ନିରାମୟ କେନ୍ଦ୍ରରେ କର୍ମଚାରୀ, ଔଷଧ ଅଭାବ

ପାରାଦୀପ,୧୦ା୬(ସ୍ବ.ପ୍ର.): ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସରକାରୀ ଔଷଧ ପ୍ରତି ଲୋକେ ବିଶେଷ ଆଗ୍ରହ ଦେଖାଉ ନ ଥିବାବେଳେ ଏବେ ସେଥିପ୍ରତି ଅଧିକ ଆସ୍ଥା ପ୍ରକଟ କରୁଛନ୍ତି। ତେଣୁ ଦିନକୁ ଦିନ ନିରାମୟ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି।
କିନ୍ତୁ ସରକାରଙ୍କ ନିୟମାନୁସାରେ ଔଷଧ ବଣ୍ଟନ, ଷ୍ଟକ ରଖିବା, ଅନ୍‌ଲାଇନରେ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି ଐଷଧ ବିବରଣୀ ଲିପିବଦ୍ଧ କରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅସୁବିଧା ହେଉଛି। ସେହିପରି ସରକାରଙ୍କ ପ୍ରଦତ୍ତ ଅନେକ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ହେଉ ନ ଥିବା ଅଭିଯୋଗ ହେଉଛି। ପାରାଦୀପର ଏକମାତ୍ର ସରକାରୀ ବିଜୁ ମେମୋରିଆଲ ହସ୍ପିଟାଲରେ ଏଭଳି ଅସୁବିଧା ଦେଖିବାକୁ ମିଳୁଛି। ଏଠାରେ ଥିବା ନିରାମୟ କେନ୍ଦ୍ରରୁ ପୂର୍ବରୁ ଦୈନିକ ୫୦ରୁ ୧୦୦ ଲୋକ ଔଷଧ ନେଉଥିଲେ। ମାତ୍ର ଗତ ୬ମାସ ହେଲା ଏହି ସଂଖ୍ୟା ୩୫୦ରୁ ୪୦୦ରେ ରହୁଛି। ଆଉଟ୍‌ଡୋର ରୋଗୀଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ନିରାମୟ କେନ୍ଦ୍ରରୁ ଔଷଧ ନେବାକୁ ଆସୁଛନ୍ତି। ସେଠାରେ ଯେଉଁ ଔଷଧ ନ ମିଳୁଛି, ବାଧ୍ୟହୋଇ ବାହାର ଦୋକାନରୁ କିଣୁଛୁ ବୋଲି କହିଛନ୍ତି ମହାକାଳପଡ଼ା ବତୀଘର ଅଞ୍ଚଳରୁ ଆସିଥିବା ରୀତା ମଣ୍ଡଳ। ରୋଗୀଙ୍କ ପ୍ରେସ୍‌କ୍ରିପ୍‌ଶନ ସ୍କାନିଂ କରି କମ୍ପ୍ୟୁଟରରେ ଲିପିବଦ୍ଧ ରଖିବା, ଔଷଧ ଦେବା ପରେ ତା’ର ବ୍ୟବହାର ସମ୍ପର୍କରେ ବୁଝାଇବା ଆଦି କାମ ସମୟ ସାପେକ୍ଷ ହୋଇଥିବାରୁ ରୋଗୀଙ୍କୁ ଦୀର୍ଘ ସମୟ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଥିଯୋଗୁ କେତେଜଣ ପାଟିତୁଣ୍ଡ ମଧ୍ୟ କରୁଛନ୍ତି। ଜଣେ କର୍ମଚାରୀରେ ଏସବୁ କାମ କରିବାରେ ଅସୁବିଧା ହେଉଛି ବୋଲି ଫାର୍ମାସିଷ୍ଟ ଧର୍ମାନନ୍ଦ ସାହୁ କହିଛନ୍ତି। ମେଡିକାଲ ଇନ୍‌ଚାର୍ଜ ଅଫିସର ଡା. ବସନ୍ତ ରାଉତ କହିଛନ୍ତି ଯେ ଯେତିକି କର୍ମଚାରୀ ଅଛନ୍ତି, ସେଥିରେ କାମ କରିବାକୁ ପଡୁଛି। ଔଷଧ ଅଭାବ ପ୍ରସଙ୍ଗଗରେ ସେ କହିଛନ୍ତି ଯେ, ସେମିତି ହୋଇ ନ ଥିବ। କଁା ଭଁା ଗୋଟିଏ ଦୁଇଟି ପ୍ରକାର ଔଷଧ ସ୍ବଳ୍ପ ସମୟ ପାଇଁ ସରିଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଉଚ୍ଚଶିକ୍ଷିତା, ସ୍ବାମୀ ରାଜନୀତିରେ ଦକ୍ଷ

ଜଗତ୍‌ସିଂହପୁର ଅଫିସ, ୧୪ା୨: ତିର୍ତ୍ତୋଲ ଜିଲା ପରିଷଦ ୨ ନଂ. ଜୋନ୍‌ରୁ ବ୍ଲକ ଅଧ୍ୟକ୍ଷା ଏଥର ବିଜେଡିରୁ ଜିଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି।...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

ମେଗା ପାନୀୟ ଜଳ ପ୍ରକଳ୍ପ, ବୃଦ୍ଧି ପାଉଛି ସମସ୍ୟା

ନାଉଗାଁ,୧ା୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ ଦେଇ ପ୍ରବାହିତ ଦେବୀ ନଦୀର ତୁମ୍ବେଶ୍ୱରଠାରେ ନିର୍ମାଣ କରାଯାଉଛି ମେଗା ପାନୀୟ ଜଳ ପ୍ରକଳ୍ପ। ଏହି...

ପୁଣି ଖନନ ହେବ ମହାନଦୀ ମୁହାଣ: ଉପକୃତ ହେବେ ୫୦ ହଜାର ମତ୍ସ୍ୟଜୀବୀ

ପାରାଦୀପ,୧୧ା୧୨(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ଓ ମତ୍ସ୍ୟ ଶିଳ୍ପର ଦୁଃଖ ବୋଲି କୁହାଯାଉଥିବା ମହାନଦୀ ମୁହାଣ ଅଞ୍ଚଳକୁ ପୁଣି ଥରେ ଖନନ କରାଯିବ। ଏହାକୁ ପାରାଦୀପ...

କେନାଲ ଅବରୋଧ କରି ଗୃହ ନିର୍ମାଣ : ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ତିର୍ତ୍ତୋଲ,୨୫ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଶାରଳାରୋଡ ବଜାର ଶେଷମୁଣ୍ଡରେ କେନାଲ ଅବରୋଧ କରି ଜଣେ ବ୍ୟକ୍ତି ସ୍ଥାୟୀ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।...

ଖୁଣ୍ଟ ଅଛି, ବିଦ୍ୟୁତ୍‌ ସଂଯୋଗ ହେଉନି

ରାହାମା,୩୧ା୫(ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରାହାମା-ଖୋସାଲପୁର ପୋଲ ମହାନଦୀ ଉପରେ ନିର୍ମାଣ କରାଯାଇଛି। ଦେଢ଼ କିମି ବ୍ୟାପୀ ଏହି ପୋଲ ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ କେନ୍ଦ୍ରାପଡ଼ା...

ଭୂତକୋଠି ପାଲଟିଛି ଗୋଷ୍ଠୀ ଶୌଚାଳୟ

କୁଜଙ୍ଗ,୧୩।୫ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କ୍ଷେତ୍ର ଓ ବାଣିଜ୍ୟ କେନ୍ଦ୍ର ଭାବେ କୁଜଙ୍ଗ ପରିଚିତ। ଏଠାରେ ବ୍ଲକ, ତହସିଲ କାର୍ଯ୍ୟାଳୟ ସମେତ...

ନଦୀ ପଠାଜମିକୁ ବେଆଇନ ଲିଜ୍‌

କୁଜଙ୍ଗ, ୨।୧୦(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଦେଇ ପ୍ରବାହିତ ସାହାରାପେଣ୍ଠ ମତ୍ସ୍ୟଦିଆ ସଇରାତର ଶାମୁକାତିମୁଣ୍ଡା ନଦୀ ପଠା ଜମିକୁ ବେଆଇନଭାବେ ଲିଜ୍‌ ଆକାରରେ ଦିଆଯାଇଛି। ଏନେଇ କୈର୍ବତ୍ତ୍ୟମାନଙ୍କ...

Advertisement
Archives

Model This Week