମୋ-୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri