Posted inଜାତୀୟ

ନିପା ଭାଇରସ୍‌ ଆତଙ୍କ: କେରଳରେ ୬ଜଣିଆ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୫।୬: କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଜଣେ କଲେଜ୍‌ ଛାତ୍ର(୨୩) ମଙ୍ଗଳବାର ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୮୬ ଜଣଙ୍କୁ ନିରୀକ୍ଷଣ କରାଯାଉଥିବା ଜଣାପଡ଼ିଛି। ଗତବର୍ଷ ମେ ମାସରେ ଏହି ଜୀବନ ନାଶକାରୀ ଭାଇରସ୍‌ କେରଳରୁ ୧୭ ଜଣଙ୍କ ଜୀବନ ନେଇଥିଲା। ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧର୍ର୍ନ ମଙ୍ଗଳବାର କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜାଙ୍କ ସହ ଆଲୋଚନା କରିଛନ୍ତି। ସାମ୍ପ୍ରତିକ ସ୍ଥିତି ନେଇ କଥାବାର୍ତ୍ତା ହୋଇଥିବାବେଳେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ୬ଜଣିଆ କେନ୍ଦ୍ରୀୟ ଟିମ୍‌ କେରଳ ପଠାଯାଇଛି। ସେଠାରେ ସେମାନେ ପରୀକ୍ଷା ନିରୀକ୍ଷା କରିବେ। ଏନେଇ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ସେ କହିଛନ୍ତି। ସରକାର ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଶୈଳଜା କହିଛନ୍ତି ଯେ, ଏର୍ନାକୁଲମ୍‌ ଜିଲାର ନିପା ପୀଡ଼ିତ କଲେଜ ଛାତ୍ର ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଭଲ ଅଛନ୍ତି। ତେବେ କେତେକ ଜ୍ୱରରେ ପଡ଼ି ଅସୁସ୍ଥ ଥିବାବେଳେ ସେମାନଙ୍କ ପରୀକ୍ଷା ଚାଲିଥିବା ସେ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ଟିମ୍‌ର ଚିକିତ୍ସା ସହ ସ୍ଥିତି ସମୀକ୍ଷା ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଭରଯୋଗ୍ୟ ସହଯୋଗ ମନୋଭାବ ପରିସ୍ଥିିତି ଉନ୍ନତି ଆଣିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ଗରମ ସାମ୍ବରରେ ପଡ଼ି ପ୍ରାଣ ହରାଇଲେ

ହାଇଦ୍ରାବାଦ୍‌,୧୫।୨: ଆନ୍ଧ୍ରପ୍ରଦେଶରେ ଗତ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗରମ ସାମ୍ବର ରଖାଯାଇଥିବା ପାତ୍ରରେ ପଡ଼ି ପ୍ରାଣ ହରାଇଛନ୍ତି ଦୁଇ ବର୍ଷୀୟା ଝିଅ। ଏଭଳି...

ଭାରତରେ ଚତୁର୍ଥ ମୁଣ୍ଡନେଲା କରୋନା: ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି

ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା...

ଘରୁ ଲୁଚି ଗଣେଶଙ୍କ ପୂଜା କଲେ ଦୁଇ ମୁସଲମାନ୍‌ ନାବାଳକ

ରାୟପୁର,୪।୯: କୁହାଯାଏ ଛୋଟ ପିଲା ହେଉଛନ୍ତି ଭଗବାନଙ୍କ ରୂପ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ,ଜାତି,ସମ୍ପ୍ରଦାୟ ଅଥବା ବର୍ଣ୍ଣ ପ୍ରତି ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ...

ପାଖେଇ ଆସୁଛି ସମୟ: ଖୁବ୍‌ଶୀଘ୍ର ମୋଦି ସରକାରଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଘୋଷଣା କରିବାକୁ ପଡିବ

ନୂଆଦିଲ୍ଲୀ,୪।୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରାୟ ୩ ମାସ ହେବ ସୁପ୍ରିମକୋର୍ଟ ରାୟ ଦେଇ ସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା)ର...

ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌...

ହିଜାବକୁ ନେଇ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ…

ନୂଆଦିଲ୍ଲୀ, ୧୨।୨ : ଭାରତର କର୍ନାଟକରେ ହିଜାବକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏସମ୍ପର୍କରେ ପାକିସ୍ତାନ, ଆମେରିକା ସମେତ ଅନ୍ୟ କେତେକ ବିଦେଶୀ ରାଷ୍ଟ୍ର ଭାରତ...

ଆଜି ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୨୧।୬: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗତ ୪ଦିନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି। ମଙ୍ଗଳବାର ପୁଣି...

ସୋମବାର ୧୧୮ ତମ ଦ୍ୱିପାକ୍ଷିକ ସିନ୍ଧୁ ଜଳ ଚୁକ୍ତି ବୈଠକ…

ନୂଆଦିଲ୍ଲୀ, ୨୯।୫ : ସିଦ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ୧୧୮ ତମ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ...

Advertisement
Archives

Model This Week