ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ ଆସିବା ପରେ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଠିକାଦାର ଓ କର୍ମଚାରୀଙ୍କ ସମ୍ପର୍କୀୟକୁ ଦୋକାନ ଦିଆଯିବା ଅଭିଯୋଗ ହେବା ପରେ ଗତ ୧ ତାରିଖ ଏ ନେଇ ଏକ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ବିଭିନ୍ନ ମହଲରୁ ପୌର ପରିଷଦ କର୍ତ୍ତୃୃପକ୍ଷଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ପୌର ପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ସୂଚନା ଦେଇଛନ୍ତି। ତଦନ୍ତ ପରେ ଅନିୟମିତତା ଜଣାପଡିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖନୀୟ ଯେ, ପୌର ପରିଷଦରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ ଓ ପୌର ପରିଷଦର ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କର ୫ ଜଣ ସମ୍ପର୍କୀୟଙ୍କୁ ସହରର କଚେରି ବଜାର ପରିସରରେ ଦୋକାନ ଘର ନିର୍ମାଣ ଲାଗି ୨୦୧୨ ଓ ୨୦୧୩ରେ ମ୍ୟୁନିସିପାଲ ଆକ୍ଟର ୨୫୫ ଧାରା ଅନୁସାରେ ଜାଗା ପ୍ରଦାନ କରାଯାଇଥିଲା। ପରେ ୨୦୧୫ରେ ସେମାନଙ୍କୁ ଦୋକାନଘର ନିର୍ମାଣ କରିବା ପାଇଁ ଅନୁମତି ଦିଆଯାଇଥିଲା। ପୌର ପରିଷଦର ଜଣେ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ସେମାନେ ଦୋକାନ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ଏବଂ ଅନୁମତି ପତ୍ର ପାଇବାର ୬ ମାସ ମଧ୍ୟରେ ନିର୍ମାଣ ଶେଷ କରିବା ଲାଗି କୁହାଯାଇଥିଲା। କିନ୍ତୁ ଅନୁମତି ପତ୍ର ପାଇବାର ପ୍ରାୟ ୪ ବର୍ଷ ପରେ ଏବେ ନିର୍ମାଣ କାର୍ଯ୍ୟ କରାଯାଉଛି। ପୌର କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହେବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ପ୍ରତିଯୋଗିତା: ଭାଗନେଲେ ୨୧ ସ୍କୁଲର ଛାତ୍ରୀଛାତ୍ର

ଗଞ୍ଜାମ,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଇଓ...

 ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି।...

ତାଲାବନ୍ଦ ଘରେ ନିଆଁ ଲାଗି ଜଳିଗଲା କାଠ ସାମଗ୍ରୀ

ବ୍ରହ୍ମପୁର ଅଫିସ,୨୭ା୩: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଟାଟାବେଞ୍ଜ୍‌ ଛକରେ ଥିବା ଏକ ତାଲାବନ୍ଦ ଘରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ଭିତରେ...

ଖବରଦାତାଙ୍କୁ ଲାଞ୍ଚୁଆ କହିଲେ ଭାଜପା ନେତା

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇଛନ୍ତି। ସେଥିଲାଗି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ...

ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପରିଚାଳନାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଘରୋଇ ସ୍କୁଲ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ହେଲେ...

ସିଙ୍କି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ପାରଳାଖେମୁଣ୍ଡି,୨୮।୪(ଡି.ଏନ୍‌.ଏ.): ଭୟଙ୍କର ରୂପ ନେଇ ପୁଣି ଥରେ ଫେରିଛି କରୋନା। ଦେଶ ତଥା ରାଜ୍ୟରେ ପ୍ରତିଦିନ ସଂକ୍ରମଣ ମାମଲା ରେକର୍ଡ ଭାଙ୍ଗୁଛି। ଆଜି ପୁଣି ଗଜପତିରେ...

ଖଇରନାଳୀ ବନ ସଂରକ୍ଷଣ ସମିତି ପୁରସ୍କୃତ

କଣିହାଁ, ୭ା୭ (ଡି.ଏନ.ଏ.)- ଅନୁଗୋଳ ଜିଲା ଡେରଜାଙ୍ଗ ଡ୍ୟାମ ସାଇଟରେ ରବିବାର ଉପଖଣ୍ଡସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ତାଳଚେର ଉପଖଣ୍ଡରେ କଣିହାଁ...

ରେଳଧାରଣାରୁ ଫୁଟବଲ୍‌ ଖେଳାଳିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନାର ଧାତିକା ଗାଁ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଧାତିକା ଗାଁର ତୁଳସୀ...

Advertisement
Archives

Model This Week