ନିଆରା ବିବାହ : ମନ୍ତ୍ରରେ ନୁହେଁ, ଫିଲ୍ମ ଗୀତରେ ବିବାହ କାର୍ଯ୍ୟ ସମାପନ କଲେ ପଣ୍ଡିତ; ଦେଖନ୍ତୁ ଭିଡିଓ…

ସାଧାରଣତଃ ବିଧି ବିଧାନ ସହ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏଥିରେ ଅଧିକ ବି ସମୟ ଲାଗିଥାଏ। କିନ୍ତୁ ଏପରି ଏକ ବିବାହ ଉତ୍ସବର ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ନ ହସି ରହିପାରିବେନି। ଏହି ବିବାହ ଉତ୍ସବରେ ପଣ୍ଡିତ ମନ୍ତ୍ରପାଠ ଉଚ୍ଚାରଣ ନ କରି କିଛି ହିନ୍ଦୀ ଫିଲ୍ମର ଗୀତ ଗାଇ ବିବାହ କାର୍ଯ୍ୟ ସମାପନ କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାବିତ୍ରୀ ଆରୋରା ଏବଂ ରାହୁଲ ଗୁରୁନାନୀଙ୍କ ବିବାହରେ ପଣ୍ଡିତ ମନ୍ତ୍ରପାଠ ଉଚ୍ଚାରଣ କରିବା ପରିବର୍ତ୍ତେ ବଲିଉଡ୍‌ର କିଛି ଫିଲ୍ମ ଗୀତ ଗାଇଛନ୍ତି। ବରଯାତ୍ରୀମାନେ ମଧ୍ୟ ଏହି ଗୀତର ବେଶ୍‌ ମଜା ଉଠାଇଛନ୍ତି। ଏହି ବିବାହ ସମୟର ଫଟୋଟିକୁ କନ୍ୟା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଭିଡ଼ଭିତରେ ପଣ୍ଡିତ କନ୍ୟାକୁ କେଉଁ ମନ୍ତ୍ର ପାଠ କରିବେ ବୋଲି ପଚାରୁଛନ୍ତି। ହିନ୍ଦୀ ଗୀତ ନା ମନ୍ତ୍ର? ଏହା ଉତ୍ତରରେ କନ୍ୟା କହୁଛନ୍ତି ହିନ୍ଦୀ ଗୀତ। ପରେ ପଣ୍ଡିତ ହିନ୍ଦୀ ଫିଲ୍ମ ‘ଦିଲ୍‌ ଓ୍ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ର ତୁଝେ ଦେଖା ତୋଏ ଜାନା ସନମ୍‌ ଗୀତ ଗାଇଥିଲେ। ଭିଡିଓଟିିରେ ଦମ୍ପତି ଖୁବ୍‌ ମଜା ଉଠାଇବା ସହ ଉପସ୍ଥିତ ବନ୍ଧୁ ପରିଜନ ମଧ୍ୟ ମନଭରି ଗୀତଟିକୁ ଉପଭୋଗ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ…


Enter your email to get our daily news in your inbox.

All Right Reserved By Dharitri.Com

୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି...

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୯ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସହ ଶେହତୁତ ଡ୍ୟାମକୁ ନେଇ ହେବାକୁ ଥିବା ଚୁକ୍ତିକୁ ନେଇ ଆଲୋଚନା...

ପିତାଙ୍କ ସ୍ମୃତିରେ ୧୩ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ପୁଅ

ଆସାମ ଦିବ୍ରୁଗଡ଼ର ଏକ ସଡ଼କରେ ଚାଲିଲେ, ଆପଣଙ୍କୁ ବିଦେଶରେ ଭ୍ରମଣ କରିବାର ଅନୁଭୂତି ପ୍ରାପ୍ତ ହେବ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି ସଡ଼କର...

ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ପାଦ ଥାପିବ ଭାରତ

ନୂଆଦିଲ୍ଲୀ,୨।୫: ଆସନ୍ତା ସେପ୍ଟେମ୍ବର ୬ରେ ଭାରତ ଚନ୍ଦ୍ରରେ ପାଦ ଥାପିବ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରାୟାନ-୨ ଚଳିତ ବର୍ଷ ଜୁଲାଇ...

୧୧ ମାସରେ ୧୪୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ତଥାପି, ସୀମା ପାର୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରହିଛି। ଚଳିତ...

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ...

ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ...

ପାଣି ଠୋପା ହେଲା ସୁନା, ବୈଜ୍ଞାନିକଙ୍କ ଗୁରୁତ୍ୱପୂର୍ଣ୍ଣ ଗବେଷଣା…

ପ୍ରାଗ,୧।୮: ଚେକ୍‌ ରିପବ୍ଲିକ୍‌ର ଗବେଷକମାନେ ପାଣି ଠୋପାରୁ ସୁନା ତିଆରି କରିଛନ୍ତି। ପ୍ରାଗର ଚେକ ଏକାଡେମୀ ଅଫ ସାଇନ୍ସରେ ବାୟୋକେମିକାଲ ବୈିଜ୍ଞାନିକମାନଙ୍କ ଦ୍ୱାରା ଏଭଳି ଅସାଧାରଣ...

Advertisement


Archives

Model This Week