ନିମ୍ନମାନର ରାସ୍ତାକୁ ନେଇ ଉତ୍ତେଜନା: କାମ ବନ୍ଦ କଲେ ଗ୍ରାମବାସୀ

ଖଇରା, ୨୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନିର୍ମାଣାଧୀନ ଆଳଦା-କଇଥଗଡିଆ ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ବେପରୁଆ ଭାବେ ଚାଲିଛି ା ବ୍ୟବହୃତ କଞ୍ଚମାଲ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଯେତିକି କାମ ସମ୍ପୂର୍ଣ୍ଣ ହୋଇଛି ତାହା ନଷ୍ଟ ହେବାକୁ ବସିଲାଣି ା ରାସ୍ତା ନିର୍ମାଣର ଅବଧି ସରିବାକୁ ଆଉ ମାତ୍ର ୧ମାସ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ ୬୦ଭାଗ କାମ ସରିନାହିଁ ା ଠିକାଦାର ରାସ୍ତାରେ ମେଟାଲ ବିଛାଇ ଛାଡିଦେଇଥିବା ଯୋଗୁ ଏବେ ମାଟ୍ରିକ ପରୀକ୍ଷା ଦେବାକୁ ଆସୁଥିବା ପିଲାମାନେ ପଡି ଖଣ୍ଡିଆଖାବରା ହେଉଛନ୍ତି ା ପ୍ରତିବାଦରେ ଏହି ରାସ୍ତା ସଂଲଗ୍ନ କଡମିଆଁ, ନୟାଖଣ୍ଡି, ଆମ୍ବଗଡିଆ, ସୁନ୍ଦରପୁର, ସାନ ନୁଆଁଗାଁ, ବଇଁଞ୍ଚଖୁଣ୍ଟା, ତ୍ରିଶଳପୁର, ଦାମୋଦରପୁର, ମୁଣ୍ଡାହତା, କଇଥଗଡିଆ ଆଦି ଗ୍ରାମର ଲୋକମାନେ ଗୁରୁବାର ରାସ୍ତାକାମକୁ ବନ୍ଦ ରଖିଛନ୍ତି। ବ୍ୟବହୃତ କଞ୍ଚାମାଲକୁ ବଦଳା ନ ଗଲେ କାର୍ଯ୍ୟ ଆରମ୍ଭ କରିବାକୁ ଦିଆଯିବ ନାହିଁ ବୋଲି ଗୋବିନ୍ଦ ମହାପାତ୍ର, ସମିତିସଭ୍ୟ ମାନସ ମହାପାତ୍ର, ହାଡିବନ୍ଧୁ ନାୟକ, ସଞ୍ଜିବ କୁଅଁର, ରତିକାନ୍ତ ନାୟକ, ରାଜୀବ ଲୋଚନ ମହାପାତ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି ା
ଏହି ୪କି.ମି. ୪୬୦ମିଟର ରାସ୍ତା ପାଇଁ ଆନୁମାନିକ ଦେଢକୋଟି ଟଙ୍କା ପ୍ରଦାନ କରାଯାଇଥିଲା। ରାସ୍ତା ନିର୍ମାଣର ଶେଷ ଅବଧି ମାର୍ଚ୍ଚ ୨୭, ୨୦୨୦ରେ ଥିବା ବେଳେ ରାସ୍ତା ନିର୍ମାଣର ଦାୟିତ୍ୱ ନେଇଥିବା ଭଦ୍ରକ ଠିକାଦାରଙ୍କ ସ୍ବେଚ୍ଛାଚାରିତା ଯୋଗୁ କାର୍ଯ୍ୟର ଆଶାନୁରୂପ ଅଗ୍ରଗତି ହୋଇ ପାରି ନ ଥିଲା ା ଫଳରେ କାର୍ଯ୍ୟ ଆରମ୍ଭ ଦିନଠାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଅବସ୍ଥା ଅସମ୍ଭାଳ ହେବା ପରେ ଶତାଧିକ ଗ୍ରାମବାସୀ କାର୍ଯ୍ୟ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ା ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ କଞ୍ଚାମାଲ ନିମ୍ନମାନର ହୋଇଥିବା ନିଜେ ସ୍ବୀକାର କରିବା ସହ ଏହାକୁ ଉଠାଇନେଇ ଉନ୍ନତମାନର ମେଟାଲ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri