ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ : ସାମାଜିକ ଦୂରତା ଉପରେ ଦିଆଯାଉଛି ଗୁରୁତ୍ୱ

ବନ୍ତ,୧୨ା୪(ଡି.ଏନ୍‌.ଏ.): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟ ସରକାର ବେରୋଜଗାରୀ ନିର୍ମାଣ ଶ୍ରମିକମାନଙ୍କୁ ୧୫ ଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ଏହାକୁ ଘର ଦୁଆରମୁହଁରେ ପ୍ରଦାନ କରାଯିବାର ବ୍ୟବସ୍ଥା କରିଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଟି ପଞ୍ଚାୟତରେ ୬୩୫୪ ଜଣ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ମିଳିବ ବୋଲି ଜଣାଯାଇଛି। ଏହିକ୍ରମରେ ନିଳୋକ ପଞ୍ଚାୟତରେ ୨୧୭ଜଣ ନିର୍ମାଣ ଶ୍ରମିକ ଥିବା ବେଳେ ରବିବାରଠାରୁ ଆର୍ଥିକ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି। ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ଗ୍ରାମ ରୋଜଗାର ସେବକ ପ୍ରଦୀପ କୁମାର ବିଶ୍ୱାଳ ଘର ଘର ବୁଲି ଅର୍ଥ ରାଶି ପ୍ରଦାନ କରୁଛନ୍ତି। ଦୁଇଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ମିଳିଯିବ ବୋଲି ସରପଞ୍ଚ କହିଛନ୍ତି। ବଡବର୍ଚ୍ଚିକୟାଁ ପଞ୍ଚାୟତରେ ସରପଞ୍ଚ ବିଷ୍ଣୁମୋହନ ଯେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ, ପିଏଜି ଅକ୍ଷୟ ପଣ୍ଡା ଘର ଘର ବୁଲି ନିର୍ମାଣ ଶ୍ରମିକମାନଙ୍କୁ ଏହି ଅର୍ଥରାଶି ବଣ୍ଟନ କରିଥିଲେ। ଏଥିରେ ସି.ଏଫ୍‌.ଡବ୍ଲ୍ୟୁ.ଏସ୍‌.ଡିର କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି, ଆଇନଜୀବୀ ବସନ୍ତ ଖିଲାର ସହଯୋଗ କରିଥିଲେ। ସେହିଭଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଉଥିବା ଜଣାଯାଇଛି। ଏହି ସହାୟତା ରାଶି ପ୍ରଦାନ ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲକୋରେ ଭାଙ୍ଗିଲା ପାଚେରୀ: ୪ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି, ଗୋଟିଏ ଗାଁ ଅନ୍ଧାରରେ

ବଅଁରପାଳ,୨୭।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଲକ୍ଷ୍ମଣପୁର ଗଁ। ନିକଟରେ ତିଆରି ହୋଇଥିବା ନାଲକୋ ପାଚେରୀ ଶନିବାର ସକାଳୁ ଭାଙ୍ଗିଯାଇଛି। ଲଗାତାର ବର୍ଷା ହେବା ଯୋଗୁ...

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

କୁଳିଅଣା,୨୫ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଡୁମୁରିଡିହା ପଞ୍ଚାୟତର ଚାଷୀମାନେ ଚାଷ ଜମିକୁ ଜଳ ଯୋଗାଣ ଦାବିରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଗୁରୁବାର ତାଲା ପକାଇ...

ରଙ୍ଗ ଖେଳି ବୁଗାଳି ଡ୍ୟାମରେ ଗାଧୋଉଥିବା ବେଳେ ଯୁବକ ମୃତ

ସଜନାଗଡ, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ ଶିଆଡିମାଳ ପଞ୍ଚାୟତ ସୀତାପତିପୁର ଗ୍ରାମର ବୁଗାଳି ଡ୍ୟାମରେ ମଙ୍ଗଳବାର ମଧ୍ୟାହ୍ନରେ ନିଶିକାନ୍ତ ସାଏବାବୁ ଗାଧୋଉଥିବା ବେଳେ ନିଖୋଜ...

୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ...

ଲକ୍‌ଡାଉନ୍‌: ଛତିଶଗଡ଼ରୁ ଚାଲିଚାଲି ପଶ୍ଚିମବଙ୍ଗ ଅଭିମୁଖେ ଶ୍ରମିକ

କେନ୍ଦୁଝର,୬ା୫(ସ୍ବ.ପ୍ର.) : କରୋନା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲେ ହେଁ ଶହ ଶହ ଲୋକ କେନ୍ଦୁଝର ଜିଲା ଦେଇ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼...

ମାଓବାଦୀ ତାଣ୍ଡବ: ଘରୁ ଡାକି ନେଇ ହତ୍ୟା

ବାଲିଗୁଡା,୨୪।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ମଲିକକୁ ପୋଲିସ ଇନଫର୍ମର ଅଭିଯୋଗରେ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର

ସାରସକଣା,୨୭।୨: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପାଙ୍କ ଏତଲାକୁ...

ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା...

Advertisement
Archives

Model This Week