Advertisement
Posted inଜାତୀୟ

ନିର୍ଭୟା ମାମଲା: ଫେବୃୟାରୀ ୧ରେ ଦୋଷୀଙ୍କୁ ଦିଆଯିବନି ଫାଶୀ

ନୂଆଦିଲ୍ଲୀ,୩୧।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଦିଲ୍ଲୀର ପଟିଆଲା ହାଉସକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଡେଥ୍‌ ଓ୍ବାରେଣ୍ଟ ଉପରେ କୋର୍ଟ ରହିତା ଦେଶ ଜାରି କରିଛନ୍ତି। କେବେ ଫାଶୀ ଦିଆଯିବ ତାହା ମଧ୍ୟ କୋର୍ଟ ସ୍ଥିର କରି ନାହାନ୍ତି। କେତେଗୁଡିଏ ଆଇନଗତ ଦିଗ ବାକି ଥିବାରୁ ପରବର୍ତ୍ତି ତାରିଖ ଘୋଷଣା କରାଯାଇ ନ ଥିବା କୋର୍ଟ କହିଛନ୍ତି। ଫେବୃୟାରୀ ୧ରେ ନିର୍ଭୟା ଗଣମଳାତ୍କାର ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ଏହି ତାରିଖ ଜାନୁୟାରୀ ୨୨ ସ୍ଥିର କରାଯାଇଥିବା ବେଳେ ପୁଣିଥରେ ଦୋଷୀଙ୍କ କ୍ଷମା ଆବେଦନକୁ ନେଇ ଏହା ଫେବୃୟାରୀ ୧କୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହି ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆବେଦନ କରିଥିବା ବେଳେ ପୁଣିଥରେ ଏହି ତାରିଖ ଘୁଞ୍ଚିଯାଇଛି। ଅନ୍ୟପଟେ ନିର୍ଭୟାଙ୍କ ମା’ ଆଶା ଦେବୀ ଅଭିଯୋଗ କରିଛନ୍ତି ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ତାଙ୍କୁ କହିଛନ୍ତି ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ହେବନାହିଁ। ହେଲେ ମୁଁ ମୋର ଲଢେଇ ଜାରି ରଖିବି ବୋଲି ଆଶା ଦେବୀ କହିଛନ୍ତି। ସରକାର ସେମାନଙ୍କୁ ଫାଶୀ ଦେବାର ବ୍ୟବସ୍ଥା କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ପଡୋଶୀ ହେବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ରେ ଶେଷ ହେବାକୁ ଯାଉଛି । ତାଙ୍କ ସମ୍ମାନରେ ଜୁଲାଇ ୨୩ରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ...

ଭାଜପା ସରକାର ଗଠନ କରିବା ପରେ ବନ୍ଦ ହୋଇନି ମଣିପୁର: ଶାହା

ଇମ୍ଫାଲ,୨୭ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମଣିପୁରର ରାଜଧାନୀ ଇମ୍ଫାଲ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯିବା ପରେ ସେ ମଣିପୁର...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି

ମୁମ୍ବାଇ,୧୮ ।୯: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଦେଶରେ ହେବାକୁ ଯାଉଥିବା ବଡ ଧରଣର ଆତଙ୍କବାଦୀ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏହାପରେ ଜମ୍ମୁ-କଶ୍ମୀରରେ ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ୧୩ଟି ସିଆଇଏସ୍‌ଏଫ୍‌...

୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି: ୧୩ ରାଜ୍ୟରେ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ,...

ମୋଦିଙ୍କ ଗସ୍ତ ଯୋଗୁ ବିଳମ୍ବ ହେଲାକି ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା, ଉତ୍ତର ରଖିଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୩ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି । ଏହାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧ ଡିସେମ୍ବର ଓ ଦ୍ୱିତୀୟ...

ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା

ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର...

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ, ବିରୋଧିଙ୍କ ଖେଳ ବିଗାଡିଲେ ରେଡି, ପଟ୍ଟନାୟକ

ନୂଆଦିଲ୍ଲୀ,୨୪ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଛନ୍ତି...

Advertisement
Archives

Model This Week