ନାଭିଗୟାରେ ପିଣ୍ଡଦାନ କଲେ ଲକ୍ଷାଧିକ ଭକ୍ତ

ଯାଜପୁର ଟାଉନ,୨୯।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଅଷ୍ଟାଦଶ ଶକ୍ତିପୀଠରୁ ଅନ୍ୟତମ ଶକ୍ତିପୀଠଭାବେ ସାରା ବିଶ୍ୱରେ ପରିଚିତ। ଏହି ଶକ୍ତିପୀଠରେ ନାଭିଗୟାକ୍ଷେତ୍ର ଅବସ୍ଥିତ। ତ୍ରିଗୟା ମଧ୍ୟରୁ ନାଭିଗୟା ଅନ୍ୟତମ। ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାକ୍ଷେତ୍ରରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ପିଣ୍ଡଦାନ କରିଥାନ୍ତି। ମାତ୍ର ବର୍ଷର ପିତୃପକ୍ଷ ଓ ମାତୃପକ୍ଷରେ ସର୍ବାଧିକ ଭକ୍ତ ନାଭିଗୟାରେ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳେ। ସେହି ଉପଲକ୍ଷେ ପିତୃପକ୍ଷର ଅମାବାସ୍ୟା ମହାଳୟା ତିଥି ଥିବାରୁ ମା’ ବିରଜା ମନ୍ଦିର ପରିସରରେ ଥିବା ନାଭିଗୟାରେ ଭକ୍ତମାନେ ପିଣ୍ଡଦାନ କରିବା ନିମନ୍ତେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପିତୃପକ୍ଷ ଆଶ୍ୱୀନ ମାସର କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ଏହି ୧୫ଦିନ ଧରି ଭକ୍ତମାନେ ନାଭିଗୟାରେ ପିଣ୍ଡଦାନ କରିଥାନ୍ତି। ପିତୃପକ୍ଷ ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇ ମହାଳୟା ତିଥିଦିନ ଶେଷ ହୋଇଥାଏ। ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ କଲେ ପିତୃଗଣ ମୋକ୍ଷ ହୁଅନ୍ତି ବୋଲି ପୁରାଣ ବର୍ଣ୍ଣିତ ଅଛି। ଏହି ୧୫ଦିନ ଧରି ନାଭିଗୟାରେ ପିଣ୍ଡଦାନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ପିଣ୍ଡଦାନ କରିବା ସହ ମା’ ବିରଜାଙ୍କ ଦର୍ଶନ ଲାଭ କରି କୃପାଲାଭ କରିଥାନ୍ତି। ପିତୃପକ୍ଷର ଶେଷଦିନ ମହାଳୟା ତିଥିରେ ମଙ୍ଗଳବାର ନାଭିଗୟା କ୍ଷେତ୍ରରେ ପିଣ୍ଡଦାନ ନିମନ୍ତେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା। ଭକ୍ତମାନେ ପିଣ୍ଡଦାନ ସାରି ମା’ ବିରଜାଙ୍କ ଦର୍ଶନ ସାରି ସ୍ବଗୃହ ଅଭିମୁଖେ ଗମନ କରିଥିଲେ। ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସକ ନାରାୟଣ ଚନ୍ଦ୍ର ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ସହ ଭକ୍ତମାନେ ପିଣ୍ଡଦାନ କରିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଭିଡ଼କୁ ଲକ୍ଷ୍ୟ ରଖି ଶାନ୍ତିଶୃଙ୍ଖଳା ନିମନ୍ତେ ଯାଜପୁର ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ମା’ଙ୍କ ଅଙ୍ଗଲାଗି ସେବାୟତ ନରେନ୍ଦ୍ର ପାଣି, ଗୋବିନ୍ଦ ପାଣି, ନନ୍ଦକିଶୋର ପାଣି, ମୁରଲୀଧର ପାଣି, ଅମୂଲ୍ୟ ପାଣି, ବିଷ୍ଣୁଚରଣ ପାଣି-୧, ମୃତ୍ୟୁଞ୍ଜୟ ପାଣି, ଦେବାଶିଷ ପାଣି, ନୀଳକଣ୍ଠ ପାଣି, ଦୁର୍ଗାମାଧବ ପାଣି, ବାମଦେବ ପାଣି, ଅଗ୍ନେଶ୍ୱର ପାଣି, ବିଷ୍ଣୁଚରଣ ପାଣି-୨, ରଞ୍ଜନ ପାଣି, ସଞ୍ଜୟ ପାଣି, ଲକ୍ଷ୍ମୀଧର ପାଣି, ଚନ୍ଦ୍ରମଣି ପାଣି, ପ୍ରଦୀପ କୁମାର ପାଣି, ଅଶୋକ ପାଣି, କିଶୋର ପାଣି, ପ୍ରକାଶ ପାଣି ପ୍ରମୁଖ ପଣ୍ଡାମାନେ ଭକ୍ତମାନଙ୍କର ଶାନ୍ତିଶୃଙ୍ଖଳାର ସହ ପିଣ୍ଡଦାନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଯାଇ ପିଡିଏସ୍‌ ସାମଗ୍ରୀ ବଣ୍ଟନ

ଶେରଗଡ଼,୨୯ା୩(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକର ବିଭିନ୍ନ ପଞ୍ଚୟତରେ ପିଡ଼ିଏସ୍‌ ସାମଗ୍ରୀ ଘରକୁ ଘର ଯାଇ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଓ କରୋନା ସଂକ୍ରମଣକୁ ଆଖି...

ଦେଶୀ ମଦ ଜବତ: ନାଏବ ସରପଞ୍ଚ ଗିରଫ

ଭଦ୍ରକ ଅଫିସ,୨୨ା୪: ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଛିପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ୪୦...

ହତ୍ୟା ମାମଲାରେ ୪ ନିର୍ଦ୍ଦୋଷରେ ଖଲାସ

ବାଲେଶ୍ୱର ଅଫିସ, ୩।୮: ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ସେସନ୍ସ ଜଜ୍‌ ଗିରିଜା ଶଙ୍କର ମହାପାତ୍ର ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ବାଲେଶ୍ୱର...

ଗଙ୍ଗାସାଗରରେ ୭ଲକ୍ଷ ଶ୍ରଦ୍ଧାଳୁଙ୍କ ମକରବୁଡ଼

ଭୋଗରାଇ, ୧୬।୧(ଡି.ଏନ.ଏ.) ପଶ୍ଚିମବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ଶୁକ୍ରବାର ନିଶିବସାନ ମହେନ୍ଦ୍ର ବେଳାରେ ୭ଲକ୍ଷରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ସମୁଦ୍ରରେ ମକରବୁଡ଼...

କେନ୍ଦୁଝରରେ ମହିଳାଙ୍କୁ ପ୍ରାଧାନ୍ୟ

କେନ୍ଦୁଝର,୧୪ା୩ (ସ୍ବ.ପ୍ର/ଡି.ଏନ.ଏ.): କେନ୍ଦୁଝର ଜିଲା ପରିଷଦ ସଭାପତି ନିର୍ବାଚନ ରବିବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ୩୧ ନଂ. ଜୋନ୍‌ରୁ ନିର୍ବାଚିତ ଜିଲା ପରିଷଦ ସଭ୍ୟା ତଥା...

ପ୍ରବାସୀଙ୍କ ପାଇଁ ସାମଗ୍ରୀ ବୋହିଲେ ପ୍ରଶାସନିକ ଅଧିକାରୀ

ଜୁନାଗଡ଼,୨୮।୫(ଡି.ଏନ୍‌.ଏ.)-କୋଭିଡ-୧୯କୁ ମୁକାବିଲା କରିବା ପାଇଁ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଡିଓଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଏହି କାମରେ ନିୟୋଜିତ...

କଟକରେ ଭାରତ ବନ୍ଦର ଆଶିଂକ ପ୍ରଭାବ

କଟକ ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କଟକରେ ଏହାର ଆଂଶିକ ପ୍ରଭାବ...

ୱେସ୍କୋ ଘରୋଇକରଣକୁ ବିରୋଧ

ଦେବଗଡ଼,୧୮ା୧୨ (ଡି.ଏନ୍‌.ଏ.) ୱେସ୍କୋ ଘରୋଇକରଣକୁ ବିରୋଧ କରି ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ ା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ...

Advertisement
Archives

Model This Week