Posted inଖେଳ

ନିଜ ରେକର୍ଡ ଭାଙ୍ଗିଥିଲେ ବୀରେନ୍ଦ୍ର

ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ସୃଷ୍ଟି କରିବା ଏବଂ କିଛି ବର୍ଷ ବ୍ୟବଧାନରେ ସମାନ ଦିନରେ ନିଜ ରେକର୍ଡକୁ ନିଜେ ଭଙ୍ଗ କରିବା। ଏପରି ଏକ ତାରିଖ ସହ ଯୋଡ଼ିହୋଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ। ମାର୍ଚ୍ଚ ୨୯ ସହ ତାଙ୍କର ଅଭୁଲା ସମ୍ପର୍କ ରହିଛି। ପ୍ରତିପକ୍ଷ ବୋଲରଙ୍କ ପାଇଁ ଏକଦା ଦୁଃସ୍ବପ୍ନ ସାବ୍ୟସ୍ତ ହେଉଥିଲେ ଏହି ରେକର୍ଡ ବ୍ରେକର। ତାଙ୍କ ଟାଇମିଂ, ବ୍ୟାଟ୍‌ଚାଳନା ଏବଂ ଦୃଷ୍ଟିଶକ୍ତି ମଧ୍ୟରେ ଥିଲା ଅଦ୍ଭୁତ ସମନ୍ବୟ। ତାଙ୍କ କ୍ୟାରିୟର ଏପରି ଥିଲା ଯାହାକି ଭାରତୀୟ କ୍ରିକେଟ ଇତିହାସରେ ଅନେକଥର ନୂଆ ଅଧ୍ୟାୟ ଯୋଡ଼ିଥିଲା। ଲୟରେ ଥିବା ଦିନ ସେ ବୋଲରମାନଙ୍କ ବିପକ୍ଷରେ ଝଡ଼ ସ୍ବରୂପ ପ୍ରତୀୟମାନ ହେଉଥିଲେ। ୨୦୦୪ ମାର୍ଚ୍ଚ ୨୯ରେ ସେ ଭାରତୀୟ କ୍ରିକେଟକୁ ସ୍ମରଣୀୟ କରି ଦେଇଥିଲେ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବାହାର ପରିବେଶରେ ଭାରତୀୟ ଦଳର ପ୍ରଦର୍ଶନ ସେପରି ଭଲ ନ ଥାଏ। ଏପରି ଏକ ସମୟରେ ସେ ମୁଲତାନଠାରେ ପାକ୍‌ ବୋଲରଙ୍କୁ ଧୂଲେଇ କରି ଭାରତ ପକ୍ଷରୁ ଟେଷ୍ଟରେ ପ୍ରଥମ ତ୍ରିଶତକ ହାସଲ କଲେ। ୫୩୧ ମିନିଟ କ୍ରିଜ୍‌ରେ ରହିଥିବା ସେହ୍ବାଗ ୩୭୫ଟି ବଲ୍‌ର ସାମ୍‌ନା କରି ୩୯ ଚୌକା ଓ ୬ ଛକା ସହାୟତାରେ ୩୦୯ ରନ କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ‘ସୁଲତାନ ଅଫ୍‌ ମୁଲତାନ’ ଆଖ୍ୟା ଦିଆ ଯାଇଥିଲା। ନିଜର ତ୍ରିଶତକୀୟ ଇନିଂସ ଅବସରରେ ସେ ଓପନିଂ ଯୋଡ଼ିରେ ଆକାଶ ଚୋପ୍ରା(୪୨)ଙ୍କ ସହ ୧୬୦ ଏବଂ ତୃତୀୟ ଉଇକେଟ ଭାଗୀଦାରିରେ ସଚିନ ତେନ୍ଦୁଲକରଙ୍କ ସହ ୩୩୬ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ସଚିନ ୧୯୪ ରନରେ ଅପରାଜିତ ରହିଥିବାବେଳେ ଅଧିନାୟକ ରାହୁଲ ଡ୍ରାଭିଡ ୬୭୫/୫ରେ ଇନିଂସ ଘୋଷଣା କରିଥିଲେ। ମ୍ୟାଚକୁ ଭାରତ ଏକ ଇନିଂସ ୫୨ ରନରେ ଜିତିଥିଲା।
ଏହାର ଠିକ୍‌ ୪ ବର୍ଷ ପରେ ‘ନଜଫଗଡ଼ କା ନଓ୍ବାବ’ ପୁଣି ବିସ୍ଫୋରଣ ସୃଷ୍ଟି କଲେ। ୨୦୦୮ ମାର୍ଚ୍ଚ ୨୯ରେ ସେ ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦୪ ବଲ୍‌ରୁ ୩୧୯ ରନ ସଂଗ୍ରହ କରିଥିଲେ। ତାହା ଏବେ ମଧ୍ୟ ଟେଷ୍ଟ କ୍ରିକେଟରେ ଭାରତର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି। ନିଜ ଇନିଂସ ମଧ୍ୟରେ ସେ ୪୨ ଚୌକା ଓ ୫ ଛକା ମାରିଥିଲେ। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବୀରେନ୍ଦ୍ର ଭାରତକୁ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିନ୍ଧୁ କ୍ୱାର୍ଟରଫାଇନାଲରେ

ଜାକର୍ତ୍ତା, ୧୮ା୭ (ପି.ଟି.)- ଭାରତର ଟପ୍‌ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆନ ଓପନ୍‌ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ...

ଇତିହାସ ରଚିଲେ ଜେମ୍ସ ଆଣ୍ଡରସନ୍‌: ୧୪୫ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୪।୬: ଇଂଲଣ୍ଡର ତାରକା ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ୬୫୦ ଉଇକେଟ ନେବାରେ ଜେମ୍ସ ଆଣ୍ଡରସନ ଦୁନିଆର ପ୍ରଥମ...

ତୃତୀୟ ଟେଷ୍ଟରେ ଏହି ୫ ‘ବିରାଟ’ ରେକର୍ଡ ହାସଲ କରିପାରନ୍ତି କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋତେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ...

ଦଶନ୍ଧି ପରେ ଶରଥଙ୍କୁ ଟାଇଟଲ

ମସ୍କଟ, ୧୬ା୩ (ପି.ଟି.)-ଭାରତର ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରଥ କମଲ ଏକ ଦଶନ୍ଧି ପରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏଠାରେ...

ସଚିନ-ଗାଙ୍ଗୁଲିଙ୍କ କ୍ଲବରେ ରୋହିତ-ଧାଓ୍ବନଙ୍କ ଯୋଡ଼ି

ପୁଣେ,୨୮।୩ : ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ରବିବାର ଦେଶର ଦ୍ୱିତୀୟ ଯୋଡ଼ି ଭାବେ ଦିନିକିଆରେ ୫ ହଜାର ରନ୍‌ର ଭାଗୀଦାରିତା...

କୋଭିଡ-୧୯ ବିପଦ ସହ କ୍ରିକେଟରଙ୍କୁ ବଞ୍ଚିବାକୁ ହେବ: ଗମ୍ଭୀର

ନୂଆଦିଲ୍ଲୀ,୧୦।୫(ପି.ଟି.): କୋଭିଡ- ୧୯ ମହାମାରୀ ଜନିତ ବିପଦ ସହ କ୍ରିକେଟରମାନଙ୍କୁ ଆଗାମୀ ଦିନରେ ବଞ୍ଚିବାକୁ ହେବ। କୋଭିଡ-୧୯ ମହାମାରୀ ଦୃଶ୍ୟପଟ ପରେ ଖେଳାଯିବାକୁ ଥିବା କ୍ରିକେଟରେ...

ସନ୍ତରଣରେ ଟାଟଜାନାଙ୍କ ବିଶ୍ୱରେକର୍ଡ

ଟୋକିଓ, ୩୧।୭(ଏପି)- ଦକ୍ଷିଣ ଆଫ୍ରିକାର ଟାଟଜାନା ସ୍କ୍ବେନମାକର ପ୍ରଥମ ସନ୍ତରଣକାରୀଭାବେ ଚଳିତ ଟୋକିଓ ଅଲିମ୍ପିକ୍ସର ସନ୍ତରଣର ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱରେକର୍ଡର ଅଧିକାରି ହୋଇଛନ୍ତି। ଏହି ୨୪...

ଜାଡେଜାଙ୍କ ଉପରେ ଆସ୍ଥା ବଢ଼ିଛି

ମୁମ୍ବାଇ, ୨୪।୭-ଭାରତୀୟ କ୍ରିକେଟ ଦଳରେ ଏକଦା ଉପେକ୍ଷିତ ଥିଲେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ମାତ୍ର ଗତ ଆଇସିସି ବିଶ୍ୱକପ ପରେ ତାଙ୍କ ଉପସ୍ଥିତିର ମୂଲ୍ୟ...

Advertisement
Archives

Model This Week