ନିର୍ଯାତିତ ଶୈଶବ ଓ ସାର୍ବଜନୀନ ଶିକ୍ଷା

ସବ୍ୟସାଚୀ ଅମିତାଭ
ଆମ ସମାଜରେ ଶିଶୁର ବିକାଶରେ ଶିଶୁଶ୍ରମିକ ପ୍ରଥା ଏକ ବଡ଼ ବାଧକ। ଶିଶୁ ଶ୍ରମିକ ନିଷେଧ ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍‌ ସମସ୍ତ ପିଲା ଶିଶୁ ଭାବେ ପରିଗଣିତ। ଯଦି ଏହି ବୟସର କୌଣସି ପିଲା ନିଜର ଶିକ୍ଷା ଓ ଶୈଶବକୁ ଜଳାଞ୍ଜଳି ଦେଇ ଶ୍ରମଯୁକ୍ତ କାର୍ଯ୍ୟରେ ନିଯୁକ୍ତ ହୁଏ, ତେବେ ତାକୁ ଶିଶୁ ଶ୍ରମିକ ଆଖ୍ୟା ଦିଆଯାଇଥାଏ। ଶିଶୁଟିଏ ଜନ୍ମ ନେବା ପରେ ତା’ର ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶର ପରିପୁଷ୍ଟି ପାଇଁ ତା’ର ସବୁ ପ୍ରକାର ଅଧିକାର ରହିଛି। ମାତ୍ର ଉପଯୁକ୍ତ ପରିବେଶ ଓ ସମାଜ ବିନା ଏ ସମସ୍ତର ବିକାଶ ସମ୍ଭବପର ହୁଏନି। ମାନବ ସମ୍ବଳର ବିକାଶ ଶିଶୁମାନଙ୍କ ଶାରୀରିକ, ମାନସିକ, ସାମାଜିକ, ଅର୍ଥନୈତିକ ଉନ୍ନତି ଉପରେ ନିର୍ଭର କରିଥାଏ। ଯଦି ଶିଶୁ ଶିକ୍ଷାଲାଭ ସହ କୌଣସି କାର୍ଯ୍ୟରେ ସାମୟିକ ନିଯୁକ୍ତ ହୁଏ, ତେବେ ସେ ଶିଶୁ ଶ୍ରମିକ ନୁହେଁ, କାରଣ ଏହାଦ୍ୱାରା ଶିଶୁର ଅଧିକାର କ୍ଷୁଣ୍ଣ ହୋଇ ନ ଥାଏ। ଦେଶରେ ଏବେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୫ କୋଟିରୁ ଅଧିକ ବୋଲି ଏକ ତଥ୍ୟରୁ ଜଣାଯାଇଛି। ଯଦି ଆମ ରାଜ୍ୟ ଓଡ଼ିଶା କଥା ବିଚାର କରିବା ତେବେ ଏହି ସଂଖ୍ୟା ୮ ଲକ୍ଷ ଟପିବ।
ଶିଶୁ ଶ୍ରମିକ ସମସ୍ୟାର ଅନେକ କାରଣ ରହିଛି। ପାରମ୍ପରିକ କୌଳିକ ବ୍ୟବସାୟ ବା ବୃତ୍ତିରେ ଶିଶୁମାନଙ୍କ ନିଯୁକ୍ତି, ଆର୍ଥିକ ଦୁରବସ୍ଥା, ୧୪ ବର୍ଷ ପର୍ଯ୍ୟନ୍ତ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାର ଅଭାବ, ବିଦ୍ୟାଳୟରେ ଅନାକର୍ଷଣୀୟ ଶିକ୍ଷା ପରିବେଶ, ମାଆବାପାଙ୍କ ନିରକ୍ଷରତା ଓ ଅବହେଳା, ଉପଯୁକ୍ତ ଖାଦ୍ୟର ଅଭାବ, ଶିଶୁ ଶ୍ରମିକ ଆଇନରେ ସ୍ଥାଣୁତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଆଦି କାରଣ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧିରେ ବେଶ୍‌ ସହାୟକ ହୋଇଥାଏ।
ତେବେ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ସମ୍ଭବପର କି? ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଯଦିଓ ଏକ ଜଟିଳ ସମସ୍ୟା ତଥାପି ଏହି ସମସ୍ୟା ବିରୋଧରେ ଏକ ବିଧିବଦ୍ଧ ସାମୂହିକ ସଂଗ୍ରାମର ଆବଶ୍ୟକତା ରହିଛି। ଉକ୍ତ କୁପ୍ରଥା ବିରୋଧରେ ଜନମତ ସଂଗ୍ରହ କରିବା ଏହି ସଂଗ୍ରାମର ଲକ୍ଷ୍ୟ। ଏହାସହ ଅନ୍ୟ କିଛି ଦିଗକୁ ମଧ୍ୟ ଅଣଦେଖା କରିବା ଅନୁଚିତ। ତାହା ହେଲା- ବାଧ୍ୟତାମୂଳକ ଶିକ୍ଷାର ଠିକ୍‌ ପ୍ରଚଳନ, ଶିଶୁ ଶ୍ରମିକ ଆଇନର ଉପଯୁକ୍ତ ପ୍ରବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଶିଶୁ ଶ୍ରମିକ ପରିବାରଗୁଡ଼ିକୁ ସାମିଲ କରିବା ତଥା ଗ୍ରାମ୍ୟ ଉନ୍ନୟନ ଯୋଜନାରେ ଶିଶୁ ଶ୍ରମିକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା।
ଶିଶୁ ଶ୍ରମିକ ନିରାକରଣ ପ୍ରକ୍ରିୟାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଗତ ଦଶକରେ ଶିକ୍ଷା ତଥା ବିକାଶର କଚ୍ଛପ ଗତିକୁ ଲକ୍ଷ୍ୟକରି ଭାରତ ସରକାର ସାମାଜିକ ଓ ଆର୍ଥିକ ଉନ୍ନତିରେ ପଞ୍ଚାୟତକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଲେ, ଯାହା ସମ୍ବିଧାନର ୭୩ତମ ସଂଶୋଧନ ଅଧିନିୟମ ଭାବେ ପରିଚିତ। ଏହି ସଂଶୋଧିତ ଅଧିନିୟମର ଧାରା ୨୪୩ ଅନୁଯାୟୀ ଗୋଷ୍ଠୀକୁ ଶିକ୍ଷା ପରିଚାଳନା ଭାର ଦିଆଯାଇଛି। ୨୦୦୧ ମସିହା ପରଠାରୁ ରାଜ୍ୟସ୍ତରରେ ଶିକ୍ଷାର ହାର କ୍ରମାଗତ ବଢୁଛି। ତେବେ ବହୁ ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେ ମଧ୍ୟ ଅଗମ୍ୟ ଗ୍ରାମାଞ୍ଚଳ ଓ କିଛି ସହରାଞ୍ଚଳରେ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଶିକ୍ଷାଠାରୁ ବେଶ୍‌ ଦୂରରେ ରହିଛନ୍ତି। ପ୍ରାଥମିକସ୍ତରରେ ଅଧାରୁ ପାଠ ଛାଡୁଥିବା ସାଧାରଣ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଥିବାବେଳେ ଆଦିବାସୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ। ସେହିପରି ଉଚ୍ଚ ପ୍ରାଥମିକ (୩ୟରୁ ୭ମ)ସ୍ତରରେ ସାଧାରଣ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୯ ପ୍ରତିଶତ ଥିବାବେଳେ ଆଦିବାସୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮୦ ପ୍ରତିଶତ ଟପିଛି। ସରକାରୀ ପରିସଂଖ୍ୟାନରୁ ଜଣାଯାଇଛି, ଓଡ଼ିଶାରେ ୭୦୦ରୁ ଅଧିକ ପ୍ରାଥମିକ ସ୍କୁଲରେ କୌଣସି ଘର ନାହିଁ, ପାଖାପାଖି ୧୦୦୦ ସ୍କୁଲର ପିଲା ମୁକ୍ତାକାଶ ତଳେ ପାଠ ପଢ଼ନ୍ତି। ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲାଙ୍କ ମଧ୍ୟରୁ ୩୮ ଜଣ ଓ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ମାତ୍ର ୧୮ ଜଣ ସ୍କୁଲ ଆସିବାର ସୁଯୋଗ ପାଆନ୍ତି। ଜାତି, ଲିଙ୍ଗଗତ ବୈଷମ୍ୟ ଓ ସାର୍ବଜନୀନ ଶିକ୍ଷାର ଅଭାବ ବିଶେଷକରି ମହିଳା ଓ ପଛୁଆବର୍ଗର ଶିଶୁଙ୍କ ଶିକ୍ଷାରେ ଅନ୍ତରାୟ ସୃଷ୍ଟି କରୁଛି।
୯୦ ପ୍ରତିଶତରୁ ଅଧିକ ଶିଶୁ ଶ୍ରମିକ ଗ୍ରାମାଞ୍ଚଳର ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଅଛନ୍ତି। ପଞ୍ଚାୟତସ୍ତରରେ ଉଦ୍ୟମ ହେଲେ ହିଁ ଶିଶୁ ଶ୍ରମିକ ସମସ୍ୟା ଦୂର ହୋଇପାରିବ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଶିଶୁମାନଙ୍କ ଉନ୍ନତି ପାଇଁ ବ୍ୟବସ୍ଥା ଥିବାବେଳେ ଏହି ବିଷୟକୁ ପ୍ରାୟତଃ ଅଣଦେଖା କରାଯାଏ। ଗ୍ରାମସଭା ଓ ପଲ୍ଲିସଭା ଜରିଆରେ ଶିଶୁ ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଯୋଜନା ପ୍ରସ୍ତୁତ କରାଯିବା ଦରକାର। ପ୍ରାଥମିକ ଶିକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଅଧିକ ବ୍ୟୟବରାଦ ହେବା ଆବଶ୍ୟକ।
ଶିଶୁ ଶ୍ରମିକ ପ୍ରଥାର ନିରାକରଣ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାର ବିଶେଷ ଭୂମିକା ରହିଛି। ସେଗୁଡିକ ହେଲା- ପଞ୍ଚାୟତ ରାଜସ୍ବରୁ ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ସମ୍ବଳ ସଂଗ୍ରହ, ସ୍କୁଲ ଯାଉ ନ ଥିବା ପିଲାଙ୍କୁ ଚିହ୍ନଟ କରିବା, ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା, ପିଲାମାନଙ୍କୁ ସ୍କୁଲରେ ନାଁ ଲେଖାଇବା ପାଇଁ ପ୍ରବର୍ତ୍ତାଇବା ଓ ସ୍କୁଲ ପରିଚାଳନାକୁ ତଦାରଖ କରିବା। ଏହାସହ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧିମାନେ ଏନ୍‌ଜିଓଙ୍କ ସହାୟତାରେ ଲୋକଙ୍କୁ ଶିଶୁ ଶ୍ରମିକଙ୍କ ଅବସ୍ଥା ବାବଦରେ ସଚେତନ କରାଇବା ସହିତ ଏହାର ସମାଧାନ ପାଇଁ ବାଟ ବାହାର କରିବା ଆବଶ୍ୟକ। ଏପରି କରାଗଲେ ଶିଶୁ ଶ୍ରମିକ ପ୍ରଥାର ବିଲୋପ ସହଜରେ ହୋଇପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri