ନିଶାମୁକ୍ତି ଅଭିଯାନରେ ଖଳିସାହି ଗ୍ରାମବାସୀ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ଥାନା ଖଳିସାହି ଗ୍ରାମରେ ନିଶାଦ୍ରବ୍ୟର ଅବାଧ କାରବାର ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା। ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସୁଫଳ ନ ପାଇବାରୁ ନିଶାମୁକ୍ତ ଗ୍ରାମ ଗଠନ ନିମନ୍ତେ ଅଣ୍ଟା ଭିଡିଛନ୍ତି। ରବିବାର ୫ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଅଭିଯାନର ଶୁଭାରମ୍ଭ କରିଥିଲେ। ପୂର୍ବାହ୍ନ ୧୦ଟାରେ ଗ୍ରାମବାସୀ ଶୋଭାଯାତ୍ରାରେ ବାହାରି ଖଳିସାହି ଗ୍ରାମର ପ୍ରତ୍ୟେକ ୱାର୍ଡ ଓ ନିକଟସ୍ଥ କୋଟପୋଖରୀ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଖଳିସାହି ବଜାର ଓ ଗଳିକନ୍ଦିରେ ଦେଶୀ ଓ ବିଦେଶୀ ମଦ, ଭାଙ୍ଗ, ଗଞ୍ଜେଇ, କୋରେକ୍ସ (କଫ୍‌ ସିରପ୍‌), ବ୍ରାଉନ ସୁଗାର କାରବାର ସମ୍ପୂର୍ଣ୍ଣ ବନ୍ଦ ଉପରେ ଗ୍ରାମବାସୀ କଟକଣା ଲଗାଇଥିବା ଜଣାପଡିଛି। ସେହିପରି ନିଶାସେବନକାରୀ ବ୍ୟକ୍ତି ବିଶେଷ ଯଦି କେହି ଧରାପଡନ୍ତି ତା’ହାଲେ ଆଇନ ଅନୁଯାୟୀ ଦଣ୍ଡିତ ହେବା ସହ ଅର୍ଥ ଜରିମାନା ଦେବାର ବ୍ୟବସ୍ଥା କରାଯାଇଥିବା ଅଭିଯାନର ଆବାହକଙ୍କଠାରୁ ପ୍ରକାଶ। ଏହି ଅଭିଯାନରେ ପୂର୍ବତନ ସରପଞ୍ଚ ନବକିଶୋର ପୃଷ୍ଟି, ବିଶିଷ୍ଟ ବ୍ୟବସାୟୀ ଅଚ୍ୟୁତ କୁମାର ପୃଷ୍ଟି, ବେଣୁଧର ମହାରଣା, ଶରତ କୁମାର ସାହୁ, ସଂଗଠକ ଶିବ ଶଙ୍କର ସାହୁ, ସୁଦର୍ଶନ ସାହୁ, ବସନ୍ତ କୁମାର ଗଣ୍ଠିଆ, ଯୁଧିଷ୍ଠିର ସାହୁ, ଫକୀର ମୋହନ ସାହୁ, ଅଜୟ କୁମାର ମହାରଣା, ଦାଶରଥି ସାଥୁଆ, ପ୍ରଦୀପ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଗ୍ରାମବାସୀଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। ଏ ସମ୍ପର୍କରେ ସେମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତର ନାହାନ୍ତି, ରୋଗୀସେବା ଠପ

ରାହାମା,୨୭।୭(ଡି.ଏନ୍‌.ଏ): କୁଜଙ୍ଗ ବ୍ଲକ ରାହାମା ଅଧୀନ ପ୍ରତାପଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ...

ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂ

ସୋହେଲା,୯ା୫(ଡି.ଏନ.ଏ.): କିଛି ଦିନ ତଳେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମିକମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ରାତିରେ ସୋନପୁର...

ବିଦ୍ୟୁତ ବିଭାଗର ମନମାନି : ବିନା ସୂଚନାରେ ସଂଯୋଗ ବିଚ୍ଛିନ୍ନ, ଉପଭୋକ୍ତା ମହଲରେ ଅସନ୍ତୋଷ

ଆନନ୍ଦପୁର,୩୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବିଦ୍ୟୁତ୍‌ ବିଭାଗର ମନମାନି ଯୋଗୁ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ବିନା ସୂଚନାରେ ବାରମ୍ବାର ବିଦ୍ୟୁତ୍‌...

ପ୍ରବେଶପଥ ବନ୍ଦ କରିଦେଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୨୭।୩-ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ...

ସଫଳତା ପଥେ ଦୁଇ ଭଉଣୀ

ଖଣ୍ଡପଡା,୧୩।୧୦(ସ୍ବ.ପ୍ର.)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜୟ ପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ...

ଆଗରେ ପ୍ରଦୀପ କପୁର

କଟକ ଅଫିସ, ୧୨ା୧୧:ବର୍ତ୍ତମାନର ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ...

ଘରେ ଲାଗିଗଲା ନିଆଁ, ପୋଡ଼ି ହୋଇ ବାପ-ପୁଅ ଗୁରୁତର

ପରଜଙ୍ଗ,୨୨ା୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଖଇରପଶି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁ ଲାଗି ବାପପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ...

କଟକ ସହରରୁ ୧୧୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୫।୧୦-କଟକ ସହରରୁ ଆଜି ମୋଟ୍‌ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୩...

Advertisement
Archives

Model This Week