ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ ଏକାଠି କରି ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି। ପୁଣି ପାର୍ଟି ଓ ଡିଜେର ତାଳେ ତାଳେ କେକ୍‌ କାଟି ମଉଜମସ୍ତି ବି କରୁଛନ୍ତି। ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିନେ ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ। ମଙ୍ଗଳବାର ଆକାଶ ଅସହାୟ ବୃଦ୍ଧାବୃଦ୍ଧଙ୍କ ଗହଣରେ ପାଳିଛନ୍ତି ତାଙ୍କର ଜନ୍ମଦିନ। ପରିଣତ ବୟସରେ ପହଞ୍ଚତ୍ଥିବା ୨୦ ଜଣ ବରିଷ୍ଠ ନାଗରିକଙ୍କୁ ସାଥୀରେ ଆଣି ଶ୍ରୀକ୍ଷେତ୍ର ବୁଲାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରାଇବା ସହ ସେମାନଙ୍କୁ ମହାପ୍ରସାଦ ସେବନ କରାଇଛନ୍ତି।

ପୂର୍ବାହ୍ନରେ ଆକାଶ ଏବଂ ଟିମ୍‌ ଉଡ୍ରର ସ୍ବେଚ୍ଛାସେବୀମାନେ ଭୁବନେଶ୍ୱରସ୍ଥିତ ଶ୍ରୀକ୍ରିଷ୍ଣା ଜରାଶ୍ରମର ୨୦ ଅନ୍ତେବାସୀଙ୍କୁ ଏକ ବସ୍‌ରେ ଆଣି ସମୁଦ୍ର କୂଳରେ ପହଞ୍ଚତ୍ଥିଲେ। ସମୁଦ୍ର କୂଳରେ ପ୍ରାୟ ଦେଢ ଘଣ୍ଟା ବିତାଇଥିଲେ। ଏହାପରେ ଶ୍ରୀମନ୍ଦିରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିସର ବିଭିନ୍ନ ମନ୍ଦିର ବୁଲି ବେଶ୍‌ ଖୁସି ହୋଇଥିଲେ ବରିଷ୍ଠ ନାଗରିକ। ଏହାପରେ ସମସ୍ତେ ଆନନ୍ଦ ବଜାରରେ ବସି ମହାଆନନ୍ଦରେ ମହାପ୍ରସାଦ ସେବନ କରି ଫେରିଯାଇଥିଲେ। ଆକାଶଙ୍କ ସହ ତାଙ୍କ ପତ୍ନୀ ଶୁଭ୍ରାଜ୍ୟୋତି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଡ୍ରର ୨୦ ଏବଂ ଉଇ ଫର୍‌ ୟୁର ୫ ଜଣ ସଦସ୍ୟ ଆସିଥିଲେ। ଏଭଳି ୧୦ ବର୍ଷ ହେଲା ନିଆରା ଢଙ୍ଗରେ ଜନ୍ମଦିନ ପାଳୁଥିବା ଆକାଶ କହିଛନ୍ତି, ଖୁସି ବାଣ୍ଟିଲେ ବଢେ। କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ। ମଦର ଟେରେସା କହିଥିଲେ, ଯଦି ଆପଣ ଶହେ ଜଣଙ୍କୁ ଖୁଆଇ ପାରୁନାହାନ୍ତି ତେବେ ଜଣଙ୍କୁ ଖୁଆଇବା ପାଇଁ ଚେଷ୍ଟା କରନ୍ତୁ। ଏହି ମର୍ମରେ ଯଦି ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରନ୍ତି ତେବେ ଦୁନିଆ ବଦଳିଯିବ ବୋଲି ଆକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ କଲେଣି କଂଗ୍ରେସ ଟିକେଟ ଆଶାୟୀ

ଆଶିଷ ରଞ୍ଜନ ପଣ୍ଡା ରାୟଗଡ଼ା,୩୧ା୧(ସ୍ବ.ପ୍ର.): ଆଗକୁ ଆସୁଛି ସାଧାରଣ ନିର୍ବାଚନ। ୨୦୨୪ରେ ହେବାକୁ ଥିବା ନିର୍ବାଚନ ଆଗୁଆ ହେବା ସମ୍ଭାବନା ଥିବାରୁ ରାଜନୈତିକ ଦଳମାନଙ୍କରେ ଅଙ୍କକଷା...

ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ

ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍‌ସସ୍‌) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ...

ବାତ୍ୟା ଅମ୍ଫନ ମୁକାବିଲା: ଧାମରା ଅଞ୍ଚଳରୁ ସ୍ଥାନାନ୍ତର ହେବେ ୧୦ ହଜାର ଲୋକ

ଚାନ୍ଦବାଲି,୧୯।୫(ଡି.ଏନ.ଏ.)-ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ପାଟଣା,୧୮। ୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମ ଜଙ୍ଗଲରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଉଛନ୍ତି ଗୋଡିପୋଖରୀ...

ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ...

ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର

ଅନୁଗୋଳ ଅଫିସ, ୧୬ା୯: ଗତ ଲଘୁଚାପ ବର୍ଷା ଅନୁଗୋଳ ଜିଲାରେ ବହୁ କ୍ଷୟକ୍ଷତି ଘଟାଇଛି। ବୁଧବାରଠାରୁ ବର୍ଷା ଥମିଯାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାର ଶେଷ ହେଉନାହିଁ।...

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ : ଓଡ଼ିଶାର ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ

ଭୁବନେଶ୍ୱର, ୫।୭(ବ୍ୟୁରୋ) : ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ଶାସକ ବିଜେଡି କରି ଆସୁଥିବା ରାଜନୀତିକୁ ଶକ୍ତ ଆଘାତ ଲାଗିଛି। ଓଡ଼ିଶା...

ଜୁନାଗଡ଼ ଗଣବଳାତ୍କାର ଘଟଣା: ବିଜେଡି ନେତାଙ୍କ ଲିଙ୍କ୍‌ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୨୭।୯(ବ୍ୟୁରୋ): କଳାହାଣ୍ଡି ଜିଲା ଜୁନାଗଡ଼ ଗଣବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ...

Advertisement
Archives

Model This Week