ନିର୍ଯାତିତ ଶୈଶବ ଓ ସାର୍ବଜନୀନ ଶିକ୍ଷା

ସବ୍ୟସାଚୀ ଅମିତାଭ
ଆମ ସମାଜରେ ଶିଶୁର ବିକାଶରେ ଶିଶୁଶ୍ରମିକ ପ୍ରଥା ଏକ ବଡ଼ ବାଧକ। ଶିଶୁ ଶ୍ରମିକ ନିଷେଧ ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍‌ ସମସ୍ତ ପିଲା ଶିଶୁ ଭାବେ ପରିଗଣିତ। ଯଦି ଏହି ବୟସର କୌଣସି ପିଲା ନିଜର ଶିକ୍ଷା ଓ ଶୈଶବକୁ ଜଳାଞ୍ଜଳି ଦେଇ ଶ୍ରମଯୁକ୍ତ କାର୍ଯ୍ୟରେ ନିଯୁକ୍ତ ହୁଏ, ତେବେ ତାକୁ ଶିଶୁ ଶ୍ରମିକ ଆଖ୍ୟା ଦିଆଯାଇଥାଏ। ଶିଶୁଟିଏ ଜନ୍ମ ନେବା ପରେ ତା’ର ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ବିକାଶର ପରିପୁଷ୍ଟି ପାଇଁ ତା’ର ସବୁ ପ୍ରକାର ଅଧିକାର ରହିଛି। ମାତ୍ର ଉପଯୁକ୍ତ ପରିବେଶ ଓ ସମାଜ ବିନା ଏ ସମସ୍ତର ବିକାଶ ସମ୍ଭବପର ହୁଏନି। ମାନବ ସମ୍ବଳର ବିକାଶ ଶିଶୁମାନଙ୍କ ଶାରୀରିକ, ମାନସିକ, ସାମାଜିକ, ଅର୍ଥନୈତିକ ଉନ୍ନତି ଉପରେ ନିର୍ଭର କରିଥାଏ। ଯଦି ଶିଶୁ ଶିକ୍ଷାଲାଭ ସହ କୌଣସି କାର୍ଯ୍ୟରେ ସାମୟିକ ନିଯୁକ୍ତ ହୁଏ, ତେବେ ସେ ଶିଶୁ ଶ୍ରମିକ ନୁହେଁ, କାରଣ ଏହାଦ୍ୱାରା ଶିଶୁର ଅଧିକାର କ୍ଷୁଣ୍ଣ ହୋଇ ନ ଥାଏ। ଦେଶରେ ଏବେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୫ କୋଟିରୁ ଅଧିକ ବୋଲି ଏକ ତଥ୍ୟରୁ ଜଣାଯାଇଛି। ଯଦି ଆମ ରାଜ୍ୟ ଓଡ଼ିଶା କଥା ବିଚାର କରିବା ତେବେ ଏହି ସଂଖ୍ୟା ୮ ଲକ୍ଷ ଟପିବ।
ଶିଶୁ ଶ୍ରମିକ ସମସ୍ୟାର ଅନେକ କାରଣ ରହିଛି। ପାରମ୍ପରିକ କୌଳିକ ବ୍ୟବସାୟ ବା ବୃତ୍ତିରେ ଶିଶୁମାନଙ୍କ ନିଯୁକ୍ତି, ଆର୍ଥିକ ଦୁରବସ୍ଥା, ୧୪ ବର୍ଷ ପର୍ଯ୍ୟନ୍ତ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାର ଅଭାବ, ବିଦ୍ୟାଳୟରେ ଅନାକର୍ଷଣୀୟ ଶିକ୍ଷା ପରିବେଶ, ମାଆବାପାଙ୍କ ନିରକ୍ଷରତା ଓ ଅବହେଳା, ଉପଯୁକ୍ତ ଖାଦ୍ୟର ଅଭାବ, ଶିଶୁ ଶ୍ରମିକ ଆଇନରେ ସ୍ଥାଣୁତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ପ୍ରଶାସନିକ ଦୂରଦୃଷ୍ଟିର ଅଭାବ ଆଦି କାରଣ ଶିଶୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧିରେ ବେଶ୍‌ ସହାୟକ ହୋଇଥାଏ।
ତେବେ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ସମ୍ଭବପର କି? ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଯଦିଓ ଏକ ଜଟିଳ ସମସ୍ୟା ତଥାପି ଏହି ସମସ୍ୟା ବିରୋଧରେ ଏକ ବିଧିବଦ୍ଧ ସାମୂହିକ ସଂଗ୍ରାମର ଆବଶ୍ୟକତା ରହିଛି। ଉକ୍ତ କୁପ୍ରଥା ବିରୋଧରେ ଜନମତ ସଂଗ୍ରହ କରିବା ଏହି ସଂଗ୍ରାମର ଲକ୍ଷ୍ୟ। ଏହାସହ ଅନ୍ୟ କିଛି ଦିଗକୁ ମଧ୍ୟ ଅଣଦେଖା କରିବା ଅନୁଚିତ। ତାହା ହେଲା- ବାଧ୍ୟତାମୂଳକ ଶିକ୍ଷାର ଠିକ୍‌ ପ୍ରଚଳନ, ଶିଶୁ ଶ୍ରମିକ ଆଇନର ଉପଯୁକ୍ତ ପ୍ରବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଶିଶୁ ଶ୍ରମିକ ପରିବାରଗୁଡ଼ିକୁ ସାମିଲ କରିବା ତଥା ଗ୍ରାମ୍ୟ ଉନ୍ନୟନ ଯୋଜନାରେ ଶିଶୁ ଶ୍ରମିକମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା।
ଶିଶୁ ଶ୍ରମିକ ନିରାକରଣ ପ୍ରକ୍ରିୟାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ବିଗତ ଦଶକରେ ଶିକ୍ଷା ତଥା ବିକାଶର କଚ୍ଛପ ଗତିକୁ ଲକ୍ଷ୍ୟକରି ଭାରତ ସରକାର ସାମାଜିକ ଓ ଆର୍ଥିକ ଉନ୍ନତିରେ ପଞ୍ଚାୟତକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଲେ, ଯାହା ସମ୍ବିଧାନର ୭୩ତମ ସଂଶୋଧନ ଅଧିନିୟମ ଭାବେ ପରିଚିତ। ଏହି ସଂଶୋଧିତ ଅଧିନିୟମର ଧାରା ୨୪୩ ଅନୁଯାୟୀ ଗୋଷ୍ଠୀକୁ ଶିକ୍ଷା ପରିଚାଳନା ଭାର ଦିଆଯାଇଛି। ୨୦୦୧ ମସିହା ପରଠାରୁ ରାଜ୍ୟସ୍ତରରେ ଶିକ୍ଷାର ହାର କ୍ରମାଗତ ବଢୁଛି। ତେବେ ବହୁ ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ସତ୍ତ୍ୱେ ଏବେ ମଧ୍ୟ ଅଗମ୍ୟ ଗ୍ରାମାଞ୍ଚଳ ଓ କିଛି ସହରାଞ୍ଚଳରେ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଶିକ୍ଷାଠାରୁ ବେଶ୍‌ ଦୂରରେ ରହିଛନ୍ତି। ପ୍ରାଥମିକସ୍ତରରେ ଅଧାରୁ ପାଠ ଛାଡୁଥିବା ସାଧାରଣ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ଥିବାବେଳେ ଆଦିବାସୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ। ସେହିପରି ଉଚ୍ଚ ପ୍ରାଥମିକ (୩ୟରୁ ୭ମ)ସ୍ତରରେ ସାଧାରଣ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୯ ପ୍ରତିଶତ ଥିବାବେଳେ ଆଦିବାସୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮୦ ପ୍ରତିଶତ ଟପିଛି। ସରକାରୀ ପରିସଂଖ୍ୟାନରୁ ଜଣାଯାଇଛି, ଓଡ଼ିଶାରେ ୭୦୦ରୁ ଅଧିକ ପ୍ରାଥମିକ ସ୍କୁଲରେ କୌଣସି ଘର ନାହିଁ, ପାଖାପାଖି ୧୦୦୦ ସ୍କୁଲର ପିଲା ମୁକ୍ତାକାଶ ତଳେ ପାଠ ପଢ଼ନ୍ତି। ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲାଙ୍କ ମଧ୍ୟରୁ ୩୮ ଜଣ ଓ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ମାତ୍ର ୧୮ ଜଣ ସ୍କୁଲ ଆସିବାର ସୁଯୋଗ ପାଆନ୍ତି। ଜାତି, ଲିଙ୍ଗଗତ ବୈଷମ୍ୟ ଓ ସାର୍ବଜନୀନ ଶିକ୍ଷାର ଅଭାବ ବିଶେଷକରି ମହିଳା ଓ ପଛୁଆବର୍ଗର ଶିଶୁଙ୍କ ଶିକ୍ଷାରେ ଅନ୍ତରାୟ ସୃଷ୍ଟି କରୁଛି।
୯୦ ପ୍ରତିଶତରୁ ଅଧିକ ଶିଶୁ ଶ୍ରମିକ ଗ୍ରାମାଞ୍ଚଳର ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଅଛନ୍ତି। ପଞ୍ଚାୟତସ୍ତରରେ ଉଦ୍ୟମ ହେଲେ ହିଁ ଶିଶୁ ଶ୍ରମିକ ସମସ୍ୟା ଦୂର ହୋଇପାରିବ। ପଞ୍ଚାୟତିରାଜ ବ୍ୟବସ୍ଥାରେ ଶିଶୁମାନଙ୍କ ଉନ୍ନତି ପାଇଁ ବ୍ୟବସ୍ଥା ଥିବାବେଳେ ଏହି ବିଷୟକୁ ପ୍ରାୟତଃ ଅଣଦେଖା କରାଯାଏ। ଗ୍ରାମସଭା ଓ ପଲ୍ଲିସଭା ଜରିଆରେ ଶିଶୁ ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଯୋଜନା ପ୍ରସ୍ତୁତ କରାଯିବା ଦରକାର। ପ୍ରାଥମିକ ଶିକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଅଧିକ ବ୍ୟୟବରାଦ ହେବା ଆବଶ୍ୟକ।
ଶିଶୁ ଶ୍ରମିକ ପ୍ରଥାର ନିରାକରଣ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାର ବିଶେଷ ଭୂମିକା ରହିଛି। ସେଗୁଡିକ ହେଲା- ପଞ୍ଚାୟତ ରାଜସ୍ବରୁ ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ସମ୍ବଳ ସଂଗ୍ରହ, ସ୍କୁଲ ଯାଉ ନ ଥିବା ପିଲାଙ୍କୁ ଚିହ୍ନଟ କରିବା, ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା, ପିଲାମାନଙ୍କୁ ସ୍କୁଲରେ ନାଁ ଲେଖାଇବା ପାଇଁ ପ୍ରବର୍ତ୍ତାଇବା ଓ ସ୍କୁଲ ପରିଚାଳନାକୁ ତଦାରଖ କରିବା। ଏହାସହ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧିମାନେ ଏନ୍‌ଜିଓଙ୍କ ସହାୟତାରେ ଲୋକଙ୍କୁ ଶିଶୁ ଶ୍ରମିକଙ୍କ ଅବସ୍ଥା ବାବଦରେ ସଚେତନ କରାଇବା ସହିତ ଏହାର ସମାଧାନ ପାଇଁ ବାଟ ବାହାର କରିବା ଆବଶ୍ୟକ। ଏପରି କରାଗଲେ ଶିଶୁ ଶ୍ରମିକ ପ୍ରଥାର ବିଲୋପ ସହଜରେ ହୋଇପାରିବ।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri