ନିଅଁ। ରେ ଚାଲିଲେ ମାନସିକଧାରୀ ଭକ୍ତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରର ଭୂୟାଁ ବସ୍ତର କୋଠି ଶାଳରେ ସବୁବର୍ଷ ପରି ଚଳିତବର୍ଷ ଠାକୁରାଣୀ ମା’ଙ୍କ ଓଷା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ପୌଷ ମାସରେ ହେଉଥିବା ମା’ ଠାକୁରାଣୀଙ୍କ ଏହି ଓଷାରେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ପଡୋଶୀ ଝାଡଖଣ୍ଡ ରାଜ୍ୟ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପରିବେଶ ଥିଲା ଉତ୍ସବମୁଖର । ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ ଠାକୁରାଣୀଙ୍କ ଠାରେ ଶ୍ରଦ୍ଧାଳୁମାନେ ଭକ୍ତିର ସହ ମାନସିକ କରି ପୂଜାର୍ଚ୍ଚନା କରିବା ସହିତ ଭୋଗ ଲଗାଇଥିଲେ। ଓଷାରେ ପାରମ୍ପରିକ ରୀତି ଅନୁଯାୟୀ ମା’ଙ୍କୁ ନୂତନ ବସ୍ତ୍ର, ଅଳଙ୍କାର, ସିନ୍ଦୁର, ଅଳତା ମୟୂରପକ୍ଷୀ ପ୍ରଭୃତି ସାମଗ୍ରୀ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଶୁକ୍ରବାର ପୂଜାର ସମାପନ ଦିବସର ଅପରାହ୍ନରେ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ କଣ୍ଟା ଦୋଳିରେ ଝୁଲିବା ସହିତ କଣ୍ଟା ପିଢାରେ ବସିଥିଲେ ା ପରେ ନିଆଁା ଖଳାରେ ଜଳୁଥିବା ଅଙ୍ଗାର ଉପରେ ଶ୍ରଦ୍ଧାଳୁମାନେ ଖାଲିପାଦରେ ଚାଲିଥିଲେ ା କୋଠି ଶାଳର ଦେହୁରି ସୋମବାରୀ ପାତ୍ର ଓ ସୁୁଷମା ପାତ୍ର ପ୍ରମୁଖ ପୂଜା ଦାୟିତ୍ୱ ତୁଲାଇଥିଲେ।
ଉଲ୍ଲେଖନୀୟ ଯେ, ସହରର ସର୍ବ ପୁରାତନ ଏହି କୋଠିଶାଳରେ ଠାକରାଣୀ ମା’ଙ୍କ ଓଷା ଲାଗି ପରମ୍ପରା ଅନୁଯାୟୀ ୨୦ଦିନ ପୂର୍ବରୁ ବସ୍ତିର ଶ୍ରଦ୍ଧାଳୁମାନେ ଅଁଶେଇକଳା ଗ୍ରାମ ଓ ଓଡିଶା-ଝାଡଖଣ୍ଡ ସୀମାନ୍ତ ତିତିରବିଲ ଗ୍ରାମରୁ ଦେବୀଙ୍କ ପ୍ରତିମା ଆଣି ପୂଜାର୍ଚ୍ଚନା କରିଥିଲେ। ସ୍ଥାନୀୟ ବାସିନ୍ଦା ଭୋଲାନାଥ ପାତ୍ର, ରମେଶ ପାତ୍ର, କିଶୋର ପାତ୍ର, ବବୁଲ ପାତ୍ର, ସୁରେନ୍ଦ୍ର ପାତ୍ର ଶାରଦା ପାତ୍ର, ବସ‘ ପାତ୍ର, କେଶବ ପାତ୍ର ପ୍ରମୁଖ କହିଛନ୍ତି, ଯୋଡା ପାତ୍ର ସାହିର ଗୋଟିିଏ ସ୍ଥାନରେ ପାରା ରହଣିରୁ ଆରମ୍ଭ ହୋଇଥିଲା ଧାର୍ମିକ ଚିନ୍ତନ ା ୧୯୫୭ ମସିହାରୁ ଏହି ଓଷା ଜଣେ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ା ପୂଜାର୍ଚ୍ଚନା ବେଳେକାଳିସୀ ଲାଗିବା ଏହି ପୂଜାର ଏକ ଭିନ୍ନ ଆକର୍ଷଣ।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…

କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri