Posted inଜାତୀୟ

ନିର୍ଭୟା ମାମଲା: ଅଭିଯୋଗକୁ ନେଇ ସଫେଇ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ନିର୍ବାଚନ ଋତୁରେ ନିର୍ଭୟା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ନିର୍ଭୟାଙ୍କ ମା’ ଆଣିଥିବା ଅଭିଯୋଗର ସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନିର୍ଭୟା ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଯାହାସବୁ କାମ ଅଛି ତାହା ମାତ୍ର କିଛି ଘଣ୍ଟା ମଧ୍ୟରେ ଶେଷ କରାଯିବ। ଏଥିରେ କୌଣସି ବିଳମ୍ବ କରାଯିବ ନାହିଁ। କାରଣ ଆମେ ଚାହୁଁଛୁ ଦୋଷୀଙ୍କୁ ଯେତେଶୀଘ୍ର ଫାଶୀ ଦିଆଯାଉ। ସୂଚନାଯୋଗ୍ୟ, ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ମୁକେଶ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରି ଦେଇଛନ୍ତି। ଅନ୍ୟପଟେ ଏହି ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ହେବାକୁ ଥିବା ବେଳେ ନିୟମ ଅନୁଯାୟୀ ଏହା ବିଳମ୍ବ ହେଉଥିବାରୁ ଏହାକୁ ନେଇ ନିର୍ଭୟାଙ୍କ ମା’ ଦିଲ୍ଲୀର ଏଏପି ସରକାରଙ୍କୁ ଦାୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ...

ଲାଞ୍ଚ: ଏସିଆରେ ଭାରତ ସର୍ବାଗ୍ରେ

ନୂଆଦିଲ୍ଲୀ, ୨୭।୧୧(ପି.ଟି.):ଏସିଆ ମହାଦେଶରେ ସବୁଠୁ ବେଶି ଲାଞ୍ଚ କାରବାର ଭାରତରେ ହେଉଥିବା ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ଅଧିକାଂଶ ଲୋକ...

ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ...

ମାଓବାଦୀ ହିଂସା ୪୩% କମିଛି

ନୂଆଦିଲ୍ଲୀ,୨୫ା୭(ପି.ଟି.): ଗତ ୫ ବର୍ଷରେ ମାଓବାଦୀ ହିଂସା ୪୩% କମିଛି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜ. କିଷନ୍‌...

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ: ଆଇସିୟୁରେ ଥିଲେ ୭୦ ରୋଗୀ

ଗାନ୍ଧୀନଗର,୧୨।୫: ଗୁଜରାଟର ଭବନଗରରେ ଏକ ଡାକ୍ତରଖାନାରେ ନିଆଁ ଲାଗିଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୨ ଟା ସମୟରେ ହୋଟେଲର ତୃତୀୟ ମହଲାର ଏକ କୋଠରୀରେ ନିଆଁ...

ରାମମନ୍ଦିର ଗର୍ଭଗୃହ ସୁନାରେ ହେବ ନିର୍ମାଣ

ନୂଆଦିଲ୍ଲୀ,୧୦।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ମନ୍ଦିରର ଗର୍ଭଗୃହକୁ ସୁନାରେ ତିଆରି କରାଯିବ ବୋଲି କୁହାଯାଉଛି। ଏଥି ପାଇଁ...

୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ

ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି...

ମହାରାଷ୍ଟ୍ରରେ କାମ କଲା ମୋଦିଙ୍କ ଯାଦୁ: ବଲିଉଡ୍‌ ପ୍ରଯୋଜକ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଏବେ ଅନେକ ସ୍ଥାନରେ ଭାଜପା ଏକ ପ୍ରକାର ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ହୋଇ ସାରିଥିବା...

Advertisement


Archives

Model This Week