ନାବାଳିକା ବଳାତ୍କାରୀଙ୍କୁ ୬ବର୍ଷ କାରାଦଣ୍ଡ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍‌ ମହେନ୍ଦ୍ର କୁମାର ସୂତ୍ରଧର ଏହାର ବିଚାର କରି ଦୋଷୀ ସୁନାରାମ ଟୁଡୁ(୨୨)ଙ୍କୁ ୬ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏହାସହ ୬ହଜାର ଟଙ୍କା ଜରିମାନା ଅନାଦାୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ୨୦୧୮ ଜୁନ୍‌ ୨୫ରେ ଠାକୁରମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଏକୁଟିଆ ପାଇ ସୁନାରାମ ତାଙ୍କୁ ବଳାତ୍କାର କରିବା ସହ ଘଟଣା ସମ୍ପର୍କରେ କାହାରିକୁ ନ ଜଣାଇବାକୁ ଧମକ ଦେଇଥିଲେ। ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୨୬/୧୮) ରୁଜୁ କରି ଅଭିଯୁକ୍ତ ସୁନାରାମଙ୍କୁ କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଶିକାର ନାବାଳିକାଙ୍କୁ ବାପାଙ୍କ ଜିମା: ପ୍ରଶ୍ନ ଉଠାଇଲା ଶିଶୁ ମଙ୍ଗଳ ସମିତି

ଅନୁଗୋଳ ଅଫିସ, ୧୧।୮ – ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଜୁଲାଇ ୨୧ରେ ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କୁ ଅନୁଗୋଳ ପୋଲିସ ଶନିବାର ମେଡିକାଲ ପରିସରରେ ତାଙ୍କ...

ନାବାଳିକାଙ୍କୁ ନିର୍ଯାତନା, ବାପ ପୁଅ ଗିରଫ

ଜେନାପୁର,୨ା୫(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜେନାପୁର ଥାନା ପୋଲିସ ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ...

ଆଜି ରାଜ୍ୟରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୧୧୯ ଶିଶୁ

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୭୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୫,୦୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ହଦଗଡ଼ ଡ୍ୟାମ୍‌ରୁ ନିଖୋଜ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ହାଟଡିହୀ,୨୪ା୭(ଡି.ଏନ୍‌.ଏ.): ନିଖୋଜ ଡାକ୍ତରୀ ଛାତ୍ରଙ୍କ ମୃତଦେହ ହଦଗଡ଼ ଡ୍ୟାମ୍‌ରୁ ଶନିବାର ଉଦ୍ଧାର କରାଯାଇଛିl ସେ ହେଉଛନ୍ତି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଗନ୍ନାଥପୁର ଗ୍ରାମର ସୁରେନ୍ଦ୍ର...

ପରିତ୍ୟକ୍ତ ହୋଇପଡିଛି ସୀତାସାଗର: କୂଳ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ପାରଳାଖେମୁଣ୍ଡି,୨୨।୪ (ସ୍ବ.ପ୍ର.)-  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଐତିହାସିକ ସୀତାସାଗର ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଏହାର କୂଳ ଏବେ ଅସାମାଜିକ ଲୋକଙ୍କ...

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ମଧ୍ୟ ବଡ ଧରଣର ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି...

ଅନ୍‌ ଲାଇନ୍‌ କାରବାର ପାଇଁ ଇପିଏଫ୍‌ ଉପଭୋକ୍ତାଙ୍କୁ ପରାମର୍ଶ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ଇପିଏଫ୍‌ଓ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଅନ୍‌ ଲାଇନ୍‌ ଜରିଆରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିବେଦନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ...

୧୧ କୁଇଣ୍ଟାଲ କେନ୍ଦୁପତ୍ର ଜବତ

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସୀମାନ୍ତ କଣିହାଁ ଅଞ୍ଚଳରୁ ଆସୁଥିବା ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ନଂ. ଓଡି୦୫ବିସି -୮୪୧୩)କୁ ଛେଣ୍ତିପଦା ବନବିଭାଗ...

Advertisement
Archives

Model This Week