ଚିତ୍ରଡା,୨୨ା୧(ଡ଼ି.ଏନ୍.ଏ)- କାର୍ଯ୍ୟରେ ଅବହେଳା ଏବଂ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ହଲଦୀପାଳ ପଞ୍ଚାୟତର ସରପଞ୍ଚ ମଙ୍ଗଲ ହାଁସଦାଙ୍କୁ ଜିଲାପାଳ ବିନୀତ ଭରଦ୍ୱାଜ ନିଲମ୍ବନ କରିଛନ୍ତି। ପତ୍ର ସଂଖ୍ୟା ୧୩୦/୨୦ା୧ା୨୦୨୦ରେ ଜିଲାପାଳ ଏହି ଆଦେଶନାମା ଦେଇଛନ୍ତି। ସୂଚନା ଅନୁଯାୟୀ, ସରପଞ୍ଚ ହାଁସଦାଙ୍କ ବିରୋଧରେ ୱାର୍ଡ ସଭ୍ୟାସଭ୍ୟମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପଞ୍ଚାୟତ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଆଧାରକରି ଜିଲାପାଳ ସରପଞ୍ଚ ହାଁସଦାଙ୍କୁ ନିଲମ୍ବନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ୱାର୍ଡ ସଭ୍ୟାସଭ୍ୟମାନଙ୍କ ଅଭିଯୋଗ ଅନୁଯାୟୀ ଗତ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିଲା। ଏହି ସମୟରେ ସରପଞ୍ଚ ନିଜର ସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ପଞ୍ଚାୟତର ପ୍ରୋସିଡିଙ୍ଗ ଖାତା କୌଶଳ କ୍ରମେ ହାତେଇ ନେଇ ୩ଟି ବୈଠକର ପ୍ରୋସିଡିଙ୍ଗ ଲେଖି ୱାର୍ଡ ମେମ୍ବରମାନଙ୍କ ଘରକୁ ଯାଇ ଦସ୍ତଖତ ନେଇଥିଲେ। ଏଭଳି କାର୍ଯ୍ୟକୁ ବିରୋଧ କରି ୱାର୍ଡ ମେମ୍ବରମାନେ ୫ା୭ା୧୯ ରିଖଠାରୁ ୯ା୭ା୧୯ ରିଖ ପର୍ଯ୍ୟନ୍ତ ପଞ୍ଚାୟତ ଅଫିସରେ ତାଲା ପକାଇ ଧାରଣାରେ ବସିଥିଲେ। ଖବରପାଇ ମୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ସମାଧାନ କରି ତଦନ୍ତ ପାଇଁ ସେ ଜିଲାପାଳ ଏବଂ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଜଣାଇବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ଦେବାର ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିଲା । ପରେ ୱାର୍ଡ ମେମ୍ବରମାନେ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଲିଖିତଭାବେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୨ା୭ା୧୯ ରିଖରେ ଜିଲା ପଞ୍ଚାୟତ ଅଧିକାରୀ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସମେତ ଏକ ଟିମ୍ ହଳଦୀପାଳ ପଞ୍ଚାୟତ ଅଫିସରେ ପହଞ୍ଚି ପଞ୍ଚାୟତ ପ୍ରୋସିଡିଙ୍ଗ ଖାତାକୁ ଜବତ କରିଥିଲେ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର
ଭଦ୍ରକ ଅଫିସ, ୨୭।୫-ଭଦ୍ରକ ପୌରପାଳିକା କାଉନସିଲ ବୈଠକ ପରେ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ବୈଠକ ସରିବା...

୩ ଦିନରେ ବିବାଦୀୟ ରାସ୍ତା ନିର୍ମାଣ ଶେଷ
ନୟାଗଡ଼ ଅଫିସ,୨୪।୬: ରାସ୍ତା ନିର୍ମାଣ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପାଇବା ପରେ ନୟାଗଡ଼ ଜିଲା ପ୍ରଶାସନ ୧ ବନାମ ୧୭ ଖଣ୍ଡ...

କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ
ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ...

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର ଅଫିସ, ୨୮।୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସୋମବାର ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି।...

ଦ୍ୱନ୍ଦ୍ୱ ଦୂର କରିପାରୁନି ତଦନ୍ତ
ବଲାଙ୍ଗୀର ଅଫିସ, ୯।୧୧: କଳାହାଣ୍ଡି ଜିଲା କେଗଁା ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାକୁ ମାସେ...

ମାଲକାନଗିରି ଜିଲାରେ ପୁଷ୍ଟିହୀନତା ସମସ୍ୟା:ପ୍ରତି ଜିଲାରେ ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ
କଟକ ଅଫିସ,୧୭।୧୨: ଅପପୁଷ୍ଟିକୁ ରୋକିବା ପାଇଁ ସରକାର ବହୁବିଧ ଯୋଜନା କରିଛନ୍ତି। ମାତ୍ର ଏହାର ପ୍ରଭାବ ମାଲକାନଗିରି ଜିଲାରେ ପଡୁନାହିଁ। ଉକ୍ତ ଜିଲାରେ ବହୁ ସଂଖ୍ୟକ...

ଗୋଚର ଜମିରେ କାହ୍ନୁଚରଣ କଲେଜ: ୩ ମାସ ମଧ୍ୟରେ ଜିଲାପାଳ ନେବେ ପଦକ୍ଷେପ
ଯାଜପୁର ଅଫିସ,୨୩ା୨: କଲେଜଗୁଡ଼ିକର ଜମି ସମ୍ବନ୍ଧୀୟ ଅବସ୍ଥା ଜାଣିବାକୁ ସପ୍ତାହେ ପୂର୍ବରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆର୍ଡିଇ) ପକ୍ଷରୁ ତଥ୍ୟଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି...

ଚାର ମୁଜି କିଲୋ ୧ଶହ ଟଁକା: ପରିବାର ପିଛା ବଛରକ କମଉଛନ୍ ୫ ହଜାର
ଲୋଇସିଂହା,୧୩।୫(ଡି.ଏନ.ଏ): ପ୍ରକୃତିରୁ ଆମକୁ ଅନେକ ପରକାର ଜିନିଷ ମିଲୁଛେ। ଭିନେ ଭିନେ ଋତୁରେ ଅନେକ ପରକାର ଫଲମୂଲ ମିଲୁଛେ। ଇଥ୍ରେ ଅନେକ ପରିବାରର ଜୀବନ୍ ଜୀବ୍କା...