Posted inଜାତୀୟ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଆଜି ତିହାର ଜେଲ ପହଞ୍ଚିପାରନ୍ତି ଜହ୍ଲାଦ

ନୂଆଦିଲ୍ଲୀ,୩୦।୧: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବାର ସମୟ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ନୂଆ ନୂଆ ଖବର ବି ସାମ୍ନାକୁ ଆସୁଛି। ଫେବୃୟାରୀ ୧ ସକାଳ ୬ଟାରେ ଉକ୍ତ ମାମଲାର ୪ ଦାଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ନେଇ ଏବେ ବଢି ଚାଲିଛି କଳ୍ପନାଜଳ୍ପନା। ତେବେ ସମୟ ପାଖେଇ ଆସୁଥିବାରୁ ଗୁରୁବାର ଦୋଷୀଙ୍କୁ ଫାଶୀ ଦେବା ଲାଗି ଜହ୍ଲାଦ ପବନ ଗୁରୁବାର ତିହାର ଜେଲ ପହଞ୍ଚିବେ ବୋଲି ଜଣାପଡିଛି। ଏପଟେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ଗୋଟିଏ ପରେ ଗୋଟିଏ କ୍ଷମା ଆବେଦନ କରି ଚାଲିଛନ୍ତି। ନିକଟରେ ଦୋଷୀ ମୁକେଶ କୁମାର ସିଂଙ୍କ କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ଏବେ ବିନୟ ରାଷ୍ଟ୍ରପତିଙ୍କ ନିକଟରେ ତାଙ୍କର କ୍ଷମା ଆବେଦନ କରିଛନ୍ତି। ଏହାକୁ ଦେଖିବା ପରେ ପୁଣିଥରେ ଅନୁମାନ କରାଯାଉଛି କି ୧ ଫେବୃୟାରୀକୁ ଦିଆଯିବାକୁ ଥିବା ଫାଶୀ ହୁଏତ ଘୁଞ୍ଚିଯାଇପାରେ। ଯଦିବି ଏହା ଘୁଞ୍ଚିଯାଏ ତେବେ ତିହାର ଜେଲ ପହଞ୍ଚିଥିବା ଜହ୍ଲାଦ ପବନ ସେଠାରେ ରହି ଫାଶୀର ଡମି ପ୍ରାକ୍ଟିସ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନାଧ୍ୟକ୍ଷଙ୍କୁ ଚିଦାମ୍ବରମଙ୍କ ପରାମର୍ଶ: ନିଜ କାମରେ ସୀମିତ ରୁହ

ଥିରୁଭାନନ୍ତପୁରମ୍‌,୨୯ା୧୨: ସେନାଧ୍ୟକ୍ଷ ଜେନେରାଲ ବିପିନ୍‌ ରାଓ୍ବତ୍‌ ନିଜ କାମ ଭିତରେ ସୀମିତ ରୁହନ୍ତୁ, ରାଜନେତାଙ୍କୁ ଶିକ୍ଷାଦେବା ବନ୍ଦକରନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌...

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୩୧।୧୨: ଝାଡ଼ଖଣ୍ଡରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଛନ୍ତି। ଲାଟେହାର ଜିଲାର ମହୁଆ ମିଲାନ ରେଲଓ୍ବେ ଷ୍ଟେଶନ ନିକଟରେ ମାଓବାଦୀଙ୍କ ଗରିଲା ବାହିନୀ...

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ

ପାଟନା,୫।୧୧: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ମଙ୍ଗଳବାରଠାରୁ ଆଉ ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ...

ବୋହୂ ଜୀବିତ: ହତ୍ୟା ଅପରାଧରେ ଜେଲରେ ସ୍ବାମୀ-ଶାଶୁ-ଶ୍ୱଶୁର

ବୁଲନ୍ଦସହର, ୪।୮: ଉତ୍ତରପ୍ରଦେଶ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ଅପରାଧୀଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହାର ସଦ୍ୟତମ...

ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ...

ଆସନ ଭାଗବଣ୍ଟାକୁ ନେଇ ରାହୁଲଙ୍କ ଆଲୋଚନା

କୋଲକାତା, ୨୯ା୧୧: ୨୦୨୧ ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଏବେଠାରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। ଟିଏମ୍‌ସି ଓ ଭାଜପାକୁ...

ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ

ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ...

Advertisement


Archives

Model This Week

Why Dharitri