Advertisement
Posted inଜାତୀୟ

ନିର୍ଭୟା ମାମଲା: ବିନୟଙ୍କୁ ଝଟ୍‌କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଖାରଜ ହୋଇଯାଇଛି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ବିନୟଙ୍କ ମେଡିକାଲ ରିପୋର୍ଟ ଅନୁଯାୟୀ, ସେ ଏବେ ସୁସ୍ଥ ଅଛନ୍ତି ଓ ପୂର୍ବପରି ସମାନ୍ୟ ଅଛନ୍ତି। ଏହାକୁ ନେଇ ନିର୍ଭୟା ମାମଲାର ୩ ଦୋଷୀଙ୍କ ସମସ୍ତ ଆଇନ ବିକଳ୍ପ ଶେଷ ହୋଇଯାଇଥିବା ଜଣାପଡିଛି। ଏହାପରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ କହିଛନ୍ତି, ବିନୟଙ୍କୁ ଜେଲରେ ଲଗାତାର ଭାବେ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ଆଉ ଭାରତରେ ପ୍ରଥମ ଥର ଲାଗି ୪ ଯୁବକଙ୍କୁ ଫାଶୀ ଦିଆଯାଉଛି ଯେଉଁମାନଙ୍କ ନାଁରେ କୌଣସି ଆପରାଧିକ ରେକର୍ଡ ନାହିଁ। ହେଲେ ଏହାକୁ ନେଇ ବିଚରପତି କହିଥିଲେ କେବଳ ଆଇନ ଦୃଷ୍ଟିରୁ କଥାକୁ ବଢାଯାଉ। ସୂଚନାଯୋଗ୍ୟ, ୨୦୧୨ରେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ବିନୟଙ୍କ ସମେତ ୪ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ୬୨ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୦।୫: ଦେଶରେ ରବିବାର ସକାଳ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ଅତିକ୍ରମ କରିଛି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା କହିଛି କେନ୍ଦ୍ର...

ମୋଦିଙ୍କ ବୟାନକୁ ନେଇ କ’ଣ କହିଲା ଚାଇନା

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହକୁ ଗସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେଠାରେ ସେନାଙ୍କୁ ମୋଦି ସମ୍ବୋଧିତ କରି ଚାଇନା ଉପରେ ବର୍ଷିଛନ୍ତି।...

ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍‌ …

ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା...

ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ ବାଣ୍ଟି ଦେବାର ଯୋଜନା କରୁଛନ୍ତି ଶିବରାଜ ସରକାର

ଭୋପାଳ,୧୧ ।୯: ମଧ୍ୟପ୍ରଦେଶ ସରକାର ଅପରାଧକୁ ରୋକିବାକୁ ଏକ ନୂଆ ଆଇନ ଆଣି ପାରନ୍ତି । ଏହି ଆଇନ ମାଧ୍ୟମରେ ଅପରାଧିଙ୍କ ଅର୍ଥ ଗରିବଙ୍କ ମଧ୍ୟରେ...

ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର, ୨୬।୧: ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ପରେ...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏଥର ବି ପ୍ରସ୍ତୁତ ୧୦୬ ବର୍ଷିୟ କହ୍ନେୟା ଲାଲ

ଲକ୍ଷ୍ନୌ,୨୪ ।୧: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ୨୦୨୨ ବିଧାନସଭା ନିର୍ବାଚନ ଲାଗି ୧୦୬ ବର୍ଷିୟ ମତଦାତା ୩୬ଥର ଲାଗି ନିଜର ମତଦାନ ସାବ୍ୟସ୍ତ କରିବାକୁ...

୫ ଶହ କିଲୋଗ୍ରାମ୍‌ ଆମ୍ବରେ ହେଲା ବାଲାଜୀଙ୍କ ଆମ୍ରାଭିଷେକ

ଇନ୍ଦୋର,୮।୬: ମଧ୍ୟପ୍ରଦେଶ ଇନ୍ଦାରଠାରେ ଥିବା ତିରୁପତି ବାଲାଜୀଙ୍କ ମନ୍ଦିରରେ କରାଯାଇଛି ଏକ ସ୍ବତନ୍ତ୍ର ଅଭିଷେକ। ୫ କିଲୋଗ୍ରାମ୍‌ ଅମ୍ବରେ ଭଗବାନ ବାଲାଜୀଙ୍କ ଆମ୍ରାଭିଷେକ ହୋଇଛି। ଅତ୍ୟଧିକ...

ସିନ୍ଧିଆଙ୍କ କାର୍‌କୁ ଢେଲାମାଡ଼

ନୂଆଦିଲ୍ଲୀ, ୧୪।୩(ପି.ଟି.): କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ସହ ଶୁକ୍ରବାର ରାଜ୍ୟ ସଭା ଲାଗି ନାମାଙ୍କନପତ୍ର ଦାଖଲ କରିଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍‌...

Advertisement
Archives

Model This Week