ନାଳନ୍ଦା ଓ ଭାରତର ବିଶ୍ୱବିଦ୍ୟାଳୟ

ଗିରିଜାଶଙ୍କର ତରାସିଆ
ସମଗ୍ର ବିଶ୍ୱକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରିଥିବା ବିହାରର ପ୍ରାଚୀନତମ ଶ୍ରେଷ୍ଠ ନାଳନ୍ଦା ବିଶ୍ୱବିଦ୍ୟାଳୟର ସାତଶହ ବର୍ଷ ପରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଗଢ଼ିଉଠିଥିଲା। ଐତିହାସିକମାନଙ୍କ ମତରେ, ଏହି ବିଶ୍ୱବିଦ୍ୟାଳୟ ୧୦୯୬ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା ୧୧୬୭ ଖ୍ରୀଷ୍ଟାବ୍ଦରୁ ଅଧିକ ପ୍ରସାର ଲାଭ କରିଥିଲା। ବିଶ୍ୱର ଅନ୍ୟତମ ଖ୍ୟାତିସମ୍ପନ୍ନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ୧୬୩୬ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା। ବିଡ଼ମ୍ବନା ଯେ, ନାଳନ୍ଦା ବିଶ୍ୱବିଦ୍ୟାଳୟ ବିସ୍ମୃତିର ଅତଳ ଗର୍ଭରେ ଲୀନ ହୋଇଗଲା। ଭାରତ ବିକାଶ ପଥରେ ଅଗ୍ରସର ହେଉଥିବା କଥା କହିି ନେତାମାନେ ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଶିକ୍ଷାଦାନ ଦିଗରେ ବିଶେଷତଃ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତ ବହୁ ପଛରେ ପଡ଼ିରହିଛି।
୨୦୦୪ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ପୃଥିବୀର ୧୦୦ଟି ଉଚ୍ଚମାନର ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ଆଦୌ ସ୍ଥାନ ନ ଥିଲା। ଜନସଂଖ୍ୟା ତୁଳନାରେ ଆବଶ୍ୟକ ବିଶ୍ୱବିଦ୍ୟାଳୟ ସଂଖ୍ୟାକୁ ଦେଖିଲେ ଆମେରିକା ଓ ଜାପାନର ବହୁ ପଛରେ ଭାରତ ରହଛି। ଉତ୍କୃଷ୍ଟ ଗବେଷଣା ନିବନ୍ଧ ପ୍ରକାଶ ଦିଗରେ ଭାରତର ସ୍ଥାନ ବି ସନ୍ତୋଷଜନକ ନୁହେଁ। ଭାରତବର୍ଷରେ ପ୍ରତି ହଜାରେ ଜନସଂଖ୍ୟାରେ ବୈଷୟିକ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ଆମେରିକା, ଜାପାନ ଓ ଇସ୍ରାଏଲ ଭଳି ଉନ୍ନତ ଦେଶମାନଙ୍କଠାରୁ ବହୁତ କମ୍‌। ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ପିଏଚ୍‌ଡି ଡିଗ୍ରୀ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୪, ଆମେରିକାରେ ୮୯ ଏବଂ ଜାପାନରେ ୫୨ ଥିବା ଜଣାଯାଏ।
ବ୍ରିଟିଶ ଶାସନର ପ୍ରଧାନ ଲକ୍ଷ୍ୟ ଥିଲା, ସେମାନେ ଏଭଳି ଏକ ଶିକ୍ଷା ପ୍ରଣାଳୀ ପ୍ରଚଳିତ କରି ଏପରି ଏକ ଶିକ୍ଷିତ ଭାରତୀୟ ଗୋଷ୍ଠୀ ସୃଷ୍ଟି କରିବେ ଯେଉଁମାନେ କି ଲକ୍ଷ ଲକ୍ଷ ଭାରତୀୟ ଏବଂ ବ୍ରିଟିଶ ଶାସନକଳ ଭିତରେ ଯୋଗସୂତ୍ର ରକ୍ଷା କରିବେ। ଏହି ଶିକ୍ଷିତ ଭାରତୀୟ ଆଚାର, ବ୍ୟବହାର, ବୁଦ୍ଧି, ମତାମତ ତଥା ରୁଚିରେ ଇଂରେଜଙ୍କ ଭଳି ରହିବେ। ଏହି ପୃଷ୍ଠଭୂମିରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ୧୮୫୭ ମସିହାରେ କଲିକତା, ବମ୍ବେ ଓ ମାଡ୍ରାସ୍‌ରେ ୩ଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ବ୍ରିଟିଶ ସରକାରଙ୍କ ଅଧୀନରେ ଚାକିରି ପାଇବାକୁ ହେଲେ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଆବଶ୍ୟକ ହେଉଥିବାରୁ ଧନାଢ଼୍ୟ ବ୍ୟକ୍ତି ତଥା ସମ୍ଭ୍ରାନ୍ତ ଶ୍ରେଣୀର ଭାରତୀୟମାନେ ଏହି ଡିଗ୍ରୀ ପାଇବା ପାଇଁ ଆକର୍ଷିତ ହେଉଥିଲେ।
୧୮୫୫ ମସିହା ବେଳକୁ ଦେଶରେ ୨୮୧ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ୨୮ଟି ମହାବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା। ଇସ୍‌ଲାମିକ ଶିକ୍ଷା ପ୍ରଦାନ ନିମନ୍ତେ କଲିକତାରେ ୧୭୮୧ ମସିହାରେ ଗୋଟିଏ ମଦ୍ରାସା ତିଆରି ହୋଇଥିଲା। ୧୮୧୭ରେ କଲିକତାରେ ପ୍ରତିଷ୍ଠିତ ହିନ୍ଦୁ କଲେଜ ପରବର୍ତ୍ତୀ କାଳରେ ପ୍ରେସିଡେନ୍‌ସି କଲେଜ ନାମରେ ରୂପାନ୍ତରିତ ହେଲା। ଆମ ଦେଶର କେତେକ ପ୍ରସିଦ୍ଧ କଲେଜ ମଧ୍ୟରେ କଲିକତା ଓ ମାଡ୍ରାସ୍‌ରେ ଅବସ୍ଥିତ ପ୍ରେସିଡେନ୍‌ସି କଲେଜ, ବମ୍ବେ ଓ କଲିକତାରେ ଥିବା ଜାଭିୟର କଲେଜ, ବମ୍ବେସ୍ଥିତ ଏଲଫିନ୍‌ଷ୍ଟୋନ୍‌ କଲେଜ, ମାଡ୍ରାସର ଖ୍ରୀଷ୍ଟିଆନ କଲେଜ, ବାଙ୍ଗାଲୋରସ୍ଥିତ ସେଣ୍ଟ ଯୋଶେଫ୍‌ କଲେଜ, କଲିକତାର ବେଥୁନ ଏବଂ ସ୍କଟିଶ୍‌ ଚର୍ଚ୍ଚ କଲେଜ, ପୁଣେର ଫୁର୍ଗସନ କଲେଜ, ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍‌ସ କଲେଜ, ହାଇଦ୍ରାବାଦର ନିଜାମ କଲେଜ ଆଦି ଅନ୍ୟତମ। ୧୯୪୭ ମସିହା ବେଳକୁ ଆମ ଦେଶରେ ମାତ୍ର ୧୯ଟି ବିଶ୍ୱବିଦ୍ୟାଳୟ ମୁଣ୍ଡ ଟେକିଥିଲା ବେଳେ ଏହିସବୁ ବିଶ୍ୱବିଦ୍ୟାଳୟ ଅଧୀନରେ ୪୯୬ଟି କଲେଜ ପ୍ରତିଷ୍ଠା ଲାଭକରିଥିଲା।
୧୯୧୮ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ ସମାରୋହରେ ଯୋଗଦାନ କରି ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ବିହାର-ଓଡ଼ିଶା ପ୍ରଦେଶର ଲ୍ୟୁଟନାଣ୍ଟ ଗଭର୍ନର ସାର୍‌ ଏଡ୍‌ୱାର୍ଡ ଗେଟ୍‌ କହିଥିଲେ ଯେ ”ବିହାର ଓ ଓଡ଼ିଶା ପ୍ରଦେଶର ଲୋକମାନଙ୍କ ପାଇଁ ଅଚିରେ ଏକ ସ୍ବତନ୍ତ୍ର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବ।“ ଏହାପରେ ୧୯୪୩ ମସିହା ନଭେମ୍ବର ୨୭ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଆତ୍ମପ୍ରକାଶ କଲା।
ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଲୁପ୍ତ ହେବା ପରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ବିଶ୍ୱପ୍ରସିଦ୍ଧି ଲାଭ କରିଛି। ସେଠାରେ ଛାତ୍ର-ଅଧ୍ୟାପକଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଧୁର। ଅଧ୍ୟାପକମାନେ ଛାତ୍ରମାନଙ୍କ ମଧ୍ୟରେ ରହନ୍ତି। ପ୍ରତ୍ୟେକ ଛାତ୍ର ଜଣେ ଟ୍ବିଟରଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଜଣେ ଟ୍ବିଟରଙ୍କ ଅଧୀନରେ ୩୦/୪୦ ଜଣ ଛାତ୍ର ରହନ୍ତି। ଶିକ୍ଷାଦାନ କେବଳ ଶ୍ରେଣୀ କକ୍ଷ ମଧ୍ୟରେ ଆବଦ୍ଧ ନ ରହି ନଦୀକୂଳ, ଖେଳପଡ଼ିଆ, ପୁସ୍ତକାଗାର, ପାଠାଗାର ଏପରି କି କ୍ୟାଣ୍ଟିନ୍‌ ମଧ୍ୟରେ ମଧ୍ୟ ବିଦ୍ୟାଚର୍ଚ୍ଚା ହୋଇଥାଏ।
ଆମ ଦେଶରେ କାଁ ଭାଁ କେତେଗୋଟି ବିଶ୍ୱବିଦ୍ୟାଳୟକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ସୃଷ୍ଟିହେବା ଲକ୍ଷ୍ୟକରାଯାଉଛି। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଅଶାନ୍ତି ଓ ବିଶୃଙ୍ଖଳାର ସ୍ଥଳୀ ନ ହୋଇ ବିଦ୍ୟାର୍ଥୀମାନଙ୍କର ଅଧ୍ୟୟନ ଓ ଗବେଷଣାର ତପୋଭୂମି ହୋଇପାରିଲେ ଉଚ୍ଚଶିକ୍ଷାର ମହତ୍‌ ଉଦ୍ଦେଶ୍ୟ ସଫଳ ହୋଇପାରନ୍ତା। ଏହି ପବିତ୍ର ବିଦ୍ୟାମନ୍ଦିରଗୁଡ଼ିକରୁ ଉତ୍ତମ ନାଗରିକ, ନିଃସ୍ବାର୍ଥପର ଦେଶସେବକ, ଦାୟିତ୍ୱସମ୍ପନ୍ନ ପ୍ରଶାସକ, ଜନମଙ୍ଗଳକାରୀ ରାଷ୍ଟ୍ରନେତା, ବୈଜ୍ଞାନିକ, ଦାର୍ଶନିକ, ଶିକ୍ଷକ, ସାହିତି୍ୟକମାନେ ସୃଷ୍ଟି ହୋଇ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ପ୍ରତି ସମସ୍ତଙ୍କର ବିଶ୍ୱାସ ଅତୁଟ ରହନ୍ତା।
ଖଣ୍ଡପଡ଼ା, ନୟାଗଡ଼, ମୋ-୯୯୩୭୩୩୪୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri