ନାଲ୍‌କୋରେ ୨୩ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା: ପ୍ରଥମ ଦିନରେ ୩୦ ହଜାର ଶ୍ରଦ୍ଧାଳୁ

ବଅଁରପାଳ, ୧୮।୯ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ ପ୍ରଭୁ ଦେବଶିଳ୍ପୀଙ୍କୁ ଆରାଧନା କରାଯାଉଥିବା ବେଳେ ପୂଜା ଦେଖିବାକୁ ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ସୂଚନା ମିଳିଛି।
ଚଳିତବର୍ଷ ବିଭିନ୍ନ ପୂଜା କମିଟି ପକ୍ଷରୁ ମଣ୍ଡପ ଓ ତୋରଣକୁ ଅଧିକ ଆକର୍ଷଣୀୟ କରାଯାଇଛି। ପଟ୍‌ଲାଇନ, ସିପିପି ଅପରେଶନ୍‌, କାଷ୍ଟହାଉସ-ଏ, କାଷ୍ଟହାଉସ-ବି, ରୋଡିଂସପ୍‌, ସିପିପି ମେକାନିକାଲ, ସିଏଚ୍‌ପି, ସେଣ୍ଟ୍ରାଲ ଷ୍ଟୋର, ଆର୍‌ପିୟୁ, ଟୁ-୨୦ କେଭି, ସିଭିଲ୍‌, ପଟ୍‌ଲାଇନ ଇଲେକ୍ଟ୍ରିକାଲ, ଠିକାଦାର ସଂଘ ସହ ମୋଟ୍‌ ୨୩ଟି ମଣ୍ଡପର ସାଜସଜ୍ଜା ଦର୍ଶକଙ୍କ ମନ ମୋହିନେଇଛି। ନାଲ୍‌କୋ ଟ୍ରକ୍‌ମାଲିକ ସଂଘ ପକ୍ଷରୁ ମଧ୍ୟ ପୂଜାମଣ୍ଡପକୁ ଚଳିତବର୍ଷ ବେଶ୍‌ ମନଲୋଭା କରାଯାଇଛି। ପୂର୍ବାହ୍ନ ୧୦ ଟାରୁ ପାରମ୍ପରିକ ରୀତିରେ ପୂଜା କମିଟି କର୍ମକର୍ତ୍ତାମାନେ କଳସ ଶୋଭାଯାତ୍ରାରେ ପାଣି ଆଣି ଘଟ ସ୍ଥାପନ କରିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଢୋଲ ନିଶାଣ ବାଦ୍ୟ ସାଙ୍ଗକୁ ହିରବୋଲ, ହୁଳହୁଳିରେ ଆଲୁମିନିୟମ ନଗରୀ ପ୍ରକମ୍ପିତ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଏଫ୍‌ସି

ଭୁବନେଶ୍ୱର,୩।୧୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା...

କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଅପରେଶନ ବେଳେ ମହିଳାଙ୍କ ପେଟରେ ରହିଗଲା ଛୁଞ୍ଚି, ସୂତା

କେନ୍ଦ୍ରାପଡ଼ା ଅଫିସ,୧୭।୭: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଅସାବଧାନତା ଯୋଗୁ ପ୍ରସବ ନିମନ୍ତେ ଆସିଥିବା ଜନୈକା ମହିଳାଙ୍କ...

ଖୁବ୍‌ଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ୪୦ ହଜାର ଶିକ୍ଷକ: ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ପ୍ରାଥମିକ ସ୍କୁଲରେ ୨୦ ହଜାର ଶିକ୍ଷକ ଏବଂ ହାଇସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି।...

ସହରତଳି ଗାଁରେ ବିକାଶ ନାହିଁ

ଭଦ୍ରକ ଅଫିସ,୬।୩: ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଧୀନ ଚିଲପଦୀ ରାଉତସାହି ଗାଁକୁ ବିକାଶ ଅପହଞ୍ଚ। ଏନ୍‌ଏସି କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଏହି...

ଭୁବନେଶ୍ୱର ୨୨୭ନଂ ଆକ୍ରାନ୍ତ ନିଶ୍ଚିନ୍ତକୋଇଲି କଟିକଟା ପଞ୍ଚାୟତର: ଦେହ ଖରାପ ହେବା ପରେ ଏକ ମାସ ଧରି ରହିଥିଲେ ଘରେ, ବୁଲିଛନ୍ତି ହାଟ ବଜାର

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର କରୋନା ଆକ୍ରାନ୍ତ ହେଉଛନ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ମିରା ସାହିର। ଏହି ୩୪ ବର୍ଷୀୟ ଯୁବକ...

ମାଷ୍ଟର ପ୍ଲାନ୍‌ ଅପେକ୍ଷାରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା ଅଫିସ, ୧୪ା୩:ମାତ୍ର ୧୪ଟି ଗଁାକୁ ନେଇ ୧୫୪ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ପୌରାଞ୍ଚଳ ଗଠନ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳ ଇତିମଧ୍ୟରେ...

ଚୋରାଚାଲାଣ ବେଳେ ଧାନ ବୋଝେଇ ମିନିଟ୍ରକ୍‌ ଜବତ

ଖଣ୍ଡପଡା,୨୧ା୧୨(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ ବୋଦସା ଗ୍ରାମରୁ ଶୁକ୍ରବାର ଏକ ମିନିଟ୍ରକ୍‌ ଯୋଗେ ଧାନ ଚୋରାଚାଲାଣ ହେଉଥିବାବେଳେ ନୟାଗଡ ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧରାପଡିଛି...

ମାଡ଼ି ଆସୁଛି ପାଣି ସଙ୍କଟ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଭୟଙ୍କର ବିପଦର ଆଭାସ ଦେଲାଣି। ପାଣିମୁନ୍ଦେ ପାଇଁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହେବା ନେଇ...

Advertisement
Archives

Model This Week