ନାବାଳିକା ଗଣବଳାତ୍କାର, ହତ୍ୟା ଘଟଣା: କଂଗ୍ରେସ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ

ନବରଙ୍ଗପୁର,୨୬।୧୨(ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ବାମୁଣି ପଞ୍ଚାୟତର ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ବନ୍ଦପାଳନ କରାଯାଇଛି। ୨୬ନଂ ଜାତୀୟ ରାଜପଥର ମାଝିଗୁଡା ଛକ ନିକଟରେ ଟାୟାର  ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ୧୦ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଏହା ପ୍ରଭାବ ପକାଇଛି। ଦୋକାନବଜାର ବନ୍ଦ ସହ ଗାଡ଼ିମୋଟର ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ନବରଙ୍ଗପୁର ସହରର ମାଝିଗୁଡ଼ା ଓ ଚାମୁରିଆଗୁଡା ଛକ ନିକଟରେ କଂଗ୍ରେସ କର୍ମୀମାନେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଓ ଜିଲା କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ରାସ୍ତା ବନ୍ଦ କରିଛନ୍ତି। କଂଗ୍ରେସ ଭବନ ନିକଟରେ ଜିଲା ସଭାପତି ତ୍ରିପାଠୀ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି, ଅବଦୁଲ ଫିରୋଜ, ଦିଲ୍ଲୀପ ବେହେରା, ସଂଜୟ ନାୟକ, ପୂର୍ବତନ ବିଧାୟକ ସଦନ ନାୟକ, ନଗର ସଭାପତି ଉତ୍ତମ ତ୍ରିପାଠୀ ପ୍ରମୁଖ ଏହି ବନ୍ଦପାଳନରେ ସାମିଲ ହୋଇଛନ୍ତି। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା...

ପାଲ୍‌ ପରିବାର ହତ୍ୟାକାରୀଙ୍କୁ ଦଣ୍ଡ ଦାବି

ବ୍ରହ୍ମପୁର ଅଫିସ,୧୬।୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦର ବନ୍ଧୁ ପ୍ରକାଶ ପାଲ୍‌, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ବର୍ଷର ଶିଶୁ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା...

ସଙ୍କଟରେ କୌଳିକ ବୃତ୍ତି

କେନ୍ଦୁଝର, ୧୧।୫ (ସ୍ବ.ପ୍ର.)-ମାଟି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ଏଥିରୁ ଅନେକ ଜୀବନଜୀବିକା ନିର୍ବାହ କରିଆସୁଛନ୍ତି । ଏଭଳି ମାଟିରୁ ଜୀବିକା ନିର୍ବାହ କରି...

ବାଳକରେ ପିଟ୍‌ବୁଲ୍‌ସ, ବାଳିକାରେ ଚ୍ୟାଲେଞ୍ଜର୍ସ ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗତ ୩ ଦିନ ହେଲା ଚାଲିଥିବା ପ୍ରଥମ ବ୍ରହ୍ମପୁର ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ଲିଗ୍‌ ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ବାଳକ...

ଏମ୍‌ବି ଛାତ୍ର ଅଧ୍ୟକ୍ଷ ପ୍ରାର୍ଥୀ: ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

କେସିଙ୍ଗା,୧୮।୩: ପୌର ନିର୍ବାଚନ ପାଇଁ କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୩ ପ୍ରମୁଖ ଦଳ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍‌ବିଏ...

ଖରାରେ ସର୍ବତ ବାଣ୍ଟିଲେ ସ୍ବେଚ୍ଛାସେବୀ

କେନ୍ଦୁଝର, ୨୦।୪(ସ୍ବ.ପ୍ର.)-କେନ୍ଦୁଝରରେ କୋରନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହାସହିତ ପ୍ରବଳ ଖରା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ତାପମାତ୍ରା ପାଖାପାଖି...

ହତ୍ୟା ଉଦ୍ୟମ, ଜଣେ ଗିରଫ

ଗୋପାଳପୁର,୧ା୧୨-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶନିବାର ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଏସ....

ମନ କିଣେ ବାବୁଲିଙ୍କ ଦହିବରା

କେନ୍ଦୁଝର, ୨୬ା୭(ଡି.ଏନ.ଏ.)-ଆଳୁଦମ ଦହିବରା ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଆସେ। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲ ପାଆନ୍ତି। ଗୋଟିଏ...

Advertisement
Archives

Model This Week