ନିର୍ଦ୍ଦେଶନାମାକୁ ବେଖାତିର: ଯାଞ୍ଚହେଉନି ସ୍କୁଲ ବ୍ୟାଗ, ପରିବହନ ଗାଡ଼ି

କେନ୍ଦ୍ରାପଡା ଅଫିସ, ୨୧।୯: କେନ୍ଦ୍ର ସରକାରଙ୍କ ମାନବ ସମ୍ଭଳ ବିଭାଗ ପକ୍ଷରୁ ଛାତୀଛାତ୍ରଙ୍କ ସ୍କୁଲ ବ୍ୟାଗ ବୋଝର ନିର୍ଦ୍ଦିଷ୍ଟ ଓଜନ ପାଇଁ ୨୦୧୮ରେ ନିୟମ ହୋଇଛି। ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୮ରେ ଏ ସମ୍ପର୍କରେ ଗାଇଡଲାଇନ ଜାରି କରିଥିବାବେଳେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଏହାକୁ ଲାଗୁ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ସ୍କୁଲ ବ୍ୟାଗ ଓଜନ ୧.୫ କି.ଗ୍ରା., ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ୨ରୁ ୩ କି.ଗ୍ରା., ୬ଷ୍ଠ ଓ ୭ମ ଶ୍ରେଣୀ ପାଇଁ ୪ କି.ଗ୍ରା. ଓ ୮ମରୁ ୧୦ମ ଶ୍ରେଣୀ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ ୪.୫ରୁ ୫ କି.ଗ୍ରା. ପର୍ଯ୍ୟନ୍ତ ରହିବ।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ପାଇଁ ପରିବହନ ନୀତି-୨୦୧୬ ପ୍ରଣୟନ ହୋଇଛି। ଏହି ନୀତି ଅନୁଯାୟୀ, ସ୍କୁଲଠାରୁ ଜିଲାସ୍ତରୀୟ ପର୍ଯ୍ୟନ୍ତ କମିଟି ଗଠନ ହେବ। ଏଥିରେ ସ୍କୁଲ ପ୍ରଧାନ ଶିକ୍ଷକ, ପୋଲିସ ସବ ଇନ୍ସପେକ୍ଟର, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଜଣେ କର୍ମକର୍ତ୍ତା, ସ୍ଥାନୀୟ ଏମ୍‌ଭିଆଇ ଓ ଜଣେ ଅଭିଭାବକ ସଦସ୍ୟ ଭାବେ ରହିବେ। ଛୋଟ ଗାଡ଼ି ପରିବର୍ତ୍ତେ ସ୍କୁଲ ବସ୍‌ ନିୟୋଜିତ ହେବ। ବସରେ ରିଫ୍ଲେକ୍ଟିଂ ଟେପ୍‌, ଫିଟ୍‌ନେସ, ବୀମାପତ୍ର, ଧୂଆଁ (ପଲ୍ୟୁସନ) ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସ ଠିକ୍‌ ଥିବା ଆବଶ୍ୟକ। ଡ୍ରାଇଭର ଉତ୍ତମ ସ୍ବଭାବର ହେବା ଅବଶ୍ୟକ ଥିବାବେଳେ ଅଭିଜ୍ଞତା ଓ ଦାୟିତ୍ୱ ସମ୍ପନ୍ନ ହାଇଥିବେ। ହେଲେ କେନ୍ଦ୍ରାପଡ଼ା ଜିଲାରେ ଏହି ନିୟମ ଅଦ୍ୟାବଧି ଲାଗୁ ହୋଇନାହିଁ। ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧିକ ଓଜନର ବ୍ୟାଗ ବହନ କରୁଛନ୍ତି। ସେହିପରି ପିଲାମାନଙ୍କୁ ଛୋଟ ଗାଡ଼ିରେ ଅସୁରକ୍ଷିତ ଭାବେ ସ୍କୁଲକୁ ନିଆଯାଉଛି। ଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ଏ ନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ସ୍କୁଲ ପରିବହନରେ ନିୟୋଜିତ ମୋଟରଯାନର ଫିଟନେସ, ଡ୍ରାଇଭିଂ ଲାଇସେନ୍ସ ଆଦି ତନଖି କରିବାକୁ ଅଭିଭାବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ଭଞ୍ଜନଗରରେ ରଜ ମହୋତ୍ସବ ପାଳିତ, ଋତୁସ୍ରାବକୁ ନେଇ ସଚେତନ କରାଇଲେ ସିଡିପିଓ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବନ ବିହାର ପରିସରରେ ଗୁରୁବାର ରଜ ମହୋତ୍ସବ ପାଳିତ ହୋଇଯାଇଛି । ଆଇନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri