Posted inବରଗଡ଼

ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା, ଶ୍ରମ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୮।୫-କରୋନା(କୋଭିଡ୍‌-୧୯) ଭୂତାଣୁ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପରିସ୍ଥିତିରେ କାମଧନ୍ଦା ବନ୍ଦ ହୋଇଯାଇ ଥିବା ଯୋଗୁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ମାତ୍ର କେତେକ ନିର୍ମାଣ ଶ୍ରମିକ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରିପାରି ନ ଥିବା ଯୋଗୁ ସେମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘଦିନରୁ ଆବେଦନ କରିଥିଲେ ସୁଦ୍ଧା ବିଭାଗୀୟ ଅବହେଳା ଯୋଗୁ ସେମାନଙ୍କ ପଞ୍ଜିକରଣକୁ ନବୀକରଣ କରାଯାଉ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଶୁକ୍ରବାର ବରଗଡ଼ ବ୍ଲକ ବରଡ଼ୋଲ ପଞ୍ଚାୟତ ନଦୀପଡ଼ାର ନିର୍ମାଣ ଶ୍ରମିକମାନେ ବରଗଡ଼ ଜିଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଜିଲା ସଂଯୋଜକ ଭବାନୀ ପ୍ରସାଦ ସାହୁ,  ଯମୁନା ଗହୀର, ରୋହିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କୁ ଟାର୍ଗେଟ୍‌ କରି ପ୍ରଦୀପଙ୍କ ବିସ୍ଫୋରକ ବୟାନ: ସନ୍ନ୍ୟାସ ନୁହେଁ, ଗୋଟିଗୋଟି କରି ହିସାବ ଦେବ, ନଚେତ୍‌…

ବରଗଡ଼,୧୫ା୬(ପ୍ରେମାନନ୍ଦ ଖମାରୀ): ସନ୍ନ୍ୟାସ ନୁହେଁ, ଯେଉଁମାନେ ବିଜେଡି ସରକାରଙ୍କ ୫-ଟି ଯୋଜନା ଜରିଆରେ ରାଜ୍ୟର ଖଣି, ଖାଦାନର ଶହଶହ କୋଟି ସମ୍ପତ୍ତି ହରିଲୁଟ୍‌ କରିଛନ୍ତି, ରାଜକୋଷରେ...

ଆନ୍ତଃଜିଲା ଚୋର ଗ୍ୟାଙ୍ଗ ଠାବ, ୮ଗିରଫ

ବରଗଡ଼,୧୫।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଏକ ଆନ୍ତଃରାଜ୍ୟ ଚୋରିଗ୍ୟାଙ୍ଗଙ୍କୁ ଗିରଫ କରିଛି। ପୋଲିସ ସମୂଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୬ ଅଭିଯୁକ୍ତ...

ମନ୍ତ୍ରୀଶୂନ୍ୟ ବରଗଡ଼, ଜିଲାବାସୀ ନିରାଶ

ବରଗଡ଼,୧୨ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ପ୍ରଥମଥର ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ଭାଜପା ସରକାର ଗଠନ କରିଛି। ଏହିକ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,...

ଅତାବିରା ବିଧାନସଭା: ଭାଜପା ୭୯୦୦ ଭୋଟରେ ଆଗୁଆ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଭାଜପା ୭୯୦୦ ଭୋଟରେ ଆଗୁଆ ରହିଛି।...

ଅତାବିରାରେ ଭାଜପା ଆଗୁଆ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍‌ ଗଣତି ଚାଲିଛି। ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ଭାଜପା ୭୯୦୦ ଖଣ୍ଡ ଭୋଟ୍‌ରେ...

ବରଗଡ଼ ବିଧାନସଭା: ୪ର୍ଥ ରାଉଣ୍ଡରେ ଭାଜପାକୁ ପଛରେ ପକାଇଲା ବିଜେଡି

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍‌ ଗଣତି ଜାରି ରହିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡରେ ବିଜେଡି ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାକୁ...

କେନ୍ଦ୍ରାପଡ଼ାରେ ଏମ୍‌ପିରେ ଭାଜପା, ବିଧାନସଭାରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି...

ବରଗଡ଼ ବିଧାନସଭା: ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଚାଲିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ ରହିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri