Posted inଜାତୀୟ

ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ତିହାର ଜେଲ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ। ଓକିଲ ଏପି ସିଂ କହିଥିଲେ ଉକ୍ତ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ ପାଇଁ ଯେଉଁ କାଗଜପତ୍ର ଆବଶ୍ୟକ ତାହା ଜେଲ ପ୍ରଶାସନ ପକ୍ଷରୁ ତାଙ୍କୁ ଯୋଗଇ ଦିଆଯାଇନାହିଁ। ଶନିବାର ଏହି ମାମଲାର ଶୁଣାଣି କରି କୋର୍ଟ ଆବଶ୍ୟକ ସମସ୍ତ କାଗଜପତ୍ର ଓକିଲଙ୍କୁ ତୁରନ୍ତ ଦେଇ ଦେଇଥିବା ସୂଚନା ମିଳିଛି। ଏବେ ଆଲୋଚନା ହେଉଛି କି ଦୋଷୀଙ୍କ ଓକିଲ ଏବେ ଆଉ ତିହାର ଜେଲ ପ୍ରଶାସନର ଦୋଷ ଦେଇ ଫାଶୀର ତାରିଖକୁ ଘୁଞ୍ଚାଇ ଦେବାକୁ ଚେଷ୍ଟା କରିବେ ନାହିଁ। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଅଭିଯୁକ୍ତଙ୍କୁ ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ...

ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ସ୍କୁଲ ଆସନ୍ତି ଛାତ୍ର

ଭୋପାଳ,୨୮।୯: ମଧ୍ୟପ୍ରଦେଶ ନରସିଂହପୁର ଜିଲାରେ ଏକ ସରକାରୀ ମାଧ୍ୟମିକ ବାଳକ ବିଦ୍ୟାଳୟରେ ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧି ଛାତ୍ରମାନେ ଆସିଥାନ୍ତି। ସ୍କୁଲରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ...

କରୋନା ସହିତ ଲଢ଼େଇ ପାଇଁ ଭାରତର ପ୍ରସ୍ତୁତି: ପାଖରେ ରହିଛି ଶହେ କୋଟି ମାସ୍କ୍‌-ଦେଢ଼କୋଟି ପିପିଇ କିଟ୍‌

ନୂଆଦିଲ୍ଲୀ ,୭।୪: କରୋନା ସହିତ ଲମ୍ବା ଲଢ଼େଇ ଲାଗି ଭାରତ ପ୍ରସ୍ତୁତ ହେବାରେ ଲାଗିଛି। ଦେଶରେ ଏବେ ଶହେକୋଟି ପାଖାପାଖି ଏନ୍‌-୯୫ ମାସ୍କ୍‌ ଥିବା ବେଳେ...

ସ୍ତ୍ରୀ, ୩ ସନ୍ତାନଙ୍କୁ ହତ୍ୟା କରି ଶଳାଙ୍କୁ ଭିଡିଓ ପଠାଇଲେ ଜଣେ ଇଞ୍ଜିନିୟର

ଗାଜିଆବାଦ, ୨୨।୪: ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସ୍ତ୍ରୀ ଓ ୩ ସନ୍ତାନଙ୍କ ହତ୍ୟା କରି ଶଳାକୁ ଭିଡିଓ...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୭।୪: ହରିୟାଣାର ଶୋନିପତର କୁଣ୍ଡୁଲି ଅଞ୍ଚଳରେ ଥିବା ରାସାୟନିକ କାରଖାନାରେ ରବିବାର ଏକ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ ପାଇଁ ଏବେ ଚେଷ୍ଟା କରାଯାଉଛି। ହରିୟାଣା...

ଆଫତାବଙ୍କ ବଢିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୧୭।୧୧ ପ୍ରେମିକା ସନ୍ଧ୍ୟା ଓ୍ବାଲକରଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଅଭିଯୋଗରେ ଗିରଫ ହୋଇଥିବା ଆଫତାବଙ୍କ ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଗୁରୁବାର ଦିଲ୍ଲୀର...

ଆମେ ଅଣ୍ଟି ଛୁରି ହୋଇ ତଣ୍ଟି କାଟିନୁ, ବିଦ୍ରୋହୀ ବିଧାୟକଙ୍କ ମନ୍ତବ୍ୟ…

ପଣଜୀ, ୩୦।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ରାଜ୍ୟରେ ଭାଜପା ସରକାର ଗଠନ ପାଇଁ...

ବୁଷ୍ଟର ଡୋଜ୍‌ ପାଇଁ ଅନୁମତି ଲୋଡ଼ିଲା ସେରମ୍‌ ଇନଷ୍ଟିଚ୍ୟୁଟ୍‌…

ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ୍‌ ଇତିମଧ୍ୟରେ ଆମେରିକାେ ସମେତ ୨୫ ଦେଶରେ ପହଞ୍ଚିଛି। ଓମିକ୍ରନ ଭାରିଆଣ୍ଟର ବଢୁୁଥିବା ବିପଦକୁ...

Advertisement
Archives

Model This Week