ନାରୀ ଜାଣିଛି ସାମର୍ଥ୍ୟ, ସୀମାରେଖା

ବଅଁରପାଳ,୮।୩- ସେ ସୃଷ୍ଟିର ଆଧାର। ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ। ସେ ମା’ ହୋଇ ଭବିଷ୍ୟତ ଗଢ଼ିପାରେ। ଆଶାର ଆଲୋକ ସାଜିପାରେ। ଭଉଣୀ ହୋଇ ସ୍ନେହ ଅଜାଡ଼ିଦେଇପାରେ। ସ୍ତ୍ରୀ ହୋଇ ସାମର୍ଥ୍ୟ ବଢ଼ାଇପାରେ। ଦିନେ ହାଣ୍ଡିଶାଳରେ ଲୁଚି ବସୁଥିବା ନାରୀ ଆଜି ପାଦ ଥାପି ସାରିଛି ମହାକାଶରେ। ଏମିତି କେଉଁ କ୍ଷେତ୍ର ନାହିଁ ଯେଉଁଠି ସେ ନିଜର ଶକ୍ତି, ସାମର୍ଥ୍ୟ ପ୍ରତିପାଦନ କରିପାରି ନାହିଁ। ଖେଳ ପଡ଼ିଆରୁ ଆରମ୍ଭ କରି ଯୁଦ୍ଧକ୍ଷେତ୍ର ଯାଏ ସବୁଠି ସମ୍ମାନନୀୟା ହୋଇପାରିଛି ନାରୀ। ସେଥିପାଇଁ ତା’ର ଆଦର କାହିଁକେତେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏପରି କେତେଜଣ ସମ୍ମାନସ୍ପଦ ନାରୀଙ୍କୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ନାରୀ ନାରୀକୁ ସମ୍ମାନ ଦେଉ
ନାରୀ ବିନା ସୃଷ୍ଟି ଅସମ୍ଭବ। ତେଣୁ ନାରୀକୁ ତା କ୍ଷମତା କେତେ ଉପଲବ୍ଧି କରିବାକୁ ପଡିବ। ତା ମଧ୍ୟରେ ଥିବା ସମ୍ଭାବନାକୁ ଆବିଷ୍କାର କରିବାକୁ ପଡିବ। ନାରୀ ଯେତେବେଳେ ନାରୀକୁ ସମ୍ମାନ ଦେବ ସେତେବେଳେ ପୂରା ସମାଜ ତା ଆଗରେ ମଥାନତ କରିବ। କାରଣ ନାରୀ ଜାଣିଛି ତାର ସାମର୍ଥ୍ୟ କେତେ ଓ ସୀମାରେଖା କେଉଁଠି।
-ଏଲିଜା ମିଶ୍ର, ବିଡିଓ, ବଅଁରପାଳ

ହୀନମନ୍ୟତା ଦୂର ହେଉ
ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଥିଲେ ମଧ୍ୟ ନାରୀକୁ ନେଇ ଅନେକଙ୍କ ମନଭିତରେ ଥିବା ହୀନମନ୍ୟତା ଦୂର ହୋଇପାରିନାହିଁ। କିନ୍ତୁ ସେମାନେ ଜାଣିରଖିବା ଉଚିତ ନାରୀ ଆଜି ବି ଅପରାଜୟ। ଘୋଡ଼ାଚଢା ଠାରୁ ବିମାନ ଉଡେଇବା ଯାଏ ନାରୀ ସବୁଠି ନିଜ ଦକ୍ଷତା ପ୍ରତିପାଦନ କରିପାରିଛି। ଅନ୍ତର୍ଜାତୀୟ ମହିଳା ଦିବସରେ ଆନ୍ତରିକ ଅଭିନନ୍ଦନ।
-ସରିତା ରାଣୀ ମିଶ୍ର, ଆଡଭୋକେଟ, ଅନୁଗୋଳ

ଭୂମିକା ନିଶ୍ଚିତ ପ୍ରଶଂସାଯୋଗ୍ୟ
ମୋଟ୍‌ ଉପରେ ନାରୀ ଆଜି ସ୍ବାବଲମ୍ବୀ ହୋଇପାରିଛି। ପରିବାରର ବୋଝ ଉଠାଇବା ସହ ଦେଶ ବିକାଶରେ ନିଜକୁ ସାମିଲ କରିପାରିଛି। ଗଁ।ର ଆର୍ଥିକ ଉନ୍ନତିରେ ତା’ର ଭୂମିକା ଏବେ ନିଶ୍ଚିତ ପ୍ରଶଂସାଯୋଗ୍ୟ। ଚିକିତ୍ସା ବିଜ୍ଞାନ ସହ ବିଭିନ୍ନ କ୍ଷେତ୍ରରେ ନାରୀ ଅନ୍ୟମାନଙ୍କଠାରୁ ଦୁଇ ପାଦ ଆଗେଇ ଚାଲିଛି।
-ଡା. ସୁଷମା ବେହେରା, ନାଲ୍‌କୋ ହସ୍ପିଟାଲ

କ୍ରୀଡ଼ାରେ ବଢ଼ାଇଛନ୍ତି ସୁନାମ
କ୍ରୀଡ଼ା କ୍ଷେତ୍ରରେ ଦିନକୁ ଦିନ ନାରୀମାନେ ସୁନାମ ବଢ଼ାଇ ଚାଲିଛନ୍ତି। କ୍ରିକେଟ ଠାରୁ ଆରମ୍ଭ କରି ଫୁଟବଲ, କବାଡି, ଖୋଖୋ, ମାର୍ଶଲଆର୍ଟ ଆଦିରେ ନାରୀମାନେ ଏବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମାଇଲ ଖୁଣ୍ଟ ପ୍ରତିଷ୍ଠା କଲେଣି। ପ୍ରତିବର୍ଷ ନୂଆ ନୂଆ ପ୍ରତିଭା ସୃଷ୍ଟି ହେଉଥିବା ବେଳେ ରାଜ୍ୟ ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେବା ନିଶ୍ଚିତ ଖୁସିର ବିଷୟ।
-ଦେବସ୍ମିତା ଦଳବେହେରା

କ୍ରୀଡ଼ାବିତ୍‌, କୁଲାଡ଼
ଦୁର୍ବଳା, ଅବଳାରେ ପୂର୍ଣ୍ଣଚ୍ଛେଦ
ପୂର୍ବରୁ ନାରୀମାନଙ୍କୁ ଅବଳା ଓ ଦୁର୍ବଳା ବୋଲି କୁହାଯାଉଥିଲା। ମାତ୍ର ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। ନାରୀମାନେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ହେଲେଣି। ଦେଶର ସୁରକ୍ଷା ପାଇଁ ସେମାନେ ସୀମାରେ ଶତ୍ରୁ ସହ ଲଢ଼ିବାକୁ ସଦା ପ୍ରସ୍ତୁତ ରହିଛନ୍ତି। ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରି ନାରୀ ନିଜ ଦକ୍ଷତା ଅନେକଥର ପ୍ରତିପାଦନ କରିସାରିଛି।
-ସରୋଜିନୀ ସାମ୍ବଡ଼ା, ନାଲ୍‌କୋ ଥାନା ଅଧିକାରୀ

ଶେଷ ହୋଇଛି ସଂଘର୍ଷ
ପରିଚୟ ପାଇଁ ନାରୀକୁ ଆଉ ସମାଜରେ ସଂଘର୍ଷ କରିବାକୁ ପଡ଼ୁନାହିଁ। ପ୍ରତିଟି କ୍ଷେତ୍ରରେ ସେ ନିଜ ପାରଦର୍ଶିତାର ପ୍ରମାଣ ଦେଇ ପୁରୁଷ ସହ କାନ୍ଧକୁ କାନ୍ଧ ମିଳାଇ ଆଗେଇ ଚାଲିଛି। କାର୍ଯ୍ୟ ଯେତେ ବିପଜ୍ଜନକ ହେଲେ ବି ସେ ପଛଘୁଞ୍ଚା ଦେଉନାହିଁ। ଅଧିକରୁ ଅଧିକ ସଂଖ୍ୟକ ନାରୀ କର୍ମକ୍ଷେତ୍ରକୁ ଓହ୍ଲାଇ ନିଜେ ସ୍ବାବଲମ୍ବୀ ହେବା ଦରକାର।
-ସରସ୍ବତୀ ଦେଇ
ମହିଳା ଶ୍ରମିକ ନେତ୍ରୀ, ନାଲ୍‌କୋ

ପ୍ରଗତିରେ ଅଗ୍ରଣୀ ଭୂମିକା
ସମାଜର ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କ ସହଭାଗିତା ରହୁଛି। ଏକ ସୁସ୍ଥ ସମାଜ ଗଠନ ପାଇଁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭିତ୍ତିଭୂମି ସମ୍ପର୍କରେ ସେ ନିଷ୍ପତ୍ତି ନେଇପାରୁଛି। ନିଜେ ସ୍ବାବଲମ୍ବୀ ହୋଇ ପରିବାରର ଉନ୍ନତିରେ ସହାୟକ ହୋଇପାରୁଛି। ଦେଶ ତଥା ଜାତିର ପ୍ରଗତିରେ ନାରୀମାନଙ୍କ ଭୂମିକା ନିଶ୍ଚିତ ଆଗରେ।

-ମନସ୍ମିତା ଜେନା, ଗୃହିଣୀ, ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri