‘ନିଜଲୋକ ଭଳି ଚିକିତ୍ସା କରୁଥିଲେ’

ମୁମ୍ବାଇ: ଦୀର୍ଘ ୨ବର୍ଷ ଧରି କ୍ୟାନ୍‌ସର୍‌ ସହ ଲଢ଼େଇ କରି ଶେଷରେ ଆରପାରିକୁ ଚାଲିଯାଇଛନ୍ତି ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଋଷି କପୁର। ତାଙ୍କ ବିୟୋଗ ପରିବାର ଏବଂ ଫ୍ୟାନ୍‌ ମାନଙ୍କୁ ସ୍ତବ୍ଧ କରିଦେଇଛି। ହେଲେ ଦୀର୍ଘ ୨ ବର୍ଷ ଧରି ତାଙ୍କର ଏହି ଲଢ଼େଇରେ ସାହାଯ୍ୟ କରିଥିବା ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲର ଡାକ୍ତରୀ ଟିମ୍‌, ନର୍ସ ଏବଂ ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ତ୍ରୀ ତଥା ଅଭିନେତ୍ରୀ ନୀତୁ କପୁର। ସେ ନିଜ ଇନ୍‌ଷ୍ଟା ହ୍ୟାଣ୍ଡଲ୍‌ରେ ଋଷିଙ୍କ ୨ଟି ଫଟୋ ଶେୟାର କରି ଲେଖିଛନ୍ତି ଯେ, ଏହା ଆମ ପାଇଁ ଏକ ବିରାଟ କ୍ଷତି। ତେବେ ଗତ କିଛିମାସର ଏହି ଲଢ଼େଇ କଥା ଯେତେବେଳେ ଆମେ ଏକାଠି ବସି ମନେ ପକାଉଛୁ, ସେତେବେଳେ ତାଙ୍କୁ ନିଜ ଲୋକ ଭଳି ଯତ୍ନ, ଚିକିତ୍ସା ଓ ଉପଦେଶ ଯୋଗାଇ ଦେଇଥିବା ଡା. ତରଙ୍ଗ ଜ୍ଞାନଚନ୍ଦାନି ଏବଂ ଟିମ୍‌କୁ ହୃଦୟରୁ ଧନ୍ୟବାଦ ଜଣାଉଛୁ। ରବିବାର ମଧ୍ୟ ନୀତୁ ଏକ ଫଟୋ ଶେୟାର୍‌ କରି କ୍ୟାପ୍‌ସନରେ ଲେଖିଛନ୍ତି, ‘ଏଣ୍ଡ୍‌ ଅଫ୍‌ ଆଓ୍ବାର୍‌ ଷ୍ଟୋରି’। ଉଲ୍ଲେଖଯୋଗ୍ୟ, ଋଷି ଲିଉକୋମିଆ ରୋଗରେ ପୀଡ଼ିତ ଥିଲେ। ନ୍ୟୁୟର୍କରେ ଚିକିତ୍ସା ପରେ ସେ ୨୦୧୯ ସେପ୍ଟେମ୍ବରରେ ଭାରତ ଫେରିଥିଲେ। ପରେ ମୁମ୍ବାଇରେ ସେ ଚିକିତ୍ସିତ ଥିବାବେଳେ ଏପ୍ରିଲ୍‌ ୩୦ରେ ତାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri