Posted inଜାତୀୟ

ନିଜର ଶ୍ରାଦ୍ଧକର୍ମ ସମୟରେ ଘରକୁ ଫେରିଲେ ବ୍ୟକ୍ତି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୧୨।୯: ବିହାର ମୁଜାଫରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ମନେକରି ପରିବାର ସଦସ୍ୟ ଶ୍ରାଦ୍ଧକର୍ମ କରୁଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏହି ସମୟରେ ଘରକୁ ବାହୁଡ଼ିଛନ୍ତି। ସ୍ଥାନୀୟ ମୁଶହରି ଥାନା ଅନ୍ତର୍ଗତ ବୁଧନଗରା ଗାଁରେ ଏଭଳି ଘଟିଛି। ଅଗଷ୍ଟ ୧୫ରେ ଗାଁର ୪୯ ବର୍ଷ ବୟସ୍କ ସଞ୍ଜିବ୍‌ କୁମାର ଘରୁ କେଉଁଆଡ଼େ ଚାଲିଯାଇଥିଲେ। ଏନେଇ ସଞ୍ଜିବଙ୍କ ପିତା ଅବସରପ୍ରାପ୍ତ ସୈନିକ ରାମସେବକ ଠାକୁର ସେପ୍ଟେମ୍ବର ୬ରେ ଥାନା ମାମଲା ଦାଏର କରିଥିଲେ। ସଞ୍ଜିବ୍‌ଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ଏଥିରେ ଦର୍ଶାଯାଇଥିଲା। ଏହାପରେ ପୋଲିସକୁ ସିକନ୍ଦରପୁର ଅଞ୍ଚଳର ଅଖାଡ଼ା ଘାଟ ନିକଟରୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ପୋଷ୍ଟମୋର୍ଟମ ପରେ ଚିହ୍ନଟ ପାଇଁ ରାମସେବକଙ୍କୁ ଡକାଯାଇଥିଲା। ମୃତଦେହ ଖଣ୍ଡିଆ ଖାବରା ହୋଇଯାଇଥିବାରୁ ରାମସେବକଙ୍କ ପରିବାର ସଦସ୍ୟ ଏହାକୁ ସଞ୍ଜିବ୍‌ ବୋଲି ଅନୁମାନ କରି ଚିହ୍ନଟ କରିଥିଲେ। ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପରେ ଶ୍ରାଦ୍ଧକର୍ମର ଅୟୋଜନ କରାଯାଇଥିଲା। ତେବେ ଶ୍ରାଦ୍ଧ କର୍ମ ଚାଲିଥିବାବେଳେ ସଞ୍ଜିବ୍‌ ଘରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରାୟାନ-୩ର ସଫଳତାକୁ ନେଇ ‘ମହାକ୍ୱିଜ ପ୍ରତିଯୋଗିତା’ର ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ ପ୍ରତିଯୋଗିତାରେ କିପରି ନେବେ ଭାଗ

ନୂଆଦିଲ୍ଲୀ,୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରା ବିଶ୍ୱରେ ଇତିହାସ ରଚିଛି ଭାରତ। ତେବେ ଏହାକୁ ନେଇ ଭାରତ ସରକାର ମହାକ୍ୱିଜ ପ୍ରତିଯୋଗିତା ଆରମ୍ଭ...

୩.୯୭ ଲକ୍ଷ ନିଖୋଜ ପିଲା ଫେରିଛନ୍ତି ନିଜ ପରିବାର ପାଖକୁ: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୩।୯ : ନିଖୋଜ ପିଲାଙ୍କ ପ୍ରସଙ୍ଗରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏକ ବିବୃତ୍ତି ଦେଇଛନ୍ତି। ୨୦୧୫ ମସିହାରୁ ନିଖୋଜ ଥିବା...

ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଶହୀଦ ହୋଇଛନ୍ତି ୫୫ ସୁରକ୍ଷାକର୍ମୀ

ଶ୍ରୀନଗର, ୧୨।୧୦: ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ୭୫ଟି ସଫଳ ଅପରେସନ ହୋଇଛି ବୋଲି ୟୁନିୟନ ଟେରିଟୋରୀ ପୋଲିସ ମହାନିର୍ଦ୍ଦେଶକ ଦିଲ୍‌ବାଗ ସିଂ ସୋମବାର କହିଛନ୍ତି।...

କର୍ନାଟକରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ, ଫୁଲ ବର୍ଷା କଲେ ଲୋକେ…

ବେଙ୍ଗାଲୁରୁ,୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ କର୍ନାଟକର ମହୀଶୂରରେ ୧୬ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ...

ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ

ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ...

ମହାମାରୀ ମୁକାବିଲା ପାଇଁ ପୁଣି ପ୍ରସ୍ତୁତି, ରାଜ୍ୟକୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ସଂକ୍ରମଣକୁ ନେଇ କେନ୍ଦ୍ର...

ଭାଜପାର ବଡ଼ ଘୋଷଣା, ମିଜୋରାମର ସମସ୍ତ ୪୦ ବିଧାନସଭା ଆସନରେ ଲଢ଼ିବ…

ନୂଆଦିଲ୍ଲୀ,୯।୧୦ : ମିଜୋରାମରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଦଳ ସମସ୍ତ ୪୦...

ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୮।୮: ଟିଏମ୍‌ସି ଏମ୍‌ପି ଡେରେକ ଓ ବ୍ରାୟନଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ ହୋଇଛନ୍ତି। ଦିଲ୍ଲୀ ସେବା ବିଲ ସମୟରେ ଦୁର୍ବ୍ୟବହାର କରିବା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ...

Advertisement
Archives

Model This Week