Posted inଖେଳ

ନିଜ ରେକର୍ଡ ଭାଙ୍ଗିଥିଲେ ବୀରେନ୍ଦ୍ର

ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ସୃଷ୍ଟି କରିବା ଏବଂ କିଛି ବର୍ଷ ବ୍ୟବଧାନରେ ସମାନ ଦିନରେ ନିଜ ରେକର୍ଡକୁ ନିଜେ ଭଙ୍ଗ କରିବା। ଏପରି ଏକ ତାରିଖ ସହ ଯୋଡ଼ିହୋଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ। ମାର୍ଚ୍ଚ ୨୯ ସହ ତାଙ୍କର ଅଭୁଲା ସମ୍ପର୍କ ରହିଛି। ପ୍ରତିପକ୍ଷ ବୋଲରଙ୍କ ପାଇଁ ଏକଦା ଦୁଃସ୍ବପ୍ନ ସାବ୍ୟସ୍ତ ହେଉଥିଲେ ଏହି ରେକର୍ଡ ବ୍ରେକର। ତାଙ୍କ ଟାଇମିଂ, ବ୍ୟାଟ୍‌ଚାଳନା ଏବଂ ଦୃଷ୍ଟିଶକ୍ତି ମଧ୍ୟରେ ଥିଲା ଅଦ୍ଭୁତ ସମନ୍ବୟ। ତାଙ୍କ କ୍ୟାରିୟର ଏପରି ଥିଲା ଯାହାକି ଭାରତୀୟ କ୍ରିକେଟ ଇତିହାସରେ ଅନେକଥର ନୂଆ ଅଧ୍ୟାୟ ଯୋଡ଼ିଥିଲା। ଲୟରେ ଥିବା ଦିନ ସେ ବୋଲରମାନଙ୍କ ବିପକ୍ଷରେ ଝଡ଼ ସ୍ବରୂପ ପ୍ରତୀୟମାନ ହେଉଥିଲେ। ୨୦୦୪ ମାର୍ଚ୍ଚ ୨୯ରେ ସେ ଭାରତୀୟ କ୍ରିକେଟକୁ ସ୍ମରଣୀୟ କରି ଦେଇଥିଲେ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବାହାର ପରିବେଶରେ ଭାରତୀୟ ଦଳର ପ୍ରଦର୍ଶନ ସେପରି ଭଲ ନ ଥାଏ। ଏପରି ଏକ ସମୟରେ ସେ ମୁଲତାନଠାରେ ପାକ୍‌ ବୋଲରଙ୍କୁ ଧୂଲେଇ କରି ଭାରତ ପକ୍ଷରୁ ଟେଷ୍ଟରେ ପ୍ରଥମ ତ୍ରିଶତକ ହାସଲ କଲେ। ୫୩୧ ମିନିଟ କ୍ରିଜ୍‌ରେ ରହିଥିବା ସେହ୍ବାଗ ୩୭୫ଟି ବଲ୍‌ର ସାମ୍‌ନା କରି ୩୯ ଚୌକା ଓ ୬ ଛକା ସହାୟତାରେ ୩୦୯ ରନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ‘ସୁଲତାନ ଅଫ୍‌ ମୁଲତାନ’ ଆଖ୍ୟା ଦିଆ ଯାଇଥିଲା। ନିଜର ତ୍ରିଶତକୀୟ ଇନିଂସ ଅବସରରେ ସେ ଓପନିଂ ଯୋଡ଼ିରେ ଆକାଶ ଚୋପ୍ରା(୪୨)ଙ୍କ ସହ ୧୬୦ ଏବଂ ତୃତୀୟ ଉଇକେଟ ଭାଗୀଦାରିରେ ସଚିନ ତେନ୍ଦୁଲକରଙ୍କ ସହ ୩୩୬ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ସଚିନ ୧୯୪ ରନରେ ଅପରାଜିତ ରହିଥିବାବେଳେ ଅଧିନାୟକ ରାହୁଲ ଡ୍ରାଭିଡ ୬୭୫/୫ରେ ଇନିଂସ ଘୋଷଣା କରିଥିଲେ। ମ୍ୟାଚକୁ ଭାରତ ଏକ ଇନିଂସ ୫୨ ରନରେ ଜିତିଥିଲା।
ଏହାର ଠିକ୍‌ ୪ ବର୍ଷ ପରେ ‘ନଜଫଗଡ଼ କା ନଓ୍ବାବ’ ପୁଣି ବିସ୍ଫୋରଣ ସୃଷ୍ଟି କଲେ। ୨୦୦୮ ମାର୍ଚ୍ଚ ୨୯ରେ ସେ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦୪ ବଲ୍‌ରୁ ୩୧୯ ରନ ସଂଗ୍ରହ କରିଥିଲେ। ତାହା ଏବେ ମଧ୍ୟ ଟେଷ୍ଟ କ୍ରିକେଟରେ ଭାରତର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ନିଜ ଇନିଂସ ମଧ୍ୟରେ ସେ ୪୨ ଚୌକା ଓ ୫ ଛକା ମାରିଥିଲେ। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବୀରେନ୍ଦ୍ର ଭାରତକୁ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri